fbpx

ଆଜି କଂଗ୍ରେସର କେନ୍ଦ୍ରୀୟ ନିର୍ବାଚନ କମିଟି ବୈଠକ, ପ୍ରାର୍ଥୀଙ୍କ ଦ୍ୱିତୀୟ ତାଲିକାକୁ ନେଇ ହେବ ଆଲୋଚନା

ନୂଆଦିଲ୍ଲୀ: ଆଜି କଂଗ୍ରେସର କେନ୍ଦ୍ରୀୟ ନିର୍ବାଚନ କମିଟି(CEC) ବୈଠକ ଦିଲ୍ଲୀ ସ୍ଥିତ କାର୍ଯ୍ୟାଳୟରେ ଅନୁଷ୍ଠିତ ହେବ । ଦଳୀୟ ସୂତ୍ରରୁ ପ୍ରକାଶ ଯେ କେନ୍ଦ୍ରୀୟ ନିର୍ବାଚନ କମିଟର ଦ୍ୱିତୀୟ ବୈଠକ ସନ୍ଧ୍ୟା ୬ଟାରୁ ଆରମ୍ଭ ହେବ । କଂଗ୍ରେସ ମୁଖ୍ୟ ମଲ୍ଲିକାର୍ଜୁନ ଖଡ଼ଗେଙ୍କ ନେତୃତ୍ୱରେ ଅନୁଷ୍ଠିତ ଏହି ବୈଠକରେ ସଂସଦୀୟ ଦଳର ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଏବଂ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ସାମିଲ ହେବା ନେଇ ସମ୍ଭାବନା ରହିଛି । ଏହି ବୈଠକରେ କର୍ଣ୍ଣାଟକ, ରାଜସ୍ଥାନ, ଛତିଶଗଡ଼, ହରିୟାଣା, ତାମିଲନାଡ଼ୁ, ଦିଲ୍ଲୀ ଏବଂ ମଧ୍ୟପ୍ରଦେଶର ଲୋକସଭା ଆସନକୁ ନେଇ ଆଲୋଚନା ହେବ ।

ଲୋକସଭା ନିର୍ବାଚନ ପୂର୍ବରୁ ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ଜୋରସୋର ପ୍ରସ୍ତୁତି ଜାରି ରହିଛି । ଆଜି କଂଗ୍ରେସର କେନ୍ଦ୍ରୀୟ ନିର୍ବାଚନ କମିଟିର ଏହି ୨ୟ ବୈଠକରେ ପ୍ରାର୍ଥୀଙ୍କ ଦ୍ୱିତୀୟ ତାଲିକାକୁ ନେଇ ଆଲୋଚନା ହେବାର ସମ୍ଭାବନା ରହିଛି । ଏହା ପୂର୍ବରୁ କଂଗ୍ରେସ ମାର୍ଚ୍ଚ ୮ରେ ପ୍ରଥମ ତାଲିକାରେ ୩୯ଟି ପ୍ରାର୍ଥୀଙ୍କ ନାମ ପ୍ରକାଶ କରିଥିଲା । ଏହି ୩୯ ଜଣ ପ୍ରାର୍ଥୀଙ୍କ ମଧ୍ୟରୁ କେରଲରୁ(୧୬), କର୍ଣ୍ଣାଟକରୁ(୭), ଛତିଶଗଡ଼ରୁ(୬), ତେଲେଙ୍ଗାନାରୁ(୪), ମେଘାଲୟରୁ(୨), ନାଗାଲ୍ୟାଣ୍ଡ, ତ୍ରିପୁରା, ସିକ୍କିମ ଏବଂ ଲାକ୍ଷାଦ୍ୱୀପରୁ ଜଣେ ଲେଖାଏଁ ପ୍ରାର୍ଥୀ ଚୟନ ହୋଇଥିଲେ ।

Get real time updates directly on you device, subscribe now.