କମ୍ପ୍ୟୁଟରରେ ବୈଷୟିକ ତ୍ରୁଟି, ଆମେରିକାରେ ଠପ ହେଲା ବିମାନ ସେବା

ୱାଶିଂଟନ୍: ବିମାନ ବନ୍ଦରର କମ୍ପ୍ୟୁଟରରେ ହଠାତ୍ ବୈଷୟିକ ତ୍ରୁଟି କାରଣରୁ ପ୍ରଭାବିତ ହୋଇଛି ଆମେରିକାରେ ବିମାନ ସେବା। ଯାହା ଫଳରେ ଆମେରିକାରେ ପ୍ରାୟ ୪,୦୦୦ ବିମାନ ବିଳମ୍ବରେ ଚାଲୁଛି। ଏହି କାରଣରୁ ହଜାର ହଜାର ଯାତ୍ରୀ ଫସି ରହିଛନ୍ତି। ଆମେରିକାରେ ଏୟାର ଟ୍ରାଫିକ୍ ବିଫଳ ହେବା ପରେ, ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ଦେଶର ସମସ୍ତ ବିମାନ ଉଡ଼ାଣ ବନ୍ଦ ହୋଇଯାଇଛି। ଫେଡେରାଲ୍ ଆଭିଏସନ୍ଆ ଡମିନିଷ୍ଟ୍ରେସନ୍ ର କମ୍ପ୍ୟୁଟରରେ ଏକ ଯାନ୍ତ୍ରିକ ତ୍ରୁଟି ଘଟିଛି, ଯାହା ପରେ ସମଗ୍ର ଆମେରିକାରେ ବିମାନ ପ୍ରଭାବିତ ହୋଇଛି।

ଫେଡେରାଲ ଏଭିଏସନ୍ ଆଡମିନଷ୍ଟ୍ରେସନ୍‌(ଏଫଏଏ) ସୁତ୍ରରୁ ଆମେରିକା ଗଣମାଧ୍ୟମ ଏହି ରିପୋର୍ଟ କରିଛି । ଏନବିସି ସହିତ ଆଲୋଚନା କରି ଏଫଏଏ ଅଧିକାରୀ କହିଛନ୍ତି ଯେ, ବୈଷୟିକ ସିଷ୍ଟମ୍ ପୁନରୁଦ୍ଧାର ପାଇଁ କାର୍ଯ୍ୟ କରୁଛି ।