fbpx

ଟି-୨୦ ବିଶ୍ୱକପ୍ ୨୦୨୪ରେ ରିଷଭ ପନ୍ଥ ଖେଳିବା ପକ୍କା, ଆଦାମ ଗିଲକ୍ରିଷ୍ଟ ଭାରତୀୟ ଦଳକୁ ଦେଲେ ଏପରି ପରାମର୍ଶ

ନୂଆଦିଲ୍ଲୀ: ଆଇପିଏଲ୍‌ରେ ଦିଲ୍ଲୀ କ୍ୟାପିଟାଲ ଟିମ୍‌ର କ୍ୟାପଟେନ୍ ରିଷଭ ପନ୍ଥ ଗତ କାଲି ଲକ୍ଷ୍ନୌ ସୁପର ଜିଆଣ୍ଟ( ଏଲ୍‌ଏସ୍‌ଜି) ବିରୁଦ୍ଧରେ ଦମଦାର ପ୍ରଦର୍ଶନ କରିଛନ୍ତି । ପନ୍ଥ ଲକ୍ଷ୍ନୌର ଏକାନା ଷ୍ଟାଡିୟମରେ ୧୬୮ ରନ୍‌ର ଲକ୍ଷ୍ୟକୁ ପିଛା କରି ଡିସିକୁ ବିଜୟୀ କରାଇବାରେ ବଡ ଯୋଗଦାନ କରିଥିଲେ । ତେବେ ପନ୍ଥଙ୍କ ଏପରି ଦମଦାର ପ୍ରଦର୍ଶନକୁ ଦେଖି ପ୍ରସିଦ୍ଧ ୱିକେଟକିପର ତଥା ବ୍ୟାଟସମ୍ୟାନ ଆଦାମ ଗିଲକ୍ରିଷ୍ଟ ତାଙ୍କୁ ଭୁରି ଭୁରି ପ୍ରଶଂସା କରିଛନ୍ତି ।

ଏକ ସାକ୍ଷାତକାରରେ ଅଷ୍ଟ୍ରେଲିଆର ପୂର୍ବତନ କ୍ରିକେଟର ଗିଲକ୍ରିଷ୍ଟ ଟି୨୦ ବିଶ୍ୱକପ୍ ୨୦୨୪ଲାଗି ପନ୍ଥଙ୍କୁ ସମର୍ଥନ କରିଛନ୍ତି । ସେ କହିଛନ୍ତି ମୁଁ ଆଶା କରୁଛି କି ରିଷଭ ପନ୍ଥ ନିଶ୍ଚିତ ଭାବରେ ସେଠାରେ ନଜର ଆସିବେ । ଏହା ସହିତ ସେ କ୍ରିକେଟର ସଞ୍ଜୁ ସାମସନଙ୍କୁ ମଧ୍ୟ ସମର୍ଥନ କରିଛନ୍ତି । ସେ ଏହି ଖେଳାଳୀଙ୍କୁ ମଧ୍ୟ ଟି ୨୦ ବିଶ୍ୱକପ୍‌ରେ ଦେଖିବାକୁ ଚାହାନ୍ତି ବୋଲି କହିଛନ୍ତି ।

ଏଲଏସଜି ବିରୁଦ୍ଧରେ ମ୍ୟାଚ୍ ପୂର୍ବରୁ ପନ୍ଥ ୫ ମ୍ୟାଚ୍‌ରେ ୨ ଅର୍ଦ୍ଧଶତକ କରିଥିଲେ । ଏହି ବାମହାତୀ ଖେଳାଳୀ ୧୫୦ରୁ ଅଧିକ ରନ୍ କରିଛନ୍ତି ଯାହା ଜିତେଶ ଶର୍ମା, କେ.ଏଲ୍ ରାହୁଲ ପରି ଖେଳାଳୀ ଟୁର୍ଣ୍ଣାମେଣ୍ଟର ପ୍ରାରମ୍ଭିକ ପର୍ଯ୍ୟାୟରେ ଲଗାତର କରି ଦେଖାଇ ପାରିନାହାନ୍ତି ।

ଏଠାରେ ସୂଚାଇ ଦିଆଯାଇପାରେ କି ଯୁକ୍ତରାଷ୍ଟ୍ର ଆମେରିକା ଓ ୱେଷ୍ଟଇଣ୍ଡିଜରେ ଆଗାମୀ ଟି ୨୦ ବିଶ୍ୱକପ୍ ଲାଗି ଭାରତର ୧୫ ସଦସ୍ୟ ବିଶିଷ୍ଟ ଟିମ୍‌ର ଘୋଷଣା ଏପ୍ରିଲ ଶେଷ ସପ୍ତାହ ସୁଦ୍ଧା କରାଯିବାର ସମ୍ଭାବନା ରହିଛି । କାରଣ ଟିମ୍ ଘୋଷଣା କରିବା ଲାଗି ଆଇସିସିର କଟ୍ ଅଫ୍ ତାରିଖ ମେ’ ୧ ରହିଛି ।

Get real time updates directly on you device, subscribe now.