fbpx
BSKY
BJD MC SKY
BJD YOUTH SKY

ପୁଲୱାମା ପାଇଁ କେନ୍ଦ୍ର ଦାୟୀ! ଯବାନଙ୍କୁ ଗୃହମନ୍ତ୍ରାଳୟ ବିମାନ ଦେବାକୁ କାହିଁକି କରିଲେ ମନା, ବିମାନ ମିଳିଥିଲେ ବଞ୍ଚି ଯାଇଥାଆନ୍ତା ୪୦ଶହୀଦଙ୍କ ଜୀବନ

ନୂଆଦିଲ୍ଲୀ: ଏକ ଗଣମାଧ୍ୟମକୁ ଦିଆଯାଇଥିବା ସାକ୍ଷାତକାର ଏବେ ସାରା ଭାରତ ବର୍ଷରେ ଚର୍ଚ୍ଚା ବିଷୟ ପାଲଟିଛି । ଏହି ଘଟଣା ସାମ୍ନାକୁ ଆସିବା ପରେ କେବଳ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରାଯାଉନାହିଁ ବରଂ ତାଙ୍କ ଉପରେ ଲା’ନା ଲଗାଯାଉଛି । ଆଉ ଏଭଳି ଗୁରୁତ୍ୱପୁର୍ଣ୍ଣ ଘଟଣାକୁ ନେଇ କେନ୍ଦ୍ରଙ୍କ ଉପରେ ବର୍ଷିଛି କଂଗ୍ରେସ । ଘଟଣା କିଛି ଏଭଳି ଭାବରେ ଆରମ୍ଭ ହେଇଛି ଜମ୍ମୁ-କଶ୍ମୀରର ପୂର୍ବତନ ରାଜ୍ୟପାଳ ସତ୍ୟ ପାଲ ମଲିକ ଏକ ସାକ୍ଷାତକାରରେ ନିଜର ପ୍ରତିକ୍ରିୟା ପ୍ରକାଶ କରିବା ପରେ ସବୁ ଆଡେ ବାସ ଏହି କଥାର ଚର୍ଚ୍ଚା ହେଉଛି । ଯାହା ପାଇଁ ଏବେ ପୁଲୱାମା ଆତଙ୍କବାଦୀ ଆକ୍ରମଣ ପ୍ରସଙ୍ଗରେ କେନ୍ଦ୍ର ସରକାରଙ୍କୁ ଅନେକ ପ୍ରଶ୍ନ ପଚରାଯାଉଛି । କଂଗ୍ରେସ ଶନିବାର କେନ୍ଦ୍ରକୁ ପଚାରିଥିଲା ​​ଯେ CRPF ଯବାନମାନଙ୍କୁ ବିମାନ ଦେବାକୁ କାହିଁକି ମନା କରାଯାଇଥିଲା?

ପୁଲୱାମା ଆତଙ୍କବାଦୀ ଆକ୍ରମଣ ଘଟଣାର ତଦନ୍ତ ଫଳାଫଳ ସମ୍ପର୍କରେ ମଧ୍ୟ କେନ୍ଦ୍ର ସରକାର ଉତ୍ତର ମାଗିଛନ୍ତି। କାରଣ ଏକଥା ହେଉଛି ଆମ ଦେଶର ବୀର ଯବାନ ମାନଙ୍କର ସୁରକ୍ଷା କଥା । ଆଉ ଯଦି ସେଦିନ ତାଙ୍କୁ ବିମାନ ଦେବା ପାଇଁ ମଞ୍ଜୁରୀ ମିଳିଥାନ୍ତା ହୁଏତ ଆଜି ଏ ଭାରତ ତାର ୪୦ଜଣ ବୀର ସନ୍ତାନକୁ ହରେଇ ନ ଥାଆନ୍ତା । ଆଜି ଯେଉଁଭଳି ଭାବେ ଏହି ବୀର ଯବାନ ମାନେ ଦେଶ ପାଇଁ ସହିଦ ହେଇ ଯାଇଛନ୍ତି ଏଭଳି ପରିସ୍ଥିତି ଉପୁଜି ନ ଥାଆନ୍ତା ।

ସୂଚନାମୁତାବକ ଫେବୃଆରୀ ୧୪, ୨୦୧୯ ରେ ପୁଲୱାମା, ଜାମ୍ମୁ କାଶ୍ମୀରରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ୪୦CRPF କର୍ମଚାରୀ ସହିଦ ହୋଇଥିଲେ। ସତ୍ୟପାଲ ମଲିକ ‘ଦି ୱାୟାର’କୁ ଦେଇଥିବା ଏକ ସାକ୍ଷାତକାରରେ ଦାବି କରିଛନ୍ତି ଯେ CRPF ଗୃହ ମନ୍ତ୍ରଣାଳୟକୁ ଯବାନ ପରିବହନ ପାଇଁ ବିମାନ ମାଗିଥିଲା, ଯେଉଁଥିପାଇଁ ତାଙ୍କୁ ଅନୁମୋଦନ ମିଳିନଥିଲା । ମଲିକ ଏହା ମଧ୍ୟ କହିଛନ୍ତି ଯଦି ମତେ ଅନୁମତି ମଗା ଯାଇଥାଆନ୍ତା ତା ହେଲେ ମୁଁ ଦେଇ ଦେଇଥାନ୍ତି କାରଣ ସେମାନେ କେବଳ ୫ଟି ବିମାନ ମାଗିଥିଲେ। ଆଉ ମଲିକ ଏହି କଥା ପ୍ରଧାନମନ୍ତ୍ରୀଙ୍କୁ ମଧ୍ୟ କହିଥିଲେ କିନ୍ତୁ ସେ ସେହି ସମୟରେ ଏହି କଥାରେ ଚୁପ ରହିବ ପାଇଁ ତାଙ୍କୁ ପରାମର୍ଶ ଦେଇଥିଲେ। ଆଉ ମଲିକ ଏହି କଥା ଏବେ ସବୁଆଡେ ଚାଂଚଲ୍ୟ ସୃଷ୍ଟି କରିଛି ।

ମଲିକଙ୍କ ଦାବି ପରେ କଂଗ୍ରେସ କେନ୍ଦ୍ର ଉପରେ ଆକ୍ରମଣ କରିଛି। କଂଗ୍ରେସ କହିଛି ଯେ ଆତଙ୍କବାଦୀ ଆକ୍ରମଣର ଧମକ ସତ୍ତ୍ୱେ ସୈନିକମାନେ ସଡକ ମାର୍ଗରେ ଯାତ୍ରା କରିବାକୁ ବାଧ୍ୟ ହୋଇଥିଲେ। କଂଗ୍ରେସ କହିଛି ବିଶ୍ୱଗୁରୁ ଗଣତନ୍ତ୍ରର ଏକ ନୂତନ ମଡେଲ ସୃଷ୍ଟି କରିଛନ୍ତି ଯେଉଁଠାରେ ଗଣତନ୍ତ୍ରର ପ୍ରତୀକ ଏବଂ ଭିତ୍ତି ରହିଛି। କିନ୍ତୁ ଗଣତନ୍ତ୍ର ଏବେ ମାଟିରେ ହଜିଯାଇଛି। ଚାରି ବର୍ଷରୁ ଅଧିକ ସମୟ ହେଲାଣି କିନ୍ତୁ ପୁଲୱାମା ଆତଙ୍କବାଦୀ ଆକ୍ରମଣର ଅନୁସନ୍ଧାନ କେଉଁଠାରେ ପହଞ୍ଚିଛି? NSA ଅଜିତ ଡୋଭାଲ ଏବଂ ତତ୍କାଳୀନ ଗୃହମନ୍ତ୍ରୀ ରାଜନାଥ ସିଂ ଏହି ଘଟଣା ପାଇଁ ଉତ୍ତରଦାୟି ?

ସତ୍ୟପାଲ ମଲିକଙ୍କ ଦାବି ସମ୍ପର୍କରେ ଛତିଶଗଡ ମୁଖ୍ୟମନ୍ତ୍ରୀ ଭୁପେଶ ବଗେଲ ମଧ୍ୟ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଥିଲେ। ସିଏମ ବଗେଲ କହିଛନ୍ତି, ବିଜେପି ଓ କେନ୍ଦ୍ର ବିରୋଧରେ ଅଭିଯୋଗ ହୋଇଛି। ଏହି ପ୍ରସଙ୍ଗ ଦେଶର ସୁରକ୍ଷା ଏବଂ ସୈନିକମାନଙ୍କ ଶହୀଦ ସହିତ ଜଡିତ। ଯଦି ତତ୍କାଳୀନ ରାଜ୍ୟପାଳ ଏପରି ବିବୃତ୍ତି ଏବଂ ଅଭିଯୋଗ କରିଛନ୍ତି, ତେବେ କେନ୍ଦ୍ର ଏହାର ଉତ୍ତର ଦେବା ଉଚିତ୍।

Get real time updates directly on you device, subscribe now.