fbpx

ଭୋଟ ସଂଗ୍ରହ ବେଳେ ଉତ୍ତେଜନା

ବାଲେଶ୍ୱର, ୨୩ ।୧୦(ଓଡିଶା ଭାସ୍କର): ପୁରୁଣା ବାଲେଶ୍ୱର ୧ ନମ୍ବର ୱାର୍ଡରେ ଦେଖାଦେଇଛି ଉତ୍ତେଜନା । ଭୋଟ ସଂଗ୍ରହ ପାଇଁ ଆସିଥିବା ପ୍ରିଜାଇଡିଂ ଅଫିସରଙ୍କୁ ଅଟକ ରଖିଛନ୍ତି ଗ୍ରାମବାସୀ । କୋଭିଡ ପାଇଁ ପାଷ୍ଟାଲ ବାଲାଟର ନିୟମରେ କିଛି ପରିବର୍ତ୍ତନ ହୋଇଛି । କିଛି ନିର୍ଦ୍ଦଷ୍ଟ ବର୍ଗର ଲୋକ ଘରେ ବସି ମଧ୍ୟ ଭୋଟ୍ ଦେଇପାରିବେ । ଏହି ବର୍ଗର ଲୋକଙ୍କ ଭୋଟ୍ ସଂଗ୍ରହ ବେଳେ ଅନିୟମିତତା ଅଭିଯୋଗ ହୋଇଛି । ବୟସ୍କ ବ୍ୟକ୍ତିଙ୍କ ଭୋଟ୍ ଅନିୟମତିତା ହୋଇଥିବା ଅଭିଯୋଗ ହୋଇଛି । ସୁସ୍ଥ ଓ ସକ୍ଷମ ମହିଳାଙ୍କୁ ଭୁଲ ତଥ୍ୟ ଦେଇ ଭୋଟ୍ ନେଇଥିବା ଅଭିଯୋଗ ହୋଇଛି । ପ୍ରିଜାଇଡିଂ ଅଫିସରଙ୍କୁ ବିରୋଧ କରି ଗାଁରେ ଉତ୍ତେଜନା ହୋଇଛି ।

Get real time updates directly on you device, subscribe now.