fbpx

ଲୋକସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ୭ମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆସନ୍ତା ମାସ ୧୯ ତାରିଖରୁ ଲୋକସଭା ନିର୍ବାଚନ ପାଇଁ ଦେଶରେ ୭ଟି ପର୍ଯ୍ୟାୟରେ ମତଦାନ ଆରମ୍ଭ ହେବ । ଏହାପରେ ଜୁନ ମାସ ୪ ତାରିଖରେ ନିର୍ବାଚନର ଫଳାଫଳ ଘୋଷଣା ହେବ । ତେବେ ନିର୍ବାଚନ ପାଇଁ ବିଭନ୍ନ ଦଳମାନେ ବିଭିନ୍ନ ପର୍ଯ୍ୟାୟରେ ପ୍ରାର୍ଥୀ ତାଲିକା ଜାରି କରୁଥିବା ବେଳେ କଂଗ୍ରେସ ମଧ୍ୟ ଏ କ୍ଷେତ୍ରରେ ପଛରେ ପଡ଼ିନାହିଁ । ଗତ ୨୫ ତାରିଖ ଦିନ ଦଳ ତା’ର ୬ଷ୍ଠ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଜାରି କରିଥିବା ବେଳେ ଆଜି ୭ମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଜାରି କରିଛି ।

ଆଜି ପ୍ରକାଶ ପାଇଥିବା ପ୍ରାର୍ଥୀ ତାଲିକାରେ ଦଳ ଛତିଶଗଡ଼ର ୪ଟି ଓ ତାମିଲନାଡ଼ୁର ଗୋଟିଏ ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି । ଛତିଶଗଡ଼ର ସୁର୍ଗୁଜା ଆସନ ପାଇଁ ଶଶୀ ସିଂହ, ରାଇଗଡ଼ ଆସନ ପାଇଁ ମେନକା ଦେବୀ ସିଂ, ବିଲାସପୁର ଆସନ ପାଇଁ ଦେବେନ୍ଦ୍ର ସିଂହ ଯାଦବ, କଙ୍କର ଆସନ ପାଇଁ ବିରେଶ ଠାକୁରଙ୍କୁ ପ୍ରାର୍ଥୀ କରିଥିବା ବେଳେ ତାମିଲନାଡ଼ୁର ମାୟିଲାଡୁଥୁରାଏ ଆସନ ପାଇଁ ଆର. ସୁଧାଙ୍କୁ ପ୍ରାର୍ଥୀ କରିଛି ।

Get real time updates directly on you device, subscribe now.