fbpx
BJD SKY
BJD SKY

କୁନ୍ନୁର କ୍ରାସକୁ ନେଇ ବିଧାନସଭାରେ ଶୋକପ୍ରସ୍ତାବ

BJD

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ତାମିଲନାଡ଼ୁ କୁନ୍ନୁରରେ ବାୟୁସେନା ହେଲିକ୍ପଟର କ୍ରାସ୍ ଘଟଣାରେ ଗତକାଲି ସିଡିଏସ ବିପିନ ରାୱତଙ୍କ ସମେତ ୧୩ ଜଣଙ୍କର ମୃତ୍ୟୁ ହୋଇଛି । ଏହି ଘଟଣାକୁ ନେଇ ବିଧାନସଭାରେ ଶୋକ ପ୍ରସ୍ତାବ ଆଗତ ହୋଇଛି । ଶୋକପ୍ରସ୍ତାବ ଆଗତ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସିଡିଏସ୍ ବିପିନ ରାୱତଙ୍କ ସମେତ ୧୩ ଜଣଙ୍କର ମୃତ୍ୟୁକୁ ନେଇ ଶୋକ ପ୍ରସ୍ତାବ ଆଗତ ହୋଇଛି । ବିରୋଧୀ ଦଳ ମୁଖ୍ୟ ସଚେତକ ନରସିଂହ ମିଶ୍ର ଏଡାକୁ ସମର୍ଥନ ଜଣାଇଛନ୍ତି । ବିଧାନସଭାରେ ଦିବଙ୍ଗତ ଆତ୍ମାଙ୍କ ସଦଗତି ପାଇଁ ୧ ମିନିଟ୍ ନିରବ ପ୍ରାର୍ଥନା ହୋଇଛି ।

ସୂଚନାଯୋଗ୍ୟ, ବୁଧବାର ସିଡିଏସ ୱେଲିଂଟନ୍ ଡିଫେନ୍ସ ସର୍ଭିସେସ୍ ଷ୍ଟାଫ୍ କଲେଜ ଯାଉଥିବା ସମୟରେ ବାୟୁସେନା ହେଲିକପ୍ଟର ଏଆଇ ୧୭ ଭି୫ କ୍ରାସ ହୋଇଥିଲା । ହେଲିପ୍ଟରରେ ୪ କ୍ରିଉ ମେମ୍ବର, ସିଡିଏସଙ୍କୁ ମିଶାଇ ୧୦ ଯାତ୍ରୀ ଥିଲେ । ତେବେ ଦୁର୍ଘଟଣାରେ ୧୩ ଜଣଙ୍କ ମୃତ୍ୟୁ ହୋଇଛି । ମୃତକଙ୍କ ମଧ୍ୟରେ ସିଡିଏସ ବିପିନ ରାୱତ ଏବଂ ତାଙ୍କ ପତ୍ନୀ ମଧୁଲିକା ରାୱତ ରହିଛନ୍ତି ।

Get real time updates directly on you device, subscribe now.