fbpx

ଆଲମଣ୍ଡରେ ତ୍ୱଚାକୁ କରନ୍ତୁ ଉଜ୍ଜ୍ୱଳ : ଆସନ୍ତୁ ଜାଣିବା ଏହାର ଚମତ୍କାରୀ ଲାଭ…

ଆଲମଣ୍ଡରେ ଅନେକ ପୋଷକ ତତ୍ୱ ରହିଛି । ତେଣୁ ଏହା ଆମ ତ୍ୱଚା ପାଇଁ ଅନେକ ଲାଭକାରୀ ଅଟେ । ଏହାକୁ ବ୍ୟବହାର କରିବା ଦ୍ୱାର ମୁହଁରେ ବ୍ରଣ ରୁହେ ନାହିଁ, ଚର୍ମରେ କୁଞ୍ଚନ ଆସେ ନାହିଁ ଏହା ସହିତ ତ୍ୱଚା ଉଜ୍ଜ୍ୱଳ ମଧ୍ୟ ଦିଶିଥାଏ । ସୁସ୍ଥ ଏବଂ ସୁନ୍ଦର ତ୍ୱଚା ପାଇଁ ଏହାକୁ କିପରି ବ୍ୟବହାର କରିବା, ଆସନ୍ତୁ ସେ ବିଷୟରେ ଜାଣିବା…..

୧. ପ୍ରଥମେ ଆଲମଣ୍ଡକୁ ବାଟି ଦିଅନ୍ତୁ । ସେଥିରେ ଦହି ମିଶାଇ ମୁହଁ ଓ ବେକରେ ଲଗାନ୍ତୁ । ଲଗାଇବାର ୧୦ ମିନିଟ ପରେ ମୁହଁକ ଉଷୁମ ପାଣିରେ ଧୋଇ ଦିଅନ୍ତୁ । ଏହି ପରି ଭାବରେ ଆଲମଣ୍ଡ ବାଦାମକୁ ସପ୍ତାହରେ ଦୁଇଥର ଲଗାଇବା ଦ୍ୱାରା ଆପଣ ତ୍ୱଚା ଉଜ୍ଜ୍ୱଳ ଦେଖାଯିବ ।

୨. ଆଲମଣ୍ଡ ବାହାମର ଏକ ପେଷ୍ଟ ବନାନ୍ତୁ, ଏହାପରେ ସେହି ପେଷ୍ଟରେ ନଡ଼ିଆ ରସ ମିଶାଇ ମୁହଁରେ ଲଗାନ୍ତୁ । ସପ୍ତାହରେ ଥରଟେ ଏହାକୁ ଲଗାଇବା ଦ୍ୱାରା ତ୍ୱଚା କୋମଳ ରୁହେ ।

୩. ଆଲମଣ୍ଡ ପେଷ୍ଟରେ ମହୁ ମିଶାଇ ମୁହଁ ଓ ବେକରେ ଲଗାନ୍ତୁ । ଏହି ପେଷ୍ଟକୁ ଲଗାଇବାର ୧୦ ମିନିଟ ପରେ ପାଣିରେ ଧୋଇ ଦିଅନ୍ତୁ । ଏହା ଦ୍ୱାରା ତ୍ୱଚା ତୁରନ୍ତ ଚମକିଥାଏ ।

୪. ଏହି ବାଦାମକୁ ପେଷ୍ଟ କରି ସେଥିରେ ପାଚିଲା ଅମୃତଭଣ୍ଡାକୁ ଚକଟି ଦିଅନ୍ତୁ । ତାପରେ ସେହି ପେଷ୍ଟକୁ ମୁହଁରେ ଲଗାଇ ଶୁଖିବା ପାଇଁ ଛାଡି ଦିଅନ୍ତୁ । ଏହା ପରେ ଭଲ ଭାବରେ ମୁହଁକୁ ଧୋଇନିଅନ୍ତୁ । ପ୍ରତ୍ୟେକ ସପ୍ତାହରେ ୧-୨ ଥର ଏପରି କରିବା ଦ୍ୱାରା ମୁହଁରେ ଥିବା ବ୍ଲାକହେଡ୍ସ ଏବଂ ଚର୍ମରେ କୁଞ୍ଚନ ଆସିବା ଦୂର ହୋଇଥାଏ ।

Get real time updates directly on you device, subscribe now.