fbpx
BJD SKY
BJD SKY

କୁଲି ଡ୍ରେସ ପିନ୍ଧି ମୁଣ୍ଡରେ ଲଗେଜ୍ ବୋହିଲେ ରାହୁଲ, video ଭାଇରାଲ୍‌

BJD

ନୂଆଦିଲ୍ଲୀ: କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀଙ୍କ ଭାରତ ଯୋଡ ଯାତ୍ରା ଜାରି ରହିଛି । ଏହି କ୍ରମରେ ଆଜି ରାହୁଲ ଗାନ୍ଧୀ ଦିଲ୍ଲୀର ଆନନ୍ଦ ବିହାର ରେଳ ଷ୍ଟେସନରେ ପହଞ୍ଚିଛନ୍ତି । ଏଠାରେ ସେ କୁଲିମାନଙ୍କୁ ଭେଟିଛନ୍ତି । ଏବେ ସୋସିଆଲ ମିଡିଆରେ ରାହୁଲ ଗାନ୍ଧୀଙ୍କର ଏକ ଭିଡିଓ ଭାଇରାଲ ହେଉଛି ଯେଉଁଥିରେ ଦେଖିବାକୁ ମିଳୁଛି ରାହୁଲ ଗାନ୍ଧୀ କୁଲିମାନଙ୍କ ମେଳରେ ବସିଛନ୍ତି ।

କଂଗ୍ରେସ ପକ୍ଷରୁ X ରେ ଏକ ଭିଡିଓ ଜାରି କରାଯାଇ କୁହାଯାଇଛି, ଭାରତ ଯୋଡ ଯାତ୍ରା ଜାରି ରହିଛି । ମହାତ୍ମା ଗାନ୍ଧୀଙ୍କ ବିଚାରରେ ପ୍ରେରିତ ହୋଇ ଜନନାୟକ ରାହୁଲ ଗାନ୍ଧୀ ଭାରତ ଯୋଡ ଯାତ୍ରା ଆରମ୍ଭ କରିଛନ୍ତି । ତାଙ୍କ ନେତୃତ୍ୱରେ କଂଗ୍ରେସ କର୍ମୀମାନେ ଆଜି ଆନନ୍ଦ ବିହାର ରେଳ ଷ୍ଟେସନରେ ପହଞ୍ଚିଛନ୍ତି । ରାହୁଲ ଗାନ୍ଧୀ କୁଲିମାନଙ୍କ ମନର କଥା ଶୁଣିଛନ୍ତି । ସେମାନଙ୍କ ଦୁଃଖ ଓ ସମସ୍ୟା ବିଷୟରେ ଆଲୋଚନା କରିଛନ୍ତି ।

ନ୍ୟୁଜ୍ ଏଜେନ୍ସୀ ଏଏନଆଇ ମଧ୍ୟ ଏକ ଭିଡିଓ ଜାରୀ କରିଛି ଯେଉଁଥିରେ ରାହୁଲ କୁଲୀ ଡ୍ରେସ ପିନ୍ଧିଥିବାର ନଜର ଆସୁଛନ୍ତି । ଏହା ସହିତ ସେ ଯାତ୍ରୀଙ୍କ ଲଗେଜ୍ ବି ମୁଣ୍ଡରେ ଉଠାଉଥିବାର ନଜର ଆସୁଛନ୍ତି । ଭିଡିଓରେ ଦେଖିବାକୁ ମିଳୁଛି ରାହୁଲ ଗାନ୍ଧୀ ଏକ ସୁଟକେସ୍ ମୁଣ୍ଡ ଉପରେ ରଖି କିଛି ବାଟ ଚାଲିଛନ୍ତି ଓ ପରେ ଏହାକୁ ଜଣେ କୁଲିକୁ ଦେଇ ଦେଉଛନ୍ତି ।

Get real time updates directly on you device, subscribe now.