fbpx

ନବରାତ୍ରୀ ପୂର୍ବରୁ ବାଙ୍ଗଲାଦେଶ ସରକାରଙ୍କ ବଡ ନିସ୍ପତି, ଭାରତକୁ ରପ୍ତାନୀ କରିବେ ୪୦୦୦ଟନ ଇଲିସି ମାଛ

ପଶ୍ଚିମବଙ୍ଗ : ପଶ୍ଚିମବଙ୍ଗରେ ଧୁମଧାମରେ ପାଳନ ହୋଇଥାଏ ନବରାତ୍ରୀ । ବିଶ୍ୱରେ ସବୁଠାରୁ ବଡ ଏବଂ ଭବ୍ୟ ଭାବରେ ପଶ୍ଚିମବଙ୍ଗରେ ଦୁର୍ଗା ପୂଜା ପାଳନ ହୋଇ ଥାଏ । ଏହି ଉତ୍ସବ ଏଠାରେ ୧୦ ଦିନ ଧରି ଚାଲିଥାଏ । ଏଥି ପାଇଁ ସାରା ସହରକୁ ନୂଆ ବୋହୁ ପରି ସଜ୍ଜା ହୋଇଥାଏ । ଏହା ଦ୍ୱାରା ବଙ୍ଗାଳୀ ସମୁଦାୟ ମଧ୍ୟରେ ଚର୍ଚ୍ଚିତ ଇଲିସି ମାଛ ମଧ୍ୟ ଅଧିକ ମାତ୍ରାରେ ସେବନ କରିଥାନ୍ତି । ଏଥି ପାଇଁ ପଶ୍ଚମବଙ୍ଗରେ ଇଲିସି ମାଛର ଚାହିଦା ବଢିବା ସହିତ ଏହାର ଦର ମଧ୍ୟ ବୃଦ୍ଧି ହୋଇଥାଏ । ଇଲିସି ମାଛ ଖାଇବା ପାଇଁ ମଧ୍ୟ ସ୍ୱାଦିଷ୍ଟ ହୋଇଥାଏ । ବଙ୍ଗାଳୀ ସମୁଦାୟ ଛଡା ଅନ୍ୟ ସମ୍ପ୍ରଦାୟର ଲୋକମାନେ ମଧ୍ୟ ଏହାକୁ ଖାଇବାକୁ ପସନ୍ଦ କରିଥାନ୍ତି ।

ନବରାତ୍ର ପୂର୍ବରୁ ବଙ୍ଗଲାଦେଶ ସରକାର ବ୍ୟବସାୟୀମାନଙ୍କ ହିତ ପାଇଁ ଚିନ୍ତା କରିଛନ୍ତି । ବାଙ୍ଗଲାଦେଶ ସରକାର ୪ ହଜାର ମେଟ୍ରକ ଟନ ଇଲିସି ମାଛ ଭାରତ ପଠାଇବାକୁ ଅନୁମତି ଦେଇଛନ୍ତି । ତେବେ ଏହି ଇଲିସି ମାଛ ବାଙ୍ଗଲାଦେଶର ମେଘନା ଏବଂ ପଦ୍ମା ନଦୀରେ ଅଧିକ ମାତ୍ରାରେ ମିଳିଥାଏ । ଭାରତକୁ ୫୦ ଟନ ଇଲିସି ମାଛ ରପ୍ତାନୀ କରିବା ପାଇଁ ଲାଇସେନ୍ସ ମିଳିଛି ।

ବାଙ୍ଗଲାଦେଶର ରାଜନୈତିକ ନେତା କହିଛନ୍ତି ଭାରତ ଆମର ପଡୋଶୀ ଦେଶ । ଆମ ସୀମାକୁ ତାର ସୀମା ଲାଗି ରହିଛି । ଗତ ବର୍ଷ ପରି ଏ ବର୍ଷ ମଧ୍ୟ ପଶ୍ଚିମବଙ୍ଗକୁ ଇଲିସି ମାଛ ରପ୍ତାନୀ ହେବ । ଏହା ପୂର୍ବରୁ ବାଙ୍ଗଲାଦେଶ ପ୍ରଧାନମନ୍ତ୍ରୀ ଶେଖ ସହିନା ଏବଂ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଭେଟ ହୋଇଥିଲେ । ମମତା ବାନାର୍ଜୀ ଶେଖ ହସିନାଙ୍କୁ ଅନୁରୋଧ କରିଥିଲେ ନବରାତ୍ର ପୂର୍ବରୁ ପଶ୍ଚିମବଙ୍ଗକୁ ଇଲିସି ମାଛ ରପ୍ତାନୀ କରିବାକୁ । ତେବେ ମମତାଙ୍କର ଏହି ଅନୁରୋଧ ରକ୍ଷା କରିଛନ୍ତି ଶେଖ ହସିନା ଏବଂ ମାଛ ରପ୍ତାନୀ ପାଇଁ ଆଦେଶ ଦେଇଛନ୍ତି । ତେବେ ଏହି ମାଛ ପଶ୍ଚିମବଙ୍ଗରେ ପହଞ୍ଚିବା ପରେ ଦିଲ୍ଲୀ, ବାଙ୍ଗାଲୋରକୁ ପଠାଯିବ ।

Get real time updates directly on you device, subscribe now.