(Video)ପ୍ରଚାର ବେଳେ ହଟହଟା ହେଲେ କଂଗ୍ରେସ ବିଧାୟକ ପ୍ରାର୍ଥୀ; ଗାଡ଼ିରୁ ଭିଡ଼ିନେଇ କ’ଣ କରିଛ ପଚାରିଲେ ଜନତା…

ଗଜପତି: ପ୍ରଥମେ ନେତାଙ୍କୁ ପ୍ରଚାର ଗାଡିରୁ ସସମ୍ମାନ ରେ ଭିଡି ନେଲେ। ତାପରେ ପାଖ ମେଡ଼ିସିନ ଷ୍ଟୋରରେ ଚେୟାରରେ ବସେଇଲେ। ସେତେବେଳ ଯାଏ ନେତା ଭାବୁଥିଲେ ଏ ହେଉଛନ୍ତି ମୋ ସମର୍ଥକ ଆଉ ଲୋକେ ମୋ ଲୋକପ୍ରିୟତା ପାଇଁ ଏକାଠି ହେଇଛନ୍ତି। ହେଲେ ପ୍ରକୃତ କଥା କିଛି ଅଲଗା ଥିଲା। ବିଧାୟକ ପ୍ରାର୍ଥୀଙ୍କ ହାତକୁ ମିଃକ୍ରୋଫୋନ ଟେ ଧରେଇ ଦିଆଗଲା। ଆଉ ତାପରେ ଆରମ୍ଭ ହେଲା ପ୍ରଶ୍ନ ବାଣ। ଶୁଣୁ ଶୁଣୁ ଜଣାପଡିଲା ଏ ହେଉଛନ୍ତି କଂଗ୍ରେସ ବିଧାୟକ ପ୍ରାର୍ଥୀ ଦାଶରଥି ଗମାଙ୍ଗ। ବିଗତ ଥର ବି ଏଇ ମୋହନା ନିର୍ବାଚନ ମଂଡଳୀରୁ ଟିକେଟ ପାଇଁ ବିଧାୟକ ହୋଇଥିଲେ। ହେଲେ ବିଧାୟକ ହେବା ପରେ ବାବୁ ଭୁଲିଗଲେ ନିର୍ବାଚନମଣ୍ଡଳୀ କଥା। ଆଉ ସୋଇ ପଡିଲେ ନିଘୋଡ଼ ନିଦରେ। ପୁରା ପାଞ୍ଚ ବର୍ଷ ପରେ ବାବୁଙ୍କର ନିଦ ଭାଙ୍ଗିଲା, ଜନତାଙ୍କ ଏପରି ପ୍ରଶ୍ନରେ ବିଳି ବିଳାଇଲେ ଦାଶରଥି ଗମାଙ୍ଗ।

ସେସବୁ ଠିକ ଯେ , ହେଲେ ୨ ବର୍ଷ ସିନା କୋଭିଡ ନାଁ ରେ ପରି ହେଇଗଲ , ଆଉ ୩ ବର୍ଷ ରେ କଁ କଁ କରିଛ , ସେଇ ହିସାବ ଟା ଏଠି ଦେଇ କି ଯାଅ। ବିଧାୟକ ବାବୁ କୁଆଡେ ୧୦୦ ଥର ତାଙ୍କ ନିର୍ବାଚନମଣ୍ଡଳୀ କୁ ଆସିଛନ୍ତି , ତେବେ କଣ ସବୁ ଜନତା ଙ୍କୁ ସୁବିଧା ସୁଯୋଗ ଦେଇଛନ୍ତି ତା ଲିଷ୍ଟ ଟା ଏଠି ଦେଇ ଦେଉ ନାହାନ୍ତି। ଲିଷ୍ଟ ଥିଲେ ସିନା ଦେବେ। ଜନତାଙ୍କ ପ୍ରଶ୍ନ ଶୁଣି ବିଧାୟକ ପ୍ରାର୍ଥୀ ପୁରା ଝାଳ ନାଳ ଆଣ୍ଠିଏ। ଦେଖୁନାହାନ୍ତି କେମିତି ତରବର ହେଇ ବିଧାୟକ ବାବୁ ଗାଡି ରେ ବସି ଚମ୍ପଟ ମରିଲେଣି। ତେବେ କାଇଁ ଏମିତି ନେତାଙ୍କୁ ହଟହଟା ହେବାକୁ ପଡିଲା ଶୁଣନ୍ତୁ ଅଞ୍ଚଳବାସୀଙ୍କ ମୁହଁରୁ।

ଏମାନେ ହେଉଛନ୍ତି ପ୍ରକୃତ ସଚେତନ ନାଗରିକ , ଆଉ ଭବିଷ୍ୟତ ରେ ଏମାନେ କେବେ ଭୁଲ ପ୍ରାର୍ଥୀ ବଛିବେନି ନିଜ ଅଚଳ ପାଇଁ। ତେବେ ଏ ଦୃଶ୍ୟ ହେଉଛି ଓଡିଶାର ବହୁ ଚର୍ଚିତ ଗଜପତି ଜିଲ୍ଲା ମୋହନା ନିର୍ବାଚନ ମଣ୍ଡଳୀର। ବିଧାୟକ ଦାସରଥି ଗମାଙ୍ଗ ଭୋଟ ପ୍ରଚାର ବେଳେ ଅଞ୍ଚଳବାସୀ ଘେରିବା ସହ ପାଞ୍ଚ ବର୍ଷର ଉନ୍ନତି ହିସାବକୁ ନେଇ ବିଭିନ୍ନ ପ୍ରଶ୍ନ କରି ଘାଇଲା କରିଛନ୍ତି। ବିଧାୟକ ଦାସରଥି ଗମାଙ୍ଗ ପୁର୍ବରୁ କଂଗ୍ରେସ ଦଳରୁ ଭୋଟ ପାଇ ବିଧାୟକ ହୋଇଥିଲେ। ଏବଂ ପୁଣି ଚଳିତ ନିର୍ବାଚନରେ କଂଗ୍ରେସ ପ୍ରାର୍ଥୀ ଭାବେ ନିର୍ବାଚନ ଲଢୁଥିବା ବେଳେ ମୋହନା ନିର୍ବାଚନ ମଣ୍ଡଳୀ ର ଅଡବା ଠାରେ ପ୍ରଚାର ଗାଡ଼ିରେ ବସି ଭୋଟ ପ୍ରଚାର କରୁଥିଲେ । ବିଧାୟକ ହେବା ଦିନ ଠାରୁ ଅଞ୍ଚଳରେ ପାଦ ପକାଇନଥିବା ବ୍ୟକ୍ତିଙ୍କୁ ପୁଣି କାହିଁକି ଭୋଟ ଦେବୁ ବୋଲି ପ୍ରଶ୍ନ କରିଛନ୍ତି ସ୍ଥାନୀୟ ଜନସାଧାରଣ। ଆଉ ଜନତାଙ୍କୁ ସାମ୍ନା କରିନପାରି ଫେରି ଯାଇଛନ୍ତି କଂଗ୍ରେସ ବିଧ୍ୟାଙ୍କ ପ୍ରାର୍ଥୀ ଦାଶରଥି ଗମାଙ୍ଗ।