fbpx

ଆଶ୍ଚର୍ଯ୍ୟ ଲାଗିଲେ ବି ସତ! ୧୦ ଟଙ୍କିଆ କୋଲ୍ଡ ଡ୍ରିଙ୍କସ୍ ଭିତରୁ ବାହାରିଲା କଣ୍ଡୋମ୍

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ବର୍ତ୍ତମାନ ସମୟରେ ରାଜ୍ୟରେ ଭୀଷଣ ଗରମ ଅନୁଭୂତ ହେଉଥିବା ବେଳେ ଲୋକମାନେ ଅସହ୍ୟ ତାତିରେ କଲବଲ ହେଉଛନ୍ତି । ଏପରି ସ୍ଥିତିରେ ଲୋକମାନେ ଘରମାନଙ୍କରେ ଏସି, କୁଲର ଲଗାଇବା ସହ ଲସି, ସରବତ, ଆଇସକ୍ରିମ୍ ଓ ଥଣ୍ଡା ପାନୀୟ ଉପରେ ନିର୍ଭର କରୁଛନ୍ତି । ତେବେ ଆପଣମାନେ ଯଦି ଖରାଦିନେ କୌଣସି ଦୋକାନ ବଜାରରୁ ଥଣ୍ଡା ପାନୀୟ କିଣି ପିଉଛନ୍ତି ତେବେ ଏନେଇ ସାବଧାନ ରୁହନ୍ତୁ ।

ଅନେକ ସମୟରେ ଥଣ୍ଡା ପାନୀୟ ବୋତଲ ଭିତରୁ, ପୋକ, ମାଛି ଆଦି ବାହାରୁଥିବା ଦେଖିବାକୁ ମିଳିଥାଏ । ତେବେ ଏଥର ଥଣ୍ଡା ପାନୀୟ ଭିତରୁ ଯେଉଁ ଜିନିଷ ବାହାରିଛି ତାହା ଶୁଣିବା ପରେ ଆପଣମାନେ ଆଶ୍ଚର୍ଯ୍ୟ ହେବା ସହିତ ବିଶ୍ୱାସ କରିପାରିବେ ନାହିଁ । ୧୦ ଟଙ୍କିଆ ଏକ ଥଣ୍ଡା ପାନୀୟ ଭିତରୁ ବାହାରିଛି କଣ୍ଡୋମ୍ । ଘଟଣାଟି ଘଟିଛି ଗଜପତି ଜିଲ୍ଲାର ମୋହନା ବଜାର ଅଞ୍ଚଳରେ । ସ୍ଥାନୀୟ ଖ୍ରୀଷ୍ଟିଆନ ସାହିର ଗୋଟିଏ ଦୋକାନରୁ ଦୁଇ ତିନିଜଣ ବ୍ୟକ୍ତି ଗୋଟିଏ ଦୋକାନରୁ ଥଣ୍ଡା ପାନୀୟ କିଣି ପିଇବା ସମୟରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଥିଲା । ଏହି ଘଟଣାର ଏକ ଭିଡିଓ ସୋସିଆଲ ମିଡ଼ିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି ।

ଏହି ଘଟଣାକୁ ନେଇ ଏବେ ଚାରିଆଡ଼େ ବେଶ୍ ଚର୍ଚ୍ଚା ସୃଷ୍ଟି ହେବା ସହ ପ୍ରତିଷ୍ଠିତ କମ୍ପାନୀର ମୃଦୁ ପାନୀୟ ଭିତରକୁ ଏଭଳି ସାମଗ୍ରୀ କେମିତି ଆସିଲା ସେନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ତେବେ ଥଣ୍ଡା ପାନୀୟ ଭିତରୁ କଣ୍ଡୋମ୍ ବାହାରିବା ପରେ ଲୋକମାନେ ଦୋକାନୀକୁ ସବୁ ଥଣ୍ଡା ପାନୀୟକୁ ଫେରସ୍ତ କରିଦେଇଥିବା ଜଣାପଡ଼ିଛି । ଏହି ଘଟଣା ପରେ ଏଭଳି କମ୍ପାନୀ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ବୁଦ୍ଧିଜୀବୀମାନେ ଓ ସ୍ଥାନୀୟ ବାସିନ୍ଦାମାନେ ଦାବି କରିଛନ୍ତି । ଏହି ଘଟଣାଟି ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ ଅଟେ ।

Get real time updates directly on you device, subscribe now.