ଭୁବନେଶ୍ୱର : ଷଣ୍ଢକୁ ନେଇ ବିଧାନସଭାରେ ଚିନ୍ତା ପ୍ରକଟ କଲେ କଂଗ୍ରେସ ବିଧାୟକ ତାରା ବାହିନୀପତି । କେଉଁ ଜିଲ୍ଲାରେ କେତେ ଷଣ୍ଢ ଅଛନ୍ତି ବୋଲି ବିଧାୟକ ପ୍ରଶ୍ନ କରିଥିଲେ । ଏହାସହିତ ପ୍ରାଣୀ ସମ୍ପଦ ବିଭାଗକୁ ଟାର୍ଗେଟ କରି ଷଣ୍ଢ ବଂଶବୃଦ୍ଧି ପାଇଁ କେଉଁ ପ୍ରକାର ପଦକ୍ଷେପ ନିଆଯାଉଛି ବୋଲି ପ୍ରଶ୍ନ କରିଥିଲେ । ଏନେଇ ବିଧାନସଭାରେ ଉତ୍ତର ରଖିଛନ୍ତି ପ୍ରାଣୀ ସମ୍ପଦ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ।
ମନ୍ତ୍ରୀ ଉତ୍ତର ଦେଇ କହିଛନ୍ତି , ବର୍ତ୍ତମାନ ରାଜ୍ୟର ୩୦ ଜିଲ୍ଲାରେ ୨ ଲକ୍ଷ ୩୦ ହଜାର ୪୦୩ଟି ଷଣ୍ଢ ରହିଛନ୍ତି । ଗତ ପ୍ରାଣୀ ଗଣନା ଅନୁସାରେ, ରାଜ୍ୟରେ ୨ ଲକ୍ଷ ୬୩ ହଜାର ୮୫୦ଜଣ ଷଣ୍ଢ ରହିଥିଲେ । ବର୍ତ୍ତମାନଏହି ସଂଖ୍ୟା କମିଛି । ପାଖାପାଖି ୩୦ ହଜାର ଷଣ୍ଢ କମିଛନ୍ତି । ଷଣ୍ଢଙ୍କର ବଂଶବୃଦ୍ଧି ପାଇଁ ମଧ୍ୟ ଯୋଜନା କରାଯାଉଛି । ବଂଶବୃଦ୍ଧି କରିବା ପାଇଁ କୃତ୍ରିମ ପ୍ରଜନନ କରାଇ ୯୦ ପ୍ରତିଶତ ଉନ୍ନତମାନର ମାଈ ବାଛୁରୀ ଜନ୍ମ କରାଯାଇଛି । ଯଦି ତଥ୍ୟ ଦେଖିବା ତାହେଲେ ଅନୁଗୁଳରେ ସବୁଠାରୁ ଅଧିକ ଷଣ୍ଢ ରହିଛନ୍ତି । ୪୭ ହଜାର ୩୭୭ ଷଣ୍ଢ ରହିଛନ୍ତି । ସବୁଠାରୁ କମ୍ ଦେବଗଡରେ ରହିଛନ୍ତି । ଏଠାରେ ମାତ୍ର ୨୩୯ଟି ଷଣ୍ଢ ରହିଛନ୍ତି ।