fbpx

(Video ) ଅଦ୍ଭୁତ! ଉଭା ହେଲେ ଜୀବନ୍ତ ଭଗବାନ୍, ଭକ୍ତଙ୍କଠାରୁ ଖାଇଲେ ଭୋଗ

ପାରାଦୀପ: ଦୁନିଆରେ କିଛି ନା କିଛି ଅଦ୍ଭୁତ ଘଟଣା ଘଟିଥାଏ, ଯାହାକି ଭଗବାନଙ୍କ ଅସ୍ତିତ୍ୱକୁ ନେଇ ଲୋକଙ୍କ ମନରେ ଶ୍ରଦ୍ଧାଭାବନା ଜାଗ୍ରତ କରାଏ । ସେହିଭଳି ସାମ୍ନାକୁ ଆସିଛି ଏକ ଭିଡିଓ, ଯେଉଁଥିରେ ଶଙ୍ଖ ଭୋଗ ଖାଉଥିବାର ଦେଖିବାକୁ ମିଳିଛି । ଏହି ଘଟଣାକୁ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇପଡ଼ିଛନ୍ତି ।

ତେବେ ସମସ୍ତଙ୍କ ଠାକୁର ଘରେ ଶଙ୍ଖ ରହିଥାଏ ପୂଜାଅର୍ଚ୍ଚନା ସମୟରେ ଶଙ୍ଖ ବଜାଯାଏ । ହେଲେ ଶଙ୍ଖ ଯେ ଘଣ୍ଟ ଘଣ୍ଟା ମୃଦଙ୍ଗ ବାଜିଲେ ଆପେ ଆପେ ଚାଲେ ଆପଣ କେବେ କଳ୍ପନା କରିନଥିବେ । ପାରାଦୀପରେ କିନ୍ତୁ ଏକ ରହସ୍ୟ ମୟ ଗଛ ଅଛି, ଯେଉଁଠି ବାହାରନ୍ତି ଏକାଧିକ ଜୀବନ୍ତ ଶଙ୍ଖ । ସେ ଶଙ୍ଖମାନଙ୍କୁ ଲୋକେ ଅଦୃଶ୍ୟ ଭଗବାନ କହି ପୂଜା ବି କରନ୍ତି । ମାଳିକା ବର୍ଣ୍ଣିତ ଗୁପ୍ତ ପିଠ ରତ୍ନବଟ । କାହିଁ ଦୂର ଦୁରନ୍ତରୁ ସାଧୁ-ସନ୍ଥମାନେ ଆସି ଏହି ଗୁପ୍ତ ପୀଠରେ ସାଧନା କରି ଚାଲିଯାଆନ୍ତି ।

କୁହାଯାଏ ଓଡ଼ିଶାର ପାଞ୍ଚ ରତ୍ନ ବଟ ମଧ୍ୟରୁ ପାରାଦୀପର ରତ୍ନ ବଟ ଅନ୍ୟତମ । ନେହୁରୁବଙ୍ଗଳା ନିକଟ ମହାନଦୀ ଓ ବଙ୍ଗୋପସାଗର ସଙ୍ଗମ ସ୍ଥଳରେ ଜଙ୍ଗଲରେ ଏହି ବଟ ଅବସ୍ଥିତ। ଯେଉଁଠି ଘଣ୍ଟ ଘଣ୍ଟା ବାଜିଲେ ଜିଅନ୍ତା ଶଙ୍ଖ ଚାଲି ଚାଲି ଆସନ୍ତି ଓ ଭକ୍ତଙ୍କୁ ଦର୍ଶନ ଦିଅନ୍ତି । ଲୋକ ଦେଇ ଥିବା ନଡ଼ିଆ କଦଳୀ ଓ ଖଇ ଭୋଗକୁ ଖାଆନ୍ତି । ଜୀବନ୍ତ ଶଙ୍ଖ ସ୍ଥାନୀୟ ଲୋକଙ୍କ ମନରେ ଆଶା ଓ ବିଶ୍ବାସ ପାଲଟିଥିବା ବେଳେ ଏହି ରତ୍ନ ବଟ ମୂଳେ ଯାହା ମାନସିକ କଲେ ତାହା ପୂରଣ ହୁଏ ବୋଲି ବିଶ୍ବାସ ରହିଛି ।

ତେଣୁ ଅନେକ ଲୋକ କିଛି ପାଇବାର ଆଶାରେ ଏଠାକୁ ଧାଇଁଆସନ୍ତି ଆଉ ଦୁଃଖ ଜଣାନ୍ତି । ଦେବା-ଦେବୀ ମାନେ ଗଛ ମୂଳରେ ପୂଜା ପାଉଥିବା ବେଳେ କେବେ କେବେ ସାପ ନେଉଳ ଶଙ୍ଖ ଏକାଠି ଖେଳୁଥିବା ଲୋକେ ଦର୍ଶନ କରିଛନ୍ତି । ତେବେ ଆଲୋକିକତାରେ ପୂର୍ଣ୍ୟ ଏହି ରତ୍ନ ବଟ ପାଖକୁ ଓଡ଼ିଶାର ବିଭିନ୍ନ ସ୍ଥାନରୁ ବହୁ ସାଧୁ ସନ୍ଥ ଆସୁଥିଲେ ମଧ୍ୟ ଏହା ପ୍ରଶାସନର ଅଗଚରରେ ରହିଛି । ସରକାରଙ୍କ ଶୁଭ ଦୃଷ୍ଟି ଏହି ସ୍ଥାନରେ ପଡ଼ିଲେ ଏହା ପ୍ରସିଦ୍ଧ ସ୍ଥଳୀ ହୋଇପାରନ୍ତା ବୋଲି ଦାବି ହେଉଛି।

Get real time updates directly on you device, subscribe now.