fbpx

ଚାକିରି ଦେବା ନାଁରେ ଠକେଇ: କମିଶନରେଟ ପୋଲିସ କବଜାରେ ପ୍ରେମୀଯୁଗଳ

ଭୁବନେଶ୍ୱର (ଓଡ଼ିଶା ଭାସ୍କର): ଭଦ୍ରକରୁ ଧରାପଡିଛି ଅନୀଲ ସାହୁ । କମିଶନରେଟ ପୋଲିସର ଏକ ସ୍ବତନ୍ତ୍ର ଟିମ ଭଦ୍ରକ ରେଳ ଷ୍ଟେସନରୁ ଅନୀଲକୁ କାବୁ କରିଛି । ଚାକିରି ଦେବା ନାଁରେ ଶହ ଶହ ଲୋକଙ୍କ ଠାରୁ ୫୦ ଲକ୍ଷରୁ ଅଧିକ ଟଙ୍କା ଲୁଟୁଥିଲେ ଏହି ପ୍ରେମୀ ଯୁଗଳ। କନସଲଟାନ୍ସି ସଂସ୍ଥା କରି ଚାକିରୀ କରାଇଦେବା ନାଁରେ ଲକ୍ଷାଧିକ ଟଙ୍କା ଲୁଟୁଥିଲା ଅନୀଲ । ଏହି ମାମଲାରେ ଏକ ଅଣ ଓଡିଆ ଯୁବତୀଙ୍କୁ ବି ଅଟକ ରଖି ପଚରାଉଚରା କରୁଛି ପୋଲିସ ।

ଅନୀଲ ସାହୁ ସହିତ ଥିଲେ ମହିଳା ସହଯୋଗୀ ତଥା ଗାର୍ଲଫ୍ରେଣ୍ଡ । ଗାର୍ଲଫ୍ରେଣ୍ଡ ଜଣକ ପୁଣି ଅଣ ଓଡ଼ିଆ । ବଲିଉଡ ଫିଲ୍ମ ଷ୍ଟାଇଲରେ ଉଭୟ ପ୍ରସ୍ତୁତ କରିଥିଲେ ପ୍ଲାନ । ଲୋକଙ୍କୁ ଲୁଟିବା ପାଇଁ ଉଭୟ ବୁଣୁଥିଲେ ଠକାମୀର ଜାଲ । ଚାକିରୀ ପାଇଁ ଦେଉଥିଲେ ମନଲୋଭା ଅଫର । ସୋସିଆଲ ମିଡିଆରେ ଦେଉଥିଲେ ବିଜ୍ଞାପନ । ରସୁଲଗଡସ୍ଥିତ କାର୍ଯ୍ୟଳୟରେ ନେଉଥିଲେ ସାକ୍ଷାତକାର । ନିଜ ନା ବଦଳାଇ ନେଉଥିଲେ ଇଣ୍ଟରଭ୍ୟୁ । ଲୋକଙ୍କୁ ଉଭୟ ସରକାରୀ ଓ ବେସରକାରୀ ଚାକିରୀ ଦେବା ପାଇଁ ଦେଉଥିଲେ ମିଛ ପ୍ରତିଶ୍ରୁତି । ଏଥିପାଇଁ ବିଭିନ୍ନ କନସଲଟାନ୍ସି ମାଧ୍ୟମରେ ବେକାର ଯୁବକଙ୍କୁ ଅନୀଲ କରୁଥିଲା ଟାର୍ଗେଟ । ଆଉ ଲୁଟୁଥିଲେ ଲକ୍ଷାଧିକ ଟଙ୍କା ।
ଅନୀଲ ଲୁଟିଥିବା ଟଙ୍କା କାହା ପାଖରେ ଅଛି । ଏସବୁ ଘଟଣାର ତଦନ୍ତ ଚଳାଇଛି ପୋଲିସ । ମଙ୍ଗଳବାର ଦିନ ଭୁବନେଶ୍ୱର ବିମାନବନ୍ଦରରୁ ଅନୀଲଙ୍କ ସହଯୋଗୀ ତଥା ଏହି ମହିଳାଙ୍କୁ ପୋଲିସ ଅଟକ ରଖିଥିଲା । ଗତକାଲି ଛାଡିବାର ୨୪ ଘଣ୍ଟା ନପୁରୁଣୁ ଉଭୟଙ୍କୁ ଭଦ୍ରକ ରେଳ ଷ୍ଟେସନରୁ କାବୁ କରିଛି ପୋଲିସ । ଶହ ଶହ ଲୋକଙ୍କ ଠାରୁ ୫୦ ଲକ୍ଷରୁ ଅଧିକ ଟଙ୍କା ନେଇ ଅନୀଲ ଫେରାର ଥଲା । ଏହି ରାକେଟରେ ଆଉ କାହାର ସଂପୃକ୍ତି ଅଛି ସେନେଇ ଖୋଲତାଡ କରୁଛି କମିଶନରେଟ ପୋଲିସ ।

Get real time updates directly on you device, subscribe now.