fbpx
BJD SKY
BJD SKY

ଚନ୍ଦ୍ରରେ ହେଲା ସକାଳ, ଉଠିବେ ବିକ୍ରମ ଓ ପ୍ରଜ୍ଞାନ

BJD

ପୃଥିବୀ ପୃଷ୍ଟରୁ ପ୍ରାୟ ୭୫ ହଜାର କିଲୋମିଟର ଦୂରରେ ଥିବା ଚନ୍ଦ୍ରରେ ସକାଳ ହୋଇଛି । ଏହାର ଦକ୍ଷିଣ ପାଶ୍ୱର୍ରେ ଚନ୍ଦ୍ରଯାନ ୩ ଲ୍ୟାଣ୍ଡ କରି ଇତିହାସ ସୃଷ୍ଟି କରିଥିଲା । ଏବେ ଚନ୍ଦ୍ରରେ ସକାଳ ହେବା ପରେ ପୁଣି ଆଶା କରାଯାଉଛି ଲ୍ୟାଣ୍ଡର ବିକ୍ରମ ଏବଂ ରୋଭର ପ୍ରଜ୍ଞାନ ପୁଣି ଆକ୍ଟିଭ ହେବେ । ଚନ୍ଦ୍ରରେ ୧୪ ଦିନ ରାତି ପରେ ଏବେ ସକାଳ ହୋଇଛି । ଏହାର ଦକ୍ଷିଣ ପାଶ୍ୱର୍ରେ ଆଲୋକ ପହଞ୍ଚିବ ଏହା ପରେ ସ୍ଲିପ ମୋଡରେ ଥିବା ବିକ୍ରମ ଓ ପ୍ରଜ୍ଞାନ ଆକ୍ଟିଭ ହେବେ ବୋଲି ବୈଜ୍ଞାନୀକ ଆଶା ରଖିଛନ୍ତି ।

ଆମର ବୈଜ୍ଞାନୀକମାନେ ପୁଣି ଥରେ ଲ୍ୟାଣ୍ଡର ସହ ସମ୍ପର୍କ କରିବାକୁ ଚେଷ୍ଟାରେ ଲାଗିଛନ୍ତି । ବୁଧବାର ଦିନ ଏହି ସୂଚନା ମାଇକ୍ରୋ ବ୍ଲଗିଙ୍ଗ ସେଣ୍ଟରରେ ସୂଚନା ଦିଆଯାଇଥିଲା । ଇସ୍ରୋ କହିଛି ଖୁବଶିଘ୍ର ଶିବଶକ୍ତି ପଏଣ୍ଟରେ ସୂର୍ଯ୍ୟାଲୋକ ପଡିବ । ଯାହା ଫଳରେ ବିକ୍ରମ ଓ ପ୍ରଜ୍ଞାନଙ୍କୁ ଆବଶ୍ୟକ ପରିମାଣର ସୂର୍ଯ୍ୟାଲୋକ ମିଳିପାରିବ । ୨୨ ସେପ୍ଟେମ୍ବରରେ ବୈଜ୍ଞାନୀକମାନେ ବିକ୍ରମ ଓ ପ୍ରଜ୍ଞାନ ସହ ସମ୍ପର୍କ ସ୍ଥାପନ କରିବାକୁ ଚେଷ୍ଟା କରିବା ପୂର୍ବରୁ ବିକ୍ରମ ଓ ପ୍ରଜ୍ଞାନ ନିର୍ଦ୍ଧିଷ୍ଟ ତାପମାତ୍ରାକୁ ଆସିବା ପର୍ଯ୍ୟନ୍ତ ଅପେକ୍ଷା କରିବେ ।

 

୨୩ ଅଗଷ୍ଟରେ ଚନ୍ଦ୍ରର ଦକ୍ଷିଣ ପାଶ୍ୱର୍ରେ ସଫଳ ପୂର୍ବକ ଚନ୍ଦ୍ରଯାନ ଲ୍ୟାଣ୍ଡ କରି ସଫଳତା ହାସଲ କରିଥିଲା । ସେଠାରେ ଲ୍ୟାଣ୍ଡର ଏବଂ ରୋଭର ୧୪ ଦିନ କାମ ମଧ୍ୟ କରିଥିଲେ । ସେମାନେ ଚନ୍ଦ୍ରର ମାଟିରେ ଥିବା ଖଣିଜ ପଦାର୍ଥ ବିଷୟରେ ସୂଚନା ଦେଇଥିଲେ ଏହା ସହ ଦୁଇଜଣ ପରସ୍ପରର ଫଟୋ ମଧ୍ୟ ଉଠାଇ ପୃଥିବୀକୁ ପଠାଇଥିଲେ ଏବଂ ଚନ୍ଦ୍ରରେ ଭୂକମ୍ପ ଗତିବିଧି ମଧ୍ୟ ରେକର୍ଡ କରିଥିଲେ । ୧୪ ଦିନ ପରେ ଇସ୍ରୋ କମାଣ୍ଡ ପଠାଇଥିଲା ଯାହା ପରେ ଲ୍ୟାଣ୍ଡର ପୁଣି ଥରେ କିଛି ବାଟ ଉଡି ଯାଇଥିଲା ନିଜ ସ୍ଥାନରୁ ଅଳ୍ପ ଦୂରରେ ପାର୍କ ହୋଇଥିଲା । ଏହା ପରେ ଦୁଇଜଣଙ୍କୁ ସ୍ଲିପ ମୋଡକୁ ପଠା ଯାଇଥିଲା । ଲ୍ୟାଣ୍ଡର ଏବଂ ବିକ୍ରମ ସୋଲାର ପ୍ୟାନେଲରେ ସୂର୍ଯ୍ୟ କିରଣ ପଡିବା ଦ୍ୱାରା ଏହାର ବ୍ୟାଟେରୀ ଚାର୍ଜ ହୋଇଥାଏ । ଏମାନଙ୍କୁ ପୃଥିବୀ ପୃଷ୍ଠରେ -୧୫୦ ଡିଗ୍ରୀ ସେଲସିୟସରେ ଚେକ କରାଯାଇଥିଲା । କିନ୍ତୁ ଚନ୍ଦ୍ରରେ ରାତି ସମୟରେ ଏହା -୨୦୦ ଡିଗ୍ରୀ ସେଲସିୟସରୁ କମ ତାପମାତ୍ରା ହୋଇଯାଏ । ଏହା ଦ୍ୱାରା ଏହି ବ୍ୟାଟେରି ଥଣ୍ଡା ହୋଇଥିବା ଆଶଙ୍କା କରାଯାଉଛି । ଚନ୍ଦ୍ରରେ ପାଣିର ସନ୍ଧାନ ପାଇଁ ଚନ୍ଦ୍ରଯାନକୁ ପଠାଯାଇଥିଲା ।

Get real time updates directly on you device, subscribe now.