fbpx

ସଚିନ ପାଇଲଟ ସମସ୍ତ କମିଟିର ସଦସ୍ୟ କିନ୍ତୁ କୌଣସି କମିଟିର ଅଧ୍ୟକ୍ଷ ନୁହଁନ୍ତି, କଂଗ୍ରେସର ୮ଟି କମିଟିର ଘୋଷଣା

ଜୟପୁର : କଂଗ୍ରେସ ରାଜସ୍ଥାନ ନିର୍ବାଚନ ପାଇଁ ୮ ଟି ନିର୍ବାଚନ ସମିତି ଗଠନ ହୋଇସାରିଛି । କିନ୍ତୁ ପୂର୍ବତନ ଉପ ମୁଖ୍ୟମନ୍ତ୍ରୀ ସଚିନ ପାଇଲଟ କୌଣସି କମିଟିର ନେତୃତ୍ୱ କରୁ ନାହାନ୍ତି । ସଚିନ ପାଇଲଟ ସମସ୍ତ କଂଗ୍ରେସ କାର୍ଯ୍ୟ ସମିତିର ସଦସ୍ୟ ଅଟନ୍ତି । ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କୁ ସମିତିର ଅଧକ୍ଷ କରାଯାଇଛି । କୋର ସମିତିର ସଂଯୋଜକ ପ୍ରଦେଶର ପ୍ରଭାରୀ ସୁଖବିନ୍ଦିର ସିଂହ ରନ୍ଧୱାଙ୍କୁ କରାଯାଇଛି । ବିଧାନସଭା ଉପାଧକ୍ଷ ସି ପି ଯୋଶୀଙ୍କୁ ଘୋଷଣା ପତ୍ର ସମିତିର ଅଧକ୍ଷ, ହରିଶ ଚୌଧୁରୀଙ୍କୁ ରଣନୀତି ସମିତିର ଅଧକ୍ଷ, ମମତା ଭୁପେଶଙ୍କୁ ମିଡିଆ ଏବଂ ସଞ୍ଚାର ସମିତିର ଅଧକ୍ଷ ଭାବେ ନିଯୁକ୍ତ କରାଯାଇଛି ।

ପାଇଲଟଙ୍କ ସମର୍ଥକ ମନ୍ତ୍ରୀ ମୁରାଲିଲାଲ ମୀନା ପ୍ରଚାର ଏବଂ ପ୍ରକାଶ ସମିତିର ଅଧକ୍ଷ କରାଯାଇଛି । ପ୍ରମୋଦ ଜେନ ଭାୟାଙ୍କୁ ପ୍ରୋଟକଲ ସମିତିର ଅଧକ୍ଷ କରାଯାଇଛି । ଏହି ନିର୍ବାଚନ ସମିତିରେ ସନ୍ତୁଳନ ବଜାଇ ରଖିବାକୁ ଚେଷ୍ଟା କରାଯାଇଛି । ଗୋବିନ୍ଦ ରାମ ମେଘୱାଲଙ୍କୁ କ୍ୟାମ୍ପେନ କମିଟିର ପ୍ରମୁଖ କରାଯାଇଛି ଯାହା ଦ୍ୱାରା ସେ ଦଳିତ ଭୋଟରମାନଙ୍କୁ ସମସ୍ତ ସୂଚନା ଦେଇ ପାରିବେ ।

ତେବେ ସଚିନ ପାଇଲଟଙ୍କୁ କୌଣସି କମିଟିର ଅଧକ୍ଷ କରାଯାଇ ନାହିଁ । ଏହା ପୂର୍ବରୁ ପାଇଲଟ ଏଆଇସିସିରେ ସାମିଲ ହୋଇଥିଲେ । ସୂଚନା ଅନୁସାରେ ପାଇଲଟଙ୍କୁ କ୍ୟାମ୍ପେନ କମିଟିର ଅଧକ୍ଷ କରାଯିବାର ଥିଲା କିନ୍ତୁ ଏହି ଦାୟିତ୍ୱ ଗୋବିନ୍ଦ ରାମ ମେଘୱାଲଙ୍କୁ ଦିଆଯାଇଛି ।

Get real time updates directly on you device, subscribe now.