‘One Nation One Election ଅସମ୍ଭବ’, ପ୍ରଧାନମନ୍ତ୍ରୀ ମୋଦୀଙ୍କ ବୟାନର ଜବାବ ଦେଲେ ଖଡ଼ଗେ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ‘ୱାନ୍ ନେସନ୍, ୱାନ୍ ଇଲେକ୍ସନ୍’ ଉପରେ ଦେଇଥିବା ବୟାନର ଜବାବ ଦେଇଛନ୍ତି କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେ। ଖଡ଼ଗେ ଏହାକୁ ଅସମ୍ଭବ ବୋଲି କହିଛନ୍ତି। ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ଜୟନ୍ତୀ ଅବସରରେ ଗୁଜରାଟରେ ଆୟୋଜିତ ଏକ କାର୍ଯ୍ୟକ୍ରମକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି, ‘ୱାନ୍ ନେସନ୍, ୱାନ୍ ଇଲେକ୍ସନ୍’ ପ୍ରସ୍ତାବ, ଯାହା କି ଗୋଟିଏ ଦିନ କିମ୍ବା ଏକ ନିର୍ଦ୍ଦିଷ୍ଟ ସମୟ ସୀମା ମଧ୍ୟରେ ଦେଶରେ ସମସ୍ତ ନିର୍ବାଚନ କରିବାକୁ ଲକ୍ଷ୍ୟ ରଖିଛି, ଖୁବ୍ ଶୀଘ୍ର ଅନୁମୋଦନ ପାଇବ ଏବଂ ଏହା ବାସ୍ତବରେ ପରିଣତ ହେବ।

ଏପଟେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ମୋଦୀ ଯାହା କହିବେ ତାହା କରିବେ ନାହିଁ କାରଣ ସଂସଦରେ ଏହି ବିଲ୍ ଆସିବା ପର୍ଯ୍ୟନ୍ତ ତାଙ୍କୁ ସମସ୍ତଙ୍କୁ ବିଶ୍ୱାସରେ ନେବାକୁ ପଡ଼ିବ। ‘ୱାନ୍ ନେସନ୍, ୱାନ୍ ଇଲେକ୍ସନ୍’ ଅସମ୍ଭବ। ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି, ଗୋଟିଏ ଦେଶ, ଗୋଟିଏ ନିର୍ବାଚନ ପ୍ରସ୍ତାବ, ଯାହା କି ଗୋଟିଏ ଦିନକିମ୍ବା ଏକ ନିର୍ଦ୍ଦିଷ୍ଟ ସମୟ ସୀମା ମଧ୍ୟରେ ଦେଶର ସମସ୍ତ ନିର୍ବାଚନ ଏକାସାଙ୍ଗରେ କରିବାକୁ ଲକ୍ଷ୍ୟ ରଖିଛି, ଖୁବ୍ ଶୀଘ୍ର ଅନୁମୋଦନ ପାଇବ ଏବଂ ଏହା ବାସ୍ତବରେ ପରିଣତ ହେବ।

ଏହି ପ୍ରସ୍ତାବକୁ ଚଳିତ ବର୍ଷ ପ୍ରାରମ୍ଭରେ କ୍ୟାବିନେଟ୍ ଅନୁମୋଦନ କରିଥିଲା ଏବଂ ଚଳିତ ବର୍ଷ ଶେଷରେ ସଂସଦର ଶୀତକାଳୀନ ଅଧିବେଶନରେ ଏହାକୁ ଉପସ୍ଥାପନ କରାଯିବ। ଆମେ ଏବେ ‘ୱାନ୍ ନେସନ୍, ୱାନ୍ ଇଲେକ୍ସନ୍’ ଦିଗରେ କାର୍ଯ୍ୟ କରୁଛୁ ଯାହା ଭାରତର ଗଣତନ୍ତ୍ରକୁ ସୁଦୃଢ଼ କରିବ, ଭାରତର ସମ୍ବଳର ସର୍ବୋତ୍ତମ ଉପଯୋଗ କରିବ ଏବଂ ଏକ ବିକଶିତ ଭାରତର ସ୍ୱପ୍ନକୁ ସାକାର କରିବାରେ ଦେଶକୁ ନୂତନ ଗତି ପ୍ରଦାନ କରିବ। ଆଜି ଭାରତ ଏକ ଧର୍ମନିରପେକ୍ଷ ନାଗରିକ ସଂହିତା ‘ଓ୍ଵାନ୍ ନେସନ୍ ଓ୍ଵାନ୍ ସିଭିଲ କୋଡ୍’ ଆଡ଼କୁ ଅଗ୍ରସର ହେଉଛି।