fbpx

ରାହୁଲଙ୍କ ମୁଣ୍ଡରେ ଗେରୁଆ ପଗଡି, ସୋସିଆଲ ମିଡିଆରେ ଭାଇରାଲ ହେଲା ଫଟୋ

ନୂଆଦିଲ୍ଲୀ:କଂଗ୍ରେସ ନେତା ରାହୁଲ ଗାନ୍ଧୀ ମଙ୍ଗଳବାର ଦିନ ଅମୃତସରର ସ୍ଵର୍ଣ୍ଣ ମନ୍ଦିର ପରିଦର୍ଶନ କରିଛନ୍ତି। ଭାରତ ଯୋଡୋ ଯାତ୍ରା ହରିୟାଣାର ଅମ୍ବାଲା ଠାରୁ ଆରମ୍ଭ କରି ପଞ୍ଜାବରେ ପହଞ୍ଚିଛି । କଂଗ୍ରେସର ଭାରତ ଯୋଡୋ ଯାତ୍ରା ବୁଧବାର ଠାରୁ ପଞ୍ଜାବ ଦେଇ ଗସ୍ତ କରିବ।

ପଞ୍ଜାବରେ ପହଞ୍ଚିବା ପରେ ଜୟରାମ ରମେଶ ଟ୍ୱିଟ୍ କରି କହିଛନ୍ତି ଯେ ଅମୃତସରର ସବୁଠାରୁ ପବିତ୍ର ସୁବର୍ଣ୍ଣ ମନ୍ଦିରକୁ ତୀର୍ଥଯାତ୍ରା ଆରମ୍ଭ ପାଇଁ ସବୁଠାରୁ ଭଲ ଉପାୟ ହୋଇପାରିବ ।ତେବେ ରାହୁଲଙ୍କର ସ୍ୱର୍ଣ୍ଣ ମନ୍ଦିରରେ ଯେଉଁ ଫଟୋ ଗୁଡିକ ଭାଇରାଲ ହେଉଛି ସେଥିରେ ରାହୁଲ ଗେରୁଆ ରଙ୍ଗର ପଗଡି ପିନ୍ଧିଥିବାର ନଜର ଆସିଛନ୍ତି । ତେବେ ଏହି ରଙ୍ଗକୁ ନେଇ କିଛି ଦିନ ହେବ ରାଜନୀତି ସରଗରମ ରହିଥିବା ବେଳେ ରାହୁଲଙ୍କୁ ଗେରୁଆ ରଙ୍ଗ ଖୁବ ସୁନ୍ଦର ଲାଗୁଛି ।

ତେବେ ଆଜି କୌଣସି ଯାତ୍ରା ହେଇନାହିଁ । ଅମ୍ବାଲାରେ ଏକ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧିତ କରି ରମେଶ କହିଛନ୍ତି ଯେ ଲୋହରୀ ଉତ୍ସବକୁ ଦୃଷ୍ଟିରେ ରଖି ଜାନୁୟାରୀ ୧୨ ଏବଂ ୧୩ ରେ ଅପରାହ୍ନ ୧ ଟା ପରେ ପଞ୍ଜାବରେ କୌଣସି ପଦ ଯାତ୍ରା ହେବ ନାହିଁ। ଜାନୁଆରୀ ୧୪ ରେ ଏହି ଯାତ୍ରା ଆରମ୍ଭ ହେବ । ଏହାପରେ ଜାନୁୟାରୀ ୧୫ ରେ ରାହୁଲ ଗାନ୍ଧୀ ଏକ ସାମ୍ବାଦିକ ସମ୍ମିଳନୀରେ ସମ୍ବୋଧିତ କରିବେ।ସେପ୍ଟେମ୍ବର ୭ ରେ କନ୍ୟାକୁମାରୀରୁ ଆରମ୍ଭ ହୋଇଥିବା ଭାରତ ଯୋଡୋ ଯାତ୍ରା ଜାନୁଆରୀ ୩୦ ରେ ଶ୍ରୀନଗରରେ ଜାତୀୟ ପତାକା ଉତ୍ତୋଳନ ସହିତ ଶେଷ ହେବ ବୋଲି ସ୍ଥିର କରାଯାଇଛି । ଏହି ଯାତ୍ରା ବର୍ତ୍ତମାନ ପର୍ଯ୍ୟନ୍ତ ତାମିଲନାଡୁ, କେରଳ, କର୍ଣ୍ଣାଟକ, ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା, ମହାରାଷ୍ଟ୍ର, ମଧ୍ୟପ୍ରଦେଶ, ରାଜସ୍ଥାନ, ହରିୟାଣା, ଦିଲ୍ଲୀ ଏବଂ ଉତ୍ତରପ୍ରଦେଶ ଦେଇ ଯାଇଛି।

Get real time updates directly on you device, subscribe now.