fbpx

ଆମେରିକାର ୪୪ ମ୍ୟାଚ ବିଜୟଧାରା ଭାଙ୍ଗିଲା ସ୍ୱିଡେନ୍

ଟୋକିଓ: ୪ ଥର ଅଲିମ୍ପିକ୍ସ ସ୍ୱର୍ଣ୍ଣ ପଦକ ବିଜେତା ଆମେରିକା ମହିଳା ଫୁଟବଲ ଦଳକୁ ପ୍ରଥମ ମ୍ୟାଚରେ ମାତ ଦେଇଛି ସ୍ୱିଡେନ୍ । ବୁଧବାର ଅନୁଷ୍ଠିତ ଉଦଘାଟନୀ ମୁକାବିଲାରେ ଷ୍ଟିନା ବ୍ଲାକଷ୍ଟେନିଅସଙ୍କ ଡବଲ ଗୋଲ ବଳରେ ୩-୦ରେ ବିଜୟୀ ହୋଇଛି ସ୍ୱିଡେନ୍ । ୪ ଥର ସ୍ୱର୍ଣ୍ଣ ବିଜେତା ଆମେରିକା ପ୍ରଥମ ମ୍ୟାଚରେ ପରାଜିତ ହୋଇଛି ।

ବିଶ୍ୱ ମାନ୍ୟତାର ୫ମ ସ୍ଥାନରେ ରହିଥିବା ସ୍ୱିଡେନ ମ୍ୟାଚର ପ୍ରଥମ ମିନିଟରୁ ଚାପ ପକାଇଥିଲା । ପ୍ରଥମ ୮ ମିନିଟ ମଧ୍ୟରେ ସ୍ୱିଡେନ୍ ୩ଟି ଶଟ୍ ଗୋଲପୋଷ୍ଟକୁ ମାରିଥିଲା । ଚାପରେ ରହିଥିବା ଆମେରିକା ୨୫ ତମ ମିନିଟରେ ପ୍ରଥମ ଗୋଲ ବରଣ କରିଥିଲା । ହେଡର ଜରିଆରେ ଷ୍ଟିନା ବ୍ଲାକଷ୍ଟେନିଅସ ଏହି ଗୋଲ ସ୍କୋର କରିଥିଲେ । ୫୪ତମ ମିନିଟରେ ଷ୍ଟିନାଙ୍କ ଦ୍ୱିତୀୟ ଗୋଲରେ ସ୍ୱିଡେନ୍ ୨-୦ରେ ଆଗୁଆ ରହିଥିଲା । ଏହାର ୧୦ ମିନିଟ ମଧ୍ୟରେ ମିଡଫିଲ୍ଡର ଲିନା ହର୍ଟିଗଙ୍କ ଗୋଲରେ ଦଳ ନିଜର ଅଗ୍ରଣୀକୁ ୩-୦ରେ ପହଞ୍ଚାଇଥିଲା । ଏହା ସହିତ ୨୦୧୯ ପରଠାରୁ ଅପରାଜେୟ ରହିଥିବା ଆମେରିକାର ବିଜୟ ଧାରାରେ ମଧ୍ୟ ବ୍ରେକ ଲାଗିଛି । ଲଗାତାର ୪୪ ମ୍ୟାଚ ପରେ ପରାଜିତ ହୋଇଛି ଆମେରିକା ମହିଳା ଦଳ ।

Get real time updates directly on you device, subscribe now.