fbpx

Bharat Jodo Yatra:ମୋ ପାଇଁ ଏ ଗୋଟେ ପଦଯାତ୍ରା ନୁହେଁ ‘ତପସ୍ୟା’ ବୋଲି କହିଲେ ରାହୁଲ

ନୂଆଦିଲ୍ଲୀ :ଅସହିଷ୍ଣୁ ରାଜନୀତିରେ ବାପାଙ୍କୁ ହରାଇଥିଲି; କିନ୍ତୁ ଏଠି ପାଇଁ ଦେଶ ହରାଇବି ନାହିଁ କିଛି ଏଭଳି କହି ନିଜ ଯାତ୍ରା ଆରମ୍ଭ କରିଲେ ରାହୁଲ୍‌ ଗାନ୍ଧୀ। ଆଜିଠାରୁ ଆରମ୍ଭ ହେଲା କଂଗ୍ରେସର ଭାରତ ଯୋଡୋ ଯାତ୍ରା ।’ନଫରତ ଛୋରୋ ଭାରତ ଯୋଡୋ ‘ ଡ଼ାକରାରେ କମ୍ପୁଛି ଭାରତ। ଆଗାମୀ ୨୦୨୪ ନିର୍ବାଚନକୁ ନଜରରେ ରଖି କଂଗ୍ରେସ ଭାରତ ଯୋଡୋ ଆନ୍ଦୋଳନ ଆହ୍ୱାନ ଦେଇଛି । ଲୋକସଭା ନିର୍ବାଚନର ଦେଢ ବର୍ଷ ଆଗରୁ ନିଜ ଦଳକୁ ସୁଦୃଢ କରିବା ଲାଗି କଂଗ୍ରେସ ଦଳର ସାଂସଦ ରାହୁଲ ଗାନ୍ଧି ବୁଧବାର ଠାରୁ ଏହି ଯାତ୍ରା ଆରମ୍ଭ କରିଛନ୍ତି । ଏଭଳି ଅଭିନବ ପ୍ରୟାସ ଦ୍ୱାରା ରାହୁଲ ଦଳକୁ ସୁଦୃଢ କରିବା ସହ ପାର୍ଟିରେ ସାମିଲ ଥିବା ସହକର୍ମିଙ୍କ ମନୋବଳ ଏବଂ ସାହାସ ବଢାଇବାକୁ ପ୍ରୟାସ କରିଛନ୍ତି ।

ସୂଚନାମୁତାବକ ରାହୁଲଙ୍କ ସମେତ ପ୍ରାୟ ୩୦୦ ଲୋକ ଏହି ଭାରତ ଯୋଡୋ ଅଭିଯାନ ରେ ସାମିଲ ହେବ । ଏହି ଯାତ୍ରାରେ ରାହୁଲ ବିଶ୍ରାମ ପାଇଁ କିମ୍ବା ଖାଦ୍ୟ, ପାନୀୟ ପାଇଁ କୌଣସି ହୋଟେଲର ସାହାର୍ଯ୍ୟ ନେବେ ନାହିଁ । ତାଙ୍କ ସହ ଯାତ୍ରା କରୁଥିବା ସହକର୍ମିମାନେ ଯାହା ବ୍ୟବସ୍ଥା କରିବେ ରାହୁଲ ସେହି ସବୁ ଖାଦ୍ୟ ଗ୍ରହଣ କରିବେ । ତେବେ ଏହି ଯାତ୍ରା କନ୍ୟାକୁମାରୀରୁ ଠାରୁ ଆରମ୍ଭ ହୋଇ କାଶ୍ମୀରରେ ସମାପ୍ତ ହେବ। କଂଗ୍ରେସର ଏହି ଜନସମ୍ପର୍କ ଯାତ୍ରା ୧୫୦ ଦିନ ଧରି ଚାଲିବ । ଭାରତଯୋଡୋ ଯାତ୍ରା ଦେଶର ୧୨ ଟି ରାଜ୍ୟ ସହ ଗୁଜୁରାଟ ଦେଇ ଯିବ । ଏହି ଯାତ୍ରାରେ କଂଗ୍ରେସର ବରିଷ୍ଠ ନେତାଙ୍କ ସହ କିଛି ସିଭିଲ ସୋସାଇଟର ଲୋକ ମଧ୍ୟ ଯୋଡି ହୋଇଛନ୍ତି । ତେବେ ରାହୁଲଙ୍କ ଏହି ଯାତ୍ରା ୧୫୦ ଶହ ଦିନ ଧରି ଚାଲିବ । ଏହି ଯାତ୍ରା ସମୟରେ ରାହୁଲ ପ୍ରଥମରୁ କହିଛନ୍ତି ସେ କୌଣସି ହୋଟେଲରେ ବିଶ୍ରାମ କରିବେନି । ତେବେ ରାହୁଲ ଏବଂ ତାଙ୍କ ସହ ପଦ ଯାତ୍ରାରେ ଯାଉଥିବା ସହକର୍ମିମାନେ କିଭଳି ଭାବେ ଖାଦ୍ୟ, ପାନୀୟ ଏବଂ ବିଶ୍ରାମ କରିବେ । ଏସବୁ ଉପରେ ରହିଛି ଦେଶବାସୀଙ୍କ ନଜର ।

ସୂଚନାମୁତାବକ ଏହି ୩ ହଜାର ୫ଶହ ୭୦ କିଲୋମିଟର ଭାରତ ଯୋଡୋ ଯାତ୍ରା ଉପରେ ରେ ରହିଛି ଦେଶବାସୀଙ୍କ ନଜର । ସେ ଯେଉଁଠାରେ ରହିବେ ସେଠାରେ ବିଶ୍ରାମ ନେବା ପାଇଁ ଏକ କଣ୍ଟେନରେ ଶୋଇବା ପାଇଁ ବେଡ଼, ଟଏଲେଟ ଭଳି ଅତ୍ୟାବଶିକ ସାମଗ୍ରୀ ର ବ୍ୟବସ୍ଥା କରାଯାଇଛି। ଏହି ଭାରତଯୋଡୋ ଯାତ୍ରାରେ ସାଂସଦ ରାହୁଲ ଗାନ୍ଧି ସାଧାରଣ ଲୋକଙ୍କ ସହ ଅତି ସାଧାରଣ ଭାବେ ଖୁବ୍ ନିକଟରୁ ଜଡିତ ହୋଇ ଲୋକଙ୍କ ସମସ୍ୟାର ସମାଧାନ କରିବାକୁ ଚେଷ୍ଠା କରିବାକୁ ଚାହିୁଁଛନ୍ତି । ସେ ଏହି ଯାତ୍ରା ରେ ଅଧିକ କଥା କହିବେ ନାହିଁ ବରଂ ଲୋକଙ୍କ ସମସ୍ୟା ଶୁଣିବେ ବୋଲି କହିଛନ୍ତି । ହେଲେ ରାଜନିତିିର ବିଶ୍ଲେଷକମାନେ ଏହାକୁ ଆଗାମୀ ନିର୍ବାଚନର ପ୍ରସ୍ତୁତି ବୋଲି କହିଛନ୍ତି । ତେବେ ରାହୁଲ ଏ ସବୁରୁ ଦୂରେଇ ରହିବା ପାଇଁ ଅତି ସାଧାରଣ ଭାବେ ତାଙ୍କର ଯାତ୍ରା ସ୍ଥିର କରିଛନ୍ତି । ପ୍ରତି ଦିନ ଗୋଟିଏ ରାଜ୍ୟ ବୁଲି ଜନସଧାରଣଙ୍କ ସହ ଜଡିତ ହେବେ। ପ୍ରଥମେ ନିଜ ବାପାଙ୍କ ସମାଧି ପୀଠ ରେ ଶ୍ରଦ୍ଧାଞ୍ଜଳି ପ୍ରଦାନ କରି ସେ ଯାତ୍ରା ଆରମ୍ଭ କରିଛନ୍ତି । ଏହା ସହିତ ସେ ଏହି ଯାତ୍ରା କୁ ତପସ୍ୟା ବୋଲି କହିଛନ୍ତି । ରାହୁଲ କହିଛନ୍ତି ଏହି ତାଙ୍କ ପିତାଙ୍କ ସ୍ବପ୍ନକୁ ପୂରଣ କରିବା ପାଇଁ ସେ କିଛି ଭି କରିବେ । ତେବେ ଦେଖିବା ବାକି ରହିଲା ଯେ ରାହୁଲଙ୍କ ଏହି ପଦ ଯାତ୍ରା କେତେ ସଫଳ ହେଉଛି ।

Get real time updates directly on you device, subscribe now.