fbpx

ପେଗାସସ ସ୍ପାଏୱେୟାର ମାମଲା: ବିଚାର ବିଭାଗୀୟ ତଦନ୍ତ ଦାବି କଲା କଂଗ୍ରେସ

ଭୁବନେଶ୍ୱର(ଓଡ଼ିଶା ଭାସ୍କର):

ପେଗାସସ୍ ସ୍ପାଏର ଫୋନ ହ୍ୟାକିଂ ମାମଲାକୁ ନେଇ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ୍ କରିଛି କଂଗ୍ରେସ । ସରକାର ରାହୁଲ ଗାନ୍ଧୀଙ୍କ ସହ ଅନ୍ୟ ନେତା ଓ ସାମ୍ବାଦିକମାନଙ୍କର ଫୋନ ଟ୍ୟାପିଂ କରାଇ ଦେଶଦ୍ରୋହ କାମ କରିଛନ୍ତି । ପେଗାସସ ଗୁଇନ୍ଦାଗିରି ଘଟଣାକୁ ରାଜ୍ୟ କଂଗ୍ରେସ ଅତି ଦୃଢ଼ ଭାବେ ନିନ୍ଦା କରୁଛି । ସ୍ୱାଧୀନ ମତବ୍ୟକ୍ତ କରିବାର ଅଧିକାର ଉପରେ ଏହା ଆକ୍ରମଣ କହିଲେ ଅତ୍ୟୁକ୍ତି ହେବନାହିଁ । ବ୍ୟକ୍ତିଗତ ଜୀବନ ଉପରେ ଗୁଇନ୍ଦାଗିରି କରିବା ଅକ୍ଷମଣିୟ ଅପରାଧ । ନାଗରିକ ଅଧିକାର କୁ ଏହା ବ୍ୟଥିତ କରିଛି । ଜାତୀୟ ନିରାପତ୍ତା ଉପରେ ମଧ୍ୟ ଏହା ପ୍ରଶ୍ନବାଚୀ ସୃଷ୍ଟି କରିଛି । କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିବା ସହ କେତୋଟି ପ୍ରଶ୍ନ ପଚାରିଛି କଂଗ୍ରେସ ।

  • ପେଗାସସ କୁ ଗୁଇନ୍ଦାଗିରି କରିବାକୁ ଅନୁମତି କାହିଁକି ଦେଲେ କେନ୍ଦ୍ର ସରକାର ?
  • କେନ୍ଦ୍ର ସରକାରଙ୍କ ପକ୍ଷରୁ କିଏ ଏହି ସଂସ୍ଥାକୁ ଅଧିକୃତ କରିଛି ?
  • ପୂର୍ବତନ ଆଇଟି ମନ୍ତ୍ରୀ ରବିଶଙ୍କର ପ୍ରସାଦ ପୂର୍ବରୁ ଏହାକୁ ପରୋକ୍ଷରେ ସ୍ୱୀକାର କରୁଥିବା ବେଳେ ସରକାର ମାନିବାକୁ ରାଜି ନାହାନ୍ତି କାହିଁକି ?
  • କେଉଁ ଉଦ୍ଦେଶ୍ୟରେ ବିରୋଧି ଦଳ ନେତା, ସାମ୍ବାଦିକ, ବିଚାରପତି ଙ୍କ ଉପରେ ଗୁଇନ୍ଦାଗିରି ଚାଲିଛି ?
  • ଦେଶର ଆଭ୍ୟନ୍ତରୀଣ ନିରାପତ୍ତା ବିପଦମୁଖୀ ନୁହେଁ କି ?
  • ପ୍ରଧାନମନ୍ତ୍ରୀ ନିଜେ ଏଭଳି ନୀଚ୍ଚସ୍ତରର କାମ ପାଇଁ ଦାୟୀ ନୁହେଁ କି ?

ଉହାର ଉଚ୍ଚସ୍ତରୀୟ ତଦନ୍ତ ହେଉ । ଜଣେ ବିଚାରପତିଙ୍କ ଅଧ୍ୟକ୍ଷତାରେ ଏହାର ତଦନ୍ତ ହେଉ । ତୁରନ୍ତ ଗୃହମନ୍ତ୍ରୀ ଇସ୍ତଫା ଦିଅନ୍ତୁ ବୋଲି କଂଗ୍ରେସ ଦାବି କରିବା ସହ ରାଜ୍ୟପାଳଙ୍କୁ ଭେଟି ଦାବିପତ୍ର ଦେଇଛି ପ୍ରତିନିଧି ଦଳ ।

ଏହି ଅବସରରେ ସର୍ବଭାରତୀୟ ଜାତୀୟ କଂଗ୍ରେସ ନିଷ୍ପତିକ୍ରମେ ପ୍ରଦେଶ କଂଗ୍ରେସ ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ ଏକ ପ୍ରତିନିଧି ଦଳ ମହାମହୀମ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ପ୍ରଦେଶ କଂଗ୍ରେସର କାର୍ଯ୍ୟକାରୀ ସଭାପତି ପ୍ରଦୀପ ମାଝୀଙ୍କ ନେତୃତ୍ୱରେ ବରିଷ୍ଠ କଂଗ୍ରେସ ନେତା ତଥା ବିଧାୟକ ସୁରେଶ କୁମାର ରାଉତରାୟ, ପୂର୍ବତନ ପ୍ରଦେଶ କଂଗ୍ରେସ ସଭାପତି ଶରତ ପଟ୍ଟନାୟକ, ରାମଚନ୍ଦ୍ର ଖୁଂଟିଆ, ପିସିିସି ଗଣମାଧ୍ୟମ କମିଟିର ଅଧ୍ୟକ୍ଷ ଗଣେଶ୍ୱର ବେହେରା, ଦେବାଶିଷ ପଟ୍ଟନାୟକ, ସ୍ମୃତିରଞ୍ଜନ ଲେଙ୍କା, ୟାସିର ନୱାଜ, ଶିବାନନ୍ଦ ରାୟ, ଯଜେ୍ଞଶ୍ୱର ବାବୁ, ଭୁବନେଶ୍ୱର ଜିଲ୍ଲା କଂଗ୍ରେସ ସଭାପତି ବିଶ୍ୱଜିତ ଦାଶ, ଜାନକୀ ବଲ୍ଲଭ ପଟ୍ଟନାୟକ, ମନୋରଞ୍ଜନ ଦାଶ, ଡ. ଗୋବିନ୍ଦ ଭୂୟାଁ, ମନୋଜ ମହାପାତ୍ର, ସସ୍ମିତା ବେହେରା, ରଜନୀ ମହାନ୍ତି, ପଦ୍ମାକର ଗୁରୁ, ଦୀପକ ମହାପାତ୍ର, ଅଶୋକ ଦାଶ ଓ ଅନ୍ୟ କଂଗ୍ରେସ କର୍ମୀମାନେ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକପତ୍ର ପ୍ରଦାନ କରିଥିଲେ ।

Get real time updates directly on you device, subscribe now.