ଓଡ଼ିଶାରେ ନାରୀ ନିର୍ଯ୍ୟାତନା, ସ୍ଥିତି ସମୀକ୍ଷା କରିବା ପାଇଁ ଦିଲ୍ଲୀରୁ ଓଡ଼ିଶା ଆସିବ କଂଗ୍ରେସ ଟିମ୍

ଗୋପାଳପୁର ଗଣଦୁଷ୍କର୍ମ ଘଟଣାର ସ୍ଥିତି ସମୀକ୍ଷା କରିବା ପାଇଁ ୫ ଜଣିଆ ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍ ଗଠନ କରିଛନ୍ତି କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେ। 

ଗୋପାଳପୁର: ଓଡ଼ିଶା ଆସିବ କଂଗ୍ରେସ ଟିମ୍। ଗୋପାଳପୁର ଗଣଦୁଷ୍କର୍ମ ଘଟଣା ନେଇ କରିବ ତଦନ୍ତ। ଏଥିପାଇଁ କମିଟି ଗଠନ କଲା AICC। ଓଡ଼ିଶାରେ ମହିଳା ବିରୋଧୀ ହିଂସା ନେଇ ତଦନ୍ତ କରି ରିପୋର୍ଟ ଦେବେ।

ଗୋପାଳପୁର ମାମଲାରେ କଂଗ୍ରେସର ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍ ଗଠନ ହୋଇଛି। କଂଗ୍ରେସର ୫ ଜଣିଆ ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍ ଗଠନ ହୋଇଛି। ଏହି ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍ ଗଠନ କରିଛନ୍ତି କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେ।

ଏହି ଟିମର ଆବାହକ ଅଛନ୍ତି ବରିଷ୍ଠ କଂଗ୍ରେସ ନେତ୍ରୀ ଦୀପା ଦାଶମୁନସୀ। ସାଂସଦ ରଞ୍ଜିତ ରଞ୍ଜନ, ପରିଣିତୀ ସିନ୍ଦେ ଟିମର ସଦସ୍ୟ ଅଛନ୍ତି। ଏହାସହ ସାଂସଦ ଏସ୍ ଜ୍ୟୋତିମଣି, ଶୋଭା ଓଝା ମଧ୍ୟ ଟିମରେ ଅଛନ୍ତି।  ଦିଲ୍ଲୀରୁ ଆସି ଓଡ଼ିଶାର ସ୍ଥିତି ଅନୁଧ୍ୟାନ କରିବା ପରେ ରିପୋର୍ଟ ଦେବେ ଏହି ଟିମ୍।