fbpx

ମେ ୧୦ରେ ଭୋଟ: କଂଗ୍ରେସର ବଡ଼ ନିଷ୍ପତ୍ତି, ନୂଆ କାର୍ଯ୍ୟକାରୀ ଅଧ୍ୟକ୍ଷଙ୍କ ନାମ ଘୋଷଣା

Advertisement

ନୂଆଦିଲ୍ଲୀ: ଆସନ୍ତା ମାସ ୧୦ ତାରିଖରେ କିଛି ରାଜ୍ୟରେ ନିର୍ବାଚନ ଓ ଉପନିର୍ବାଚନ ହେବା ନେଇ ନିର୍ବାଚନ ଆୟୋଗ ଘୋଷଣା କରିଛନ୍ତି । ଆସନ୍ତା ମାସରେ ଓଡ଼ିଶାର ଝାରସୁଗୁଡ଼ା ବିଧାନସଭା ଆସନ ପାଇଁ ଉପନିର୍ବାଚନ ହେବ । ସେହିପରି ସମାନ ତାରିଖରେ କର୍ଣ୍ଣାଟକରେ ବିଧାନସଭା ନିର୍ବାଚନ ପାଇଁ ଭୋଟ ହେବ । ତେବେ ଏହା ମଧ୍ୟରେ ନିର୍ବାଚନ ପୂର୍ବରୁ କଂଗ୍ରେସ ଏକ ବଡ଼ ଘୋଷଣା କରିଛି ।

ଏଥର କର୍ଣ୍ଣାଟକ ବିଧାନସଭା ନିର୍ବାଚନରେ ବିଜେପି, କଂଗ୍ରେସ ଓ ଜେଡିଏସ ମଧ୍ୟରେ କଡ଼ା ଟକ୍କର ଦେଖିବାକୁ ମିଳିବ । ଏଥର କର୍ଣ୍ଣାଟକରେ କଂଗ୍ରେସ ବହୁମତ ହାସଲ କରିବା ସହିତ ବିଜେପି ପଛରେ ପଡ଼ିବ ବୋଲି କିଛି ସଂସ୍ଥା ତରଫରୁ ଆକଳନ କରାଯାଇଛି । ତେବେ ଏହି ନିର୍ବାଚନରେ ପ୍ରଧାନମନ୍ତ୍ରୀ ମୋଦୀ ଏକାଧିକ ରାଲି କରି ଜନତାଙ୍କ ସମର୍ଥନ ପାଇଁ ପ୍ରୟାସ ଆରମ୍ଭ କରିଦେଇଛନ୍ତି । ନିକଟରେ ଦେଶରେ କେନ୍ଦ୍ର ସରକାରଙ୍କ ବିରୋଧରେ ବିପକ୍ଷ ଦଳମାନେ ଏକଜୁଟ୍ ହେବାକୁ ପ୍ରୟାସ କରୁଥିବା ବେଳେ ବିଜେପି କର୍ଣ୍ଣାଟକରେ ନିଜର ଦମ୍ ଦେଖାଇବା ନେଇ ରଣନୀତି ପ୍ରସ୍ତୁତ କରୁଛି ।

ସୂଚନା ମୁତାବକ, କର୍ଣ୍ଣାଟକ ବିଧାନସଭା ନିର୍ବାଚନ ପୂର୍ବରୁ କଂଗ୍ରେସ ଏକ ବଡ଼ ନିଷ୍ପତ୍ତି ନେଇଛି । ବି.ଏନ ଚନ୍ଦ୍ରାପ୍ପାଙ୍କୁ ଦଳ ନୂଆ କାର୍ଯ୍ୟକାରୀ ଅଧ୍ୟକ୍ଷ ଭାବେ ନିଯୁକ୍ତି ଦେଇଛି । କଂଗ୍ରେସ ରାଷ୍ଟ୍ରୀୟ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେ ଚନ୍ଦ୍ରାପାଙ୍କୁ ଏହି ନୂଆ ଦାୟିତ୍ୱ ପ୍ରଦାନ କରିଛନ୍ତି । ପୂର୍ବରୁ ଚନ୍ଦ୍ରାପା ଦଳର ସାଂସଦ ପଦରେ ରହିଥିବା ବେଳେ ଏବେ ତାଙ୍କୁ ଆର. ଧ୍ରୁବନାରାୟଣଙ୍କ ସ୍ଥାନରେ ନିଯୁକ୍ତି ମିଳିଛି । ପ୍ରଦେଶ କଂଗ୍ରେସ କାର୍ଯ୍ୟକାରୀ ଅଧ୍ୟକ୍ଷ ପଦରେ ଥିବା ଧ୍ରୁବନାରାୟଣଙ୍କର ଗତ ମାସରେ ଦେହାନ୍ତ ହୋଇଥିଲା ।

Get real time updates directly on you device, subscribe now.