ଭୁବନେଶ୍ୱର: ବିଧାନସଭା ଗୃହ ଛାଡ଼ିବୁନି କହିଲେ ତାରା ବାହିନୀପତି । ଗୃହ ଭିତରେ ରାତ୍ରିଯାପନ କରିବୁ, ସେଠାରେ ଶୋଇବୁ ।
ହାଉସ୍ କମିଟି ଗଠନ ନ ହେବା ପର୍ଯ୍ୟନ୍ତ ଗୃହ ଛାଡ଼ିବୁନି କହିଲେ କଂଗ୍ରେସ ବିଧାୟକ ତାରା ବାହିନୀପତି ।
ବାଚସ୍ପତି ମାର୍ଶଲ ବା ପୋଲିସ ଲଗାନ୍ତୁ, ତା’ ପରେ ଦେଖିବା…
ଗୃହରେ ବିଶୃଙ୍ଖଳା ଆଚରଣ ପାଇଁ ବାଚସ୍ପତି ବିଧାନସଭାରୁ ୧୨ କଂଗ୍ରେସ ବିଧାୟକଙ୍କୁ ନିଲମ୍ବିତ ଘୋଷଣା କରିଛନ୍ତି ।
ମାର୍ଶଲଙ୍କୁ ମଧ୍ୟ ନିଲମ୍ବିତ ବିଧାୟକଙ୍କ ସହ ଆଲୋଚନା ପାଇଁ କହିଛନ୍ତି ।
ଏହାସତ୍ୱେ ବାଚସ୍ପତିଙ୍କ ପୋଡ଼ିୟମ ତଳେ କଂଗ୍ରେସ ବିଧାୟକଙ୍କ ନାରାବାଜି ଚାଲିଛି । ଗୃହର ପରିସ୍ଥିତି ଦେଖି ବାଚସ୍ପତି କାଲି ପର୍ଯ୍ୟନ୍ତ ଗୃହ ମୁଲତବି ଘୋଷଣା କରିଛନ୍ତି ।