fbpx

କାନାଡାରେ ପଞ୍ଜାବ ଗ୍ୟାଙ୍ଗଷ୍ଟର ସୁଖା ଡୁନେକେକୁ ହତ୍ୟା: ଆକ୍ରମଣକାରୀମାନେ ମାରିଥିଲେ ୧୫ ଟି ଗୁଳି

ନୂଆଦିଲ୍ଲୀ: ରାତିରେ କାନାଡାର ମୋଗା ଜିଲ୍ଲାର ଦାବିନ୍ଦର ବମ୍ବିହା ଗ୍ୟାଙ୍ଗର ସୁଖଦୁଲ ସିଂ ଓରଫ୍ ସୁଖା ଡୁନେକେକୁ ବୁଧବାର (୨୦ ସେପ୍ଟେମ୍ବର)ରେ ହତ୍ୟା କରାଯାଇଛି । ଏହି ଘଟଣା ଜୁନ୍ ୧୯ ରେ ଆତଙ୍କବାଦୀ ହରଦୀପ ସିଂ ନିଜ୍ଜର ହତ୍ୟା ସହିତ ସମାନ । ଆକ୍ରମଣକାରୀମାନେ ସୁଖା ଉପରେ ଚଳାଇଥିଲେ ୧୫ ଟି ଗୁଳି ।

ସୂଚନା ଅନୁଯାୟୀ, ନକଲି ଡକ୍ୟୁମେଣ୍ଟ ସାହାଯ୍ୟରେ ଡୁନେକେ ୨୦୧୭ ରେ ଭାରତରୁ କାନାଡାକୁ ପଳାଇଥିଲା । ସୁଖଦୁଲ ସିଂ ବିରୋଧରେ ୭ଟି ଅପରାଧିକ ମାମଲା ରୁଜୁ ହୋଇଛି । ପଞ୍ଜାବ ଅଞ୍ଚଳ ତଥା ଏହାର ଆଖପାଖ ଅଞ୍ଚଳରୁ ଅତି କମରେ ୨୯ ଜଣ ଗ୍ୟାଙ୍ଗଷ୍ଟର ଅଛନ୍ତି, ଯେଉଁମାନେ ଏହି ଆଇନରୁ ବଞ୍ଚିବା ପାଇଁ ଭାରତ ବାହାରେ ଆଶ୍ରୟ ନେଉଛନ୍ତି । ସେମାନେ ଭାରତୀୟ ପାସପୋର୍ଟରେ କିମ୍ବା ନକଲି ଯାତ୍ରା ଡକ୍ୟୁମେଣ୍ଟ ସାହାଯ୍ୟରେ ବହୁ ବର୍ଷ ପୂର୍ବେ ନେପାଳ ଦେଇ ଭାରତ ଛାଡି ଅନ୍ୟ ଦେଶକୁ ଯାଇଥିଲେ ।

ଗତକାଲି ଅର୍ଶ ଡଲ୍ଲା ଗ୍ୟାଙ୍ଗ ଉପରେ ୧୦ ଲକ୍ଷ ଟଙ୍କା ପୁରସ୍କାର ରଖାଯାଇଥିଲା :-

ସୁଖଦୁଲ ସିଂ ଡୁନେକେ ବହୁଚର୍ଚ୍ଚିତ ଅର୍ଶ ଡଲ୍ଲା ଗ୍ୟାଙ୍ଗ ସହିତ ଜଡିତ ଥିଲା । ଟାର୍ଗେଟ ହତ୍ୟା ପାଇଁ ସୁଖଦୁଲ ସିଂ ଡୁନେକେ ଜଣାଶୁଣା । ଖାଲିସ୍ତାନୀ ଆତଙ୍କବାଦୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନକୁ ଜୋରଦାର କରି ନ୍ୟାସନାଲ ଇନଭେଷ୍ଟିଗେସନ୍ ଏଜେନ୍ସି (ଏନଆଇଏ) ଗତକାଲି ଅର୍ଥାତ୍ ବୁଧବାର (ସେପ୍ଟେମ୍ବର ୨୦) ଅର୍ଶ ଡଲ୍ଲା ଗ୍ୟାଙ୍ଗ ଉପରେ ୧୦ ଲକ୍ଷ ଟଙ୍କା ପୁରସ୍କାର ଘୋଷଣା କରିଥିଲା ।

ତେବେ ଡୁନେକେ ପଞ୍ଜାବ, ହରିୟାଣା, ଦିଲ୍ଲୀ ଏବଂ ରାଜସ୍ଥାନର ଦବିନ୍ଦର ବମ୍ବିହା ଗ୍ୟାଙ୍ଗକୁ ସମର୍ଥନ ଏବଂ ଆର୍ôଥକ ସହାୟତା ଯୋଗାଇ ଦେଉଥିଲା । ରିପୋର୍ଟ ଅନୁଯାୟୀ, ଦୁନିକେ ମଧ୍ୟ ଖାଲିସ୍ତାନୀ ସମର୍ଥକ ସଂଗଠନ ପ୍ରତି ଆଗ୍ରହ ପ୍ରକାଶ କରିଥିଲେ । ଅବଶ୍ୟ ସେ ପ୍ରାୟତଃ ଅନ୍ୟମାନଙ୍କୁ ଚୋରୀ ପାଇଁ ଡାକେ ଏବଂ ଚୁକ୍ତିନାମା ହତ୍ୟାରେ ଜଡିତ ଥିଲା ।

Get real time updates directly on you device, subscribe now.