fbpx
BJD SKY
BJD SKY

ସାମ୍ନାକୁ ଆସିଲା ସିଡିଏସଙ୍କ ହେଲିକପ୍ଟର କ୍ରାସ ହେବା ପୂର୍ବର Video, ଦେଖନ୍ତୁ

BJD

ନୂଆଦିଲ୍ଲୀ: ତାମିଲନାଡ଼ୁ କୁନ୍ନୁର ହେଲିକପ୍ଟର କ୍ରାସରେ ଚିଫ୍ ଅଫ୍ ଡିଫେନ୍ସ ଷ୍ଟାଫ୍ ବା ସିଡିଏସ୍ ବିପିନ ରାୱତଙ୍କ ମୃତ୍ୟୁ ହୋଇଛି । ଏଥିରେ ବିପିନ ରାୱତ, ତାଙ୍କ ପତ୍ନୀ, ଷ୍ଟାଫର୨ ସଦସ୍ୟ ଓ ୯ ଅନ୍ୟ ଲୋକଙ୍କର ମୃତ୍ୟୁ ହୋଇଛି । ହେଲିକାପ୍ଟରଟି ଲ୍ୟାଣ୍ଡ କରିବାକୁ ଯାଉଥିବା ବେଳେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା ।

ଦୁର୍ଘଟଣା ହେବା ପୂର୍ବରୁ ହେଲିକପ୍ଟରର ଏକ ଭିଡିଓ ସାମ୍ନାକୁ ଆସିଛି । କିପରି ହେଲିକପ୍ଟରରୁ ନିଆଁ ବାହାରି ଆକାଶ ଧୁଆଁମୟ ହେଉଛି, ତାହା ଭିଡିଓରେ ଦେଖିବାକୁ ମିଳିଛି । କିଛି ସେକେଣ୍ଡର ଏହି ଭିଡିଓରେ ସ୍ପଷ୍ଟ ହୋଇଛି କି ଘଟଣାସ୍ଥଳରେ ପାଣିପାଗ ବହୁତ ଖରାପ ରହିଥିଲା । ଏହି ଘଟଣାକୁ କିଛି ସ୍ଥାନୀୟ ଲୋକେ ଦେଖିଥିଲେ । ସେମାନେ ହେଲିକପ୍ଟର ଶବ୍ଦ ଶୁଣି ଉପରକୁ ଚାହିଁଥିଲେ । ତେବେ ପାହାଡିଆ ଅଞ୍ଚଳରେ ପାଣିପାଗ କୌଣସି ବି ମୂହୂର୍ତ୍ତରେ ପରିବର୍ତ୍ତନ ହୋଇଥାଏ । ଯେବେ ବି ହେଲିକପ୍ଟର ଉଡ଼ାଣ ଭରିବାକୁ ପାଇଁ ପ୍ରସ୍ତୁତ ହୋଇଥାଏ, ସେବେ ସମସ୍ତ ପାରାମିଟର୍ସକୁ ଯାଞ୍ଚ କରାଯାଇଥାଏ ।

Get real time updates directly on you device, subscribe now.