fbpx

Shocking Video! ସୁସ୍ଥ ମଣିଷ ପରି ଭାଷଣ ଦେଉଥିଲେ କଂଗ୍ରେସ ନେତା, ଅଚାନକ ଆସିଲା ହାର୍ଟ ଆଟାକ, ଉଡ଼ିଗଲା ପ୍ରାଣବାୟୁ

ନୂଆଦିଲ୍ଲୀ: ମଣିଷ ଜନ୍ମ ନେଇଛି ମାନେ ମୃତ୍ୟୁ ଅବଶ୍ୟମ୍ଭାବୀ । ମୃତ୍ୟୁ କେତେବେଳେ ଯେ ଆସିବ ତାହା କେହି କହିପାରିବେ ନାହିଁ । ଅନେକ ସମୟରେ ଜିମ୍ରେ ବ୍ୟାୟାମ କରୁଥିବା ବେଳେ, ଚାଲୁଥିବା ବେଳେ, ଡ୍ୟାନ୍ସ କରୁଥିବା ବେଳେ ଅନେକଙ୍କ ଜୀବନ ଚାଲିଯାଇଥିବାର ଦୃଶ୍ୟ ଦେଖିବାକୁ ମିଳିଥାଏ । ତେବେ ଏହା ମଧ୍ୟରେ କର୍ଣ୍ଣାଟକରୁ ଆସିଛି ଏକ ଚାଞ୍ଚଲ୍ୟକର ଘଟଣା । ଏକ ପ୍ରେସ୍ କନଫରେନ୍ସରେ ଭାଷଣ ଦେଉଥିବା ବେଳେ ଅଚାନକ ଜଣେ ସ୍ଥାନୀୟ କଂଗ୍ରେସ ନେତାଙ୍କର ମୃତ୍ୟୁ ଘଟିଛି ।

ଖବର ମୁତାବକ, ବେଙ୍ଗାଲୁରୁ ପ୍ରେସ୍ କ୍ଲବରେ ଏହି ଦୁଃଖଦ ଘଟଣା ଘଟିଛି । ୬୩ ବର୍ଷୀୟ ରବି ଚନ୍ଦ୍ରାନ ନାମକ ଜଣେ ସ୍ଥାନୀୟ ନେତାଙ୍କ ସହ ଏପରି କିଛି ଘଟିଛି । ରବି ଚୌକିରେ ବସି ମାଇକ୍ ଧରି ସୁସ୍ଥ ମଣିଷ ପରି ଭାଷଣ ଦେଉଥିଲେ । ମାତ୍ର ଏହି ସମୟରେ ସତେ ଯେମିତି ତାଙ୍କ ଜୀବନକୁ ମାଡ଼ିଆସିଥିଲା ଶନିଦଶା । ଅଚାନକ ରବିଙ୍କୁ ହାର୍ଟ ଆଟାକ ଆସିଥିଲା ଓ ସେ ସଙ୍ଗେସଙ୍ଗେ ତଳେ ପଡ଼ିଯାଇଥିଲେ । ଏହାପରେ ତାଙ୍କୁ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ମାତ୍ର ସେଠାରେ ତାଙ୍କର ମୃତ୍ୟୁ ଘଟିଥିଲା । ଏହି ଘଟଣାକୁ ନେଇ ଚାରିଆଡ଼େ ବେଶ୍ ଚର୍ଚ୍ଚା ଚାଲିଛି । ରବିଙ୍କର ମୃତ୍ୟୁ ପୂର୍ବର ଭିଡିଓ ଦେଖିଲେ ଦେହରେ ଶିହରଣ ଖେଳିଯାଉଛି । ସୁସ୍ଥ ଥିବା ଲୋକଟିର ମୃତ୍ୟୁ ଏମିତି ଘଟିବ ତାହା କେହି କେବେ କଳ୍ପନା କରିନଥିଲେ । ଏହି ଘଟଣାର ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି ।

Get real time updates directly on you device, subscribe now.