fbpx
BJD SKY
BJD SKY

କୁନ୍ନୁର ହେଲିକପ୍ଟର କ୍ରାସ୍: ଓଡ଼ିଆ ଯବାନ ରାଣାପ୍ରତାପ ସହିଦ

BJD

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ତାମିଲନାଡ଼ୁ କୁନ୍ନୁରରେ ବାୟୁସେନା ହେଲିକପ୍ଟର କ୍ରାସ୍ ଘଟଣାରେ ସିଡିଏସ ବିପିନ ରାୱତଙ୍କ ସମେତ ୧୩ ଜଣଙ୍କର ମୃତ୍ୟୁ ହୋଇଛି । ଦୁର୍ଘଟଣାଗ୍ରସ୍ତ ବାୟୁସେନା ହେଲିକପ୍ଟରରେ ଥିଲେ ଜଣେ ଓଡ଼ିଆ ଯବାନ ଥିଲେ ବୋଲି ସୂଚନା ମିଳିଛି । ସହିଦ ଓଡ଼ିଆ ଯବାନଙ୍କ ନାଁ ରାଣାପ୍ରତାପ ଦାସ ।

ଜୁନିଅର ୱାରେଣ୍ଟ ଅଫିସର ରାଣା ପ୍ରତାପ ଦାସଙ୍କ ଘର ତାଳଚେର କୁଣ୍ଢାଳ ପଞ୍ଚାୟତ କୃଷ୍ଣଚନ୍ଦ୍ରପୁର ଗାଁରେ ବୋଲି ଜଣାପଡିଛି । ରାଣାପ୍ରତାପ ଦାସଙ୍କ ସମ୍ପର୍କୀୟଙ୍କ ପକ୍ଷରୁ ଏହାର ସୂଚନା ମିଳିଛି । ଗତ ୧୨ବର୍ଷ ଧରି ଏୟାରଫୋର୍ସରେ ଜୁନିଅର ଅଫିସର ଭାବେ କାର୍ଯ୍ୟ କରୁଥିଲେ ରାଣା ପ୍ରତାପ ଦାସ । ସହିଦ ଯବାନଙ୍କ ବର୍ଷକର ପୁଅ ଥିବା ସୂଚନା ମିଳିଛି ।

Image

ତେବେ ଗତକାଲି ବାୟୁସେନାର MI 17V 5 ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଦୁର୍ଘଟଣାରେ ସିଡିଏସ ବିପିନ ରାୱତ, ତାଙ୍କ ପତ୍ନୀ ମଧୁଲିକାଙ୍କ ସମେତ ୧୩ ଜଣଙ୍କର ମୃତ୍ୟୁ ଘଟିଥିଲା । ଖରାପ ପାଣିପାଗ ଯୋଗୁଁ ହେଲିକପ୍ଟର କ୍ରାସ ହୋଇଥିବା ସନ୍ଦେହ କରାଯାଉଥିବା ବେଳେ ଘଟଣାର ଯାଞ୍ଚ ପାଇଁ ଭାରତୀୟ ବାୟୁସେନା ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି ।

Image

Get real time updates directly on you device, subscribe now.