ବଡ଼ ଖବର: ବିଧାନସଭା ସଚିବଙ୍କୁ ହେଲା କରୋନା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): କରୋନା ମହାମାରୀର ନୂଆ ଭାରିଆଣ୍ଟକୁ ନେଇ ଚିନ୍ତା ବଢ଼ିଥିବା ବେଳେ ସାମ୍ନାକୁ ଆସିଛି ଏକ ବଡ଼ ଖବର । ବିଧାନସଭା ସଚିବ ଦାଶରଥୀ ଶତପଥୀ କରୋନା ମହାମାରୀରେ ସଂକ୍ରମିତ ହୋଇଛି । ସଚିବ ଦାଶରଥୀ ଶତପଥୀ ଓ ତାଙ୍କ ଡ୍ରାଇଭର କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ପୂର୍ବରୁ ଦାଶରଥୀଙ୍କ ବ୍ୟକ୍ତିଗତ ସଚିବ ବି କରୋନାରେ ଆକ୍ରାନ୍ତ ହୋଇଥିଲେ । ଏହା ପରେ ସଚିବ ଦାଶରଥୀ ଶତପଥୀ ଓ ତାଙ୍କ ଡ୍ରାଇଭରଙ୍କ କରୋନା ରିପୋର୍ଟ ପଜିଟିଭ୍ ଆସିଥିବା ନେଇ ସୂଚନା ମିଳିଛି ।