fbpx
BJD SKY
BJD SKY

୨୦ ବାଂଲାଦେଶ ଛାତ୍ରଙ୍କୁ ମିଳିଲା ଫାଶୀଦଣ୍ଡ; ଜାଣନ୍ତୁ କାହିଁକି

BJD

ଢାକା: ସୋସିଆଲ ମିଡିଆରେ ସରକାରଙ୍କ ଉପରେ ଆଲୋଚନା କରିଥିବା ଜଣେ ଛାତ୍ରଙ୍କୁ ୨୦୧୯ରେ ପିଟି ପିଟି ହତ୍ୟା କରିଥିବା ମାମଲାରେ ୨୦ ବିଶ୍ୱବିଦ୍ୟାୟଳ ଛାତ୍ରଙ୍କୁ ମୃତ୍ୟୁଦଣ୍ଡରେ ଦଣ୍ଡିତ କରିବାପାଇଁ ରାୟ ଶୁଣାଇଛନ୍ତି ବାଂଲାଦେଶର ଏକ କୋର୍ଟ । ଘଟଣା ସମୟରେ ମୃତକ ଓ ଅଭିଯୁକ୍ତ ଛାତ୍ରମାନେ ଢାକାରେ ବାଂଲାଦେଶ ଇଞ୍ଜିନିୟରିଂ ଆଣ୍ଡ ଟେକ୍ନୋଲୋଜି ୟୁନିଭରସିଟିରେ ପଢୁଥିଲେ । ଏହି ମାମଲାରେ ୨୦ ଅଭିଯୁକ୍ତଙ୍କୁ ଫାଶୀଦଣ୍ଡ ମିଳିଥିବା ବେଳେ ୫ ଜଣ ଛାତ୍ରଙ୍କୁ ଆଜୀବନ କାରାଦଣ୍ଡ ଦିଆଯାଇଛି ।

ଭବିଷ୍ୟତରେ ଏପରି ଘଟଣାର ପୁନରାବୃତ୍ତି ନହେବା ପାଇଁ ଦୋଷୀଙ୍କୁ ଫାଶୀଦଣ୍ଡ ଦେବାକୁ କୋର୍ଟ ବାଧ୍ୟ ହୋଇଛି ବୋଲି ରାୟରେ ଦର୍ଶାଯାଇଛି । ୨୫ ଅଭିଯୁକ୍ତଙ୍କ ମଧ୍ୟରୁ କେହି ବି ନିର୍ଦ୍ଦୋଷ ନାହାନ୍ତି ବୋଲି କୋର୍ଟ କହିଛନ୍ତି । ତେବେ ୨୧ ବର୍ଷୀୟ ଅବରାର ଫାହାଦଙ୍କ ହତ୍ୟା ପରେ ୨୦୧୯ ଅକ୍ଟୋବର ୬ରୁ ୩ ଜଣ ଫେରାର ଥିବାରୁ ସେମାନଙ୍କ ଅନୁପସ୍ଥିତିରେ ଶୁଣାଣି ଚାଲିଥିଲା ।

ସମସ୍ତ ଅଭିଯୁକ୍ତ ଛାତ୍ର ଶାସକ ଆୱାମୀ ଲିଗର ଛାତ୍ର ସଂଗଠନ ବାଂଲାଦେଶ ଛାତ୍ର ଲିଗ୍ (ବିସିଏଲ୍) ସହିତ ଜଡିତ ଥିଲେ । ବିସିଏଲ୍ ଏହି ଛାତ୍ରମାନଙ୍କୁ ସଂଗଠନରୁ ନିଲମ୍ବିତ କରିଥିଲା ଓ ଘଟଣା ପରେ ଅଧିକାରୀମାନେ ସେମାନଙ୍କୁ ବହିଷ୍କାର କରିଥିଲେ । ଭାରତ ସହ ଅଂଶୀଦାର ହୋଇଥିବା ନଦୀର ଜଳ ବାଣ୍ଟିବା ପ୍ରସଙ୍ଗରେ ଶାସକ ଆୱାମୀ ଲିଗକୁ ସମାଲୋଚନା କରିବା ପରେ ଫାହାଦଙ୍କୁ ପିଟି ପିଟି ହତ୍ୟା କରାଯାଇଥିଲା । ହତ୍ୟା ପରେ ସମସ୍ତ ଅଭିଯୁକ୍ତ ଛାତ୍ର ଘଟଣାସ୍ଥଳରୁ ପଳାଇ ଯାଇଥିଲେ ।

Get real time updates directly on you device, subscribe now.