ରାଜ୍ୟରେ ହ୍ରାସ ପାଇଛି କଣ୍ଡୋମ୍ ବ୍ଯବହାର: ଓଡ଼ିଶା ସରକାରଙ୍କ ଆର୍ଥିକ ସର୍ଭେରୁ ଖୁଲାସା

ଭୁବନେଶ୍ୱର: ରାଜ୍ୟରେ ହ୍ରାସ ପାଇଛି କଣ୍ଡୋମ୍ ବ୍ଯବହାର। ଏନେଇ ଓଡ଼ିଶା ସରକାର ଉପସ୍ଥାପନ କରିଥିବା ଆର୍ଥିକ ସର୍ଭେରୁ ଏହି ତଥ୍ଯ ସାମ୍ନାକୁ ଆସିଛି।

କେବଳ ଗର୍ଭନିରୋଧକ ନୁହେଁ ଭୟାବହ ଏଡ୍‌ସ ଓ ଅନ୍ୟାନ୍ୟ ଯୌନରୋଗ ସଂକ୍ରମଣକୁ ରୋକିବା ପାଇଁ ଏକମାତ୍ର ଭରସା ହେଉଛି କଣ୍ଡୋମ। ହେଲେ ଓଡିଶାବାସୀ ଦିନକୁଦିନ କଣ୍ଡୋମ ବ୍ୟବହାର ପ୍ରତି ବିମୁଖ ହେଉଛନ୍ତି। ଅବଶ୍ୟ ଜନ୍ମ ନିୟନ୍ତ୍ରଣ ରୋକିବା ପାଇଁ ବିକଳ୍ପ ପନ୍ଥା ଆପଣେଇଲେଣି।

ହେଲେ ସବୁଠୁ ସୁରକ୍ଷିତ କଣ୍ଡୋମ ବ୍ୟବହାର ରାଜ୍ୟରେ ପୂରା ତଳମୁହାଁ ଧରିଛି। ରିପୋର୍ଟ ଅନୁସାରେ, ଗତ ୬ବର୍ଷ ଭିତରେ କଣ୍ଡୋମ ବ୍ୟବହାରକାରୀଙ୍କ ସଂଖ୍ୟା ୮ପ୍ରତିଶତ କମିଛି।

ଚଳିତ ଅର୍ଥନୈତିକ ରିପୋର୍ଟ-୨୦୨୪-୨୦୨୫ ତଥ୍ୟ ଅନୁସାରେ, ୨୦୧୮-୧୯ ମସିହାରେ ୨୪.୪ ପ୍ରତିଶତ ଲୋକେ କଣ୍ଡୋମ ବ୍ୟବହାର କରୁଥିଲେ । ହେଲେ ୨୦୨୩-୨୦୪ ମସିହାରେ ଏହା ଖସି ଆସି ୧୬.୧ ପ୍ରତିଶତରେ ପହଞ୍ଚିଛି। କେବଳ ସେତିକି ନୁହେଁ, ପରିବାର ନିୟନ୍ତ୍ରଣ ପାଇଁ ଅନ୍ୟ କେତେଗୁଡ଼ିଏ ଉପାୟ ରହିଛି। ସେଥିମଧ୍ୟରେ ଗର୍ଭ ନିରୋଧକ ଉପକରଣ (ଆଇୟିସିଡି), ଗର୍ଭନିରୋଧକ ବଟିକା( ଓସିପି) ବ୍ୟବହାର, ମହିଳା ଓ ପୁରୁଷ ବନ୍ଧ୍ୟାକରଣ ମଧ୍ୟ କମିଚାଲିଛି। ଯାହାକୁ ନେଇ ଚିନ୍ତା ପ୍ରକଟ କରଛି ସ୍ବାସ୍ଥ୍ୟ ବିଭାଗ।

କଣ୍ଡୋମ ବହାରକୁ କେମିତି ବୃଦ୍ଧି କରା‌ଯିବ ସେଥିପାଇଁ ସ୍ବାସ୍ଥ୍ୟ ବିଦ୍ଧ ବିଭାଗ ଲାଗିପଡ଼ିଲାଣି। ପୂର୍ବରୁ ସହରାଞ୍ଚଳରେ ଥିବା ଫାଷ୍ଟ ରେଫରାଲ ୟୁନିଟ୍ (ଏଫଆରୟୁ), ୟୁ), ସହରାଞ୍ଚଳ ପ୍ରାଥମିକ

ସ୍ବାସ୍ଥ୍ୟ କେନ୍ଦ୍ର( (ୟୁପିଏଚସି) ଓ କନ୍ଦ୍ର (ୟୁ ସିଏଚସି )ରେ ଥିବା ଥିବା ପୁରୁଷ ଶୌଚାଳୟ ମଧ୍ୟରେ କଣ୍ଡୋମ ବକ୍ସ ରଖାଯାଉଛି। ସେଠାରୁ ପୁରୁଷମାନେ ବିନା ସଙ୍କୋଚରେ କଣ୍ଡୋମ ଆଣିପାରିବେ। ହେଲେ ବିଡ଼ମ୍ବନା ଏ ବିଷୟରେ ଆଜି ପର୍ଯ୍ୟନ୍ତ କେହି ଜାଣିନାହାନ୍ତି। ଏପରିକି ସେଠାରେ କଣ୍ଡୋମ ବକ୍ସ ମଧ୍ଯ ରହୁନି । ତଥ୍ୟ କହୁଛି, କଣ୍ଡୋମ ବ୍ୟବହାର ହାର ୨୦୧୯-୨୦ରେ ୨୧.୮ ପ୍ରତିଶତ, ୨୦-୨୧ରେ ୨୦.୬ ପ୍ରତିଶତ, ୨୧-୨୨ ଓ ୨୨-୨୩ରେ ୧୭.୫ ପ୍ରତିଶତ ଥିଲା।

ସେହିପରି ଆଇୟୁସିଡି ହାର ୨୦୧୮ରେ ୩୧.୮ ପ୍ରତିଶତ ଥିବାବେଳେ ୨୦୨୩-୨୪ରେ ଏହା ୧୭.୯ ପ୍ରତିଶତକୁ ଖସିଆସିଛି। ଓସିପି ହାର ୨୦୧୮-୧୯ରେ ୨୬.୭ ପ୍ରତିଶତ ଥିବା ବେଳେ ୨୦୨୩-୨୪ରେ ୧୬.୬ ପ୍ରତିଶତ ରହିଛି। ମହିଳା ବନ୍ଧ୍ୟାକରଣ ୨୦୧୮-୧୯ରେ ୧୫.୬ ପ୍ରତିଶତ ଓ ୨୦୨୩-୨୪ରେ ୮.୬ ପ୍ରତିଶତ ରହିଛି। ଏଥିସହ ପୁରୁଷ ବନ୍ଧ୍ୟାକରଣ ହାର ୨୦୧୮-୧୯ରେ ୦.୩ ପ୍ରତିଶତ ଥିବା ବେଳେ ୨୦୨୩-୨୪ରେ ୦.୨ ପ୍ରତିଶତ ରହିଛି। ତେଣୁ ଏଦିଗରେ ବ୍ୟାପକ ସଚେତନତା ଆବଶ୍ୟକ ବୋଲି ସ୍ବାସ୍ଥ୍ୟ ବିଶେଷଜ୍ଞମାନେ କହିଛନ୍ତି ।

ତେବେ ନବବିବାହିତ ଦମ୍ପତିଙ୍କୁ ପରିବାର ନିୟନ୍ତ୍ରଣ ଯୋଜନା ବିଷୟରେ ସଚେତନ କରିବା ପାଇଁ ୨୦୨୨ ମସିହାରେ ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ‘ନୟି ପହଲ’ ଆଣିବାକୁ ଯୋଜନା ହୋଇଥିଲା । ଏହି ଯୋଜନାଟି ଜାତୀୟ ସ୍ବାସ୍ଥ୍ୟ ମିଶନ ଅଧୀନରେ ମଧ୍ୟ ଥିଲା। ଏଥିରେ ନବ ବିବାହିତ ଦମ୍ପତିକୁ ଆଶା କର୍ମୀମାନେ ଏକ ୱେଡିଂ କିଟ୍ ଦେବାର ପ୍ରାବଧାନ ଥିଲା। ଯେଉଁଥିରେ କଣ୍ଡୋମଠାରୁ ନେଇ ସୁରକ୍ଷିତ ଯୌନ ସମ୍ପର୍କ ପାଇଁ ବିଭିନ୍ନ ଉପକରଣ ରହିଥାଏ। ହେଲେ ପରବର୍ତ୍ତୀ ସମୟରେ ଯୋଜନାଟି ଫେଲ୍ ମାରିଥିଲା । ଏବେ ପରିବାର ନିୟନ୍ତ୍ରଣ ପାଇଁ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଅଧୀନରେ ଚାଲୁଥିବା ଶାଶୁ-ବୋହୁ ସମ୍ମିଳନୀ ଓଡ଼ିଶାରେ ଆୟୋଜିତ ହେଉଥିବା ବିଭାଗର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି।