fbpx

ଏହି ୧୬ ଜିଲ୍ଲାକୁ ପ୍ରବଳରୁ ଅତି ପ୍ରବଳ ବର୍ଷା

ଭୁବନେଶ୍ୱର (ଓଡ଼ିଶା ଭାସ୍କର): ରାଜ୍ୟ ପାଣିପାଗ ବିଭାଗ ପକ୍ଷରୁ ୧୬ଟି ଜିଲ୍ଳାକୁ ପ୍ରବଳରୁ ଅତି ପ୍ରବଳ ବର୍ଷାର ସତର୍କ ସୂଚନା ଜାରି କରାଯାଇଛି । ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଏହି ୧୬ ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷାର ସମ୍ଭାବନା ରହିଛି ।

କଟକ, ଭଦ୍ରକ, ଜଗତସିଂହପୁର, କେନ୍ଦ୍ରାପଡା, ସମ୍ବଲପୁର, ଦେବଗଡ ଓ ଅନୁଗୁଳରେ ଅତି ପ୍ରବଳ ବର୍ଷାର ପୂର୍ବାନୂମାନ ଲଗାଯାଇଛି । ଅନ୍ୟ ପକ୍ଷରେ ଖୋର୍ଦ୍ଧା, ପୁରୀ, କୋରାପୁଟ, ମାଲକାନଗିରି, ବାଲେଶ୍ୱର, କନ୍ଧମାଳ, ଯାଜପୁର, ମୟୁରଭଞ୍ଜ ଓ ସୁନ୍ଦରଗଡକୁ ପ୍ରବଳ ବର୍ଷାର ସତର୍କ ସୂଚନା ଜାରି କରାଯାଇଛି ।

Get real time updates directly on you device, subscribe now.