ନୂଆଦିଲ୍ଲୀ: ବମ୍ବେ ହାଇକୋର୍ଟଙ୍କ ନାଗପୁର ବେଞ୍ଚ ଏକ ଗୁରୁତ୍ୱପୂର୍ଣ୍ଣ ଶୁଣାଣି କରିଛନ୍ତି । ଏଥିରେ କୁହାଯାଇଛି ଯେ, ୧୮ ବର୍ଷରୁ କମ ସ୍ତ୍ରୀଙ୍କ ସହ ସହମତିରେ ମଧ୍ୟ ଶାରୀରିକ ସମ୍ବନ୍ଧ ରଖିବାକୁ ଦୁଷ୍କର୍ମ କୁହାଯିବ । ଏହି ମାମଲାରେ ଅଭିଯୁକ୍ତଙ୍କୁ ୧୦ ବର୍ଷର କଠୋର ଦଣ୍ଡ ଦେଇଛନ୍ତି । ଆଇପିସି ଆକ୍ଟ ଅନୁଯାୟୀ କୋର୍ଟ କହିଛନ୍ତି ଯେ, ୧୮ ବର୍ଷରୁ କମ ବୟସର ଝିଅଙ୍କ ସହ ଶାରୀରିକ ସମ୍ବନ୍ଧ ରଖିବାକୁ ଦୁଷ୍କର୍ମ ହିଁ କୁହାଯିବ, ତେଣିକି ସେ ବିବାହିତା ହୋଇଥାଆନ୍ତୁ କି ନୁହେଁ ।
ଏହି ମାମଲା ୨୦୧୯ର ଅଟେ, ଯେଉଁଥିରେ ଜଣେ ନାବାଳିକା ଝିଅଙ୍କୁ ଦୁଷ୍କର୍ମ କରାଯାଇଥିଲା । ଏହି ଝିଅ ଏବଂ ଅଭିଙ୍କ୍ଙ୍କର ୩ ବର୍ଷ ପୁରୁଣାର ସଂପର୍କ ଥିଲା । ଏଥିରେ ଝିଅଟି ବାରମ୍ବାର ଅଭିଯୁକ୍ତଙ୍କ ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରିଥିଲା । ଅର୍ଥ ଅଭାବ ପାଇଁ ଏହି ଝିଅଟିକୁ ଅନ୍ୟ ସହର ଯିବାକୁ ପଡିଥିଲା । ଏହିଠାରେ ଅଭିଯୁକ୍ତଜଣକ ସେହି ଝିଅକୁ ବିବାହର ପ୍ରତିଶ୍ରୁତି ଦେଖାଇ ଶାରୀରିକ ସମ୍ବନ୍ଧ ରଖିବା ଲାଗି ତାଙ୍କୁ ବାଧ୍ୟ କରିଥିଲା ।
ଏହାପରେ ଝିଅଟି ଗର୍ଭବତୀ ହୋଇଥିଲା, ଏହି ସମୟରେ ଏକ ଛୋଟ ଘରେ ପୁଅଟି ତାକୁ ବିବାହ କରିଥିଲା । ଯାହାକୁ ଝିଅଶଟି କହୁଛି ଯେ, ତାହା ସେହି ଯୁବକର ଦେଖାଣିଆ ଥିଲା । ଏହାପରେ ସେହି ଯୁବକ ଜଣକ ଝିଅଟିକୁ ଗର୍ଭପାତ କରାଇବାକୁ କହିଥିଲା । ଶିଶୁ ପାଇଁ କୌଣସି ଦାୟିତ୍ୱ ନେଇପାରିବନି ବୋଲି ମଧ୍ୟ କହିଥିଲା । ଏହାପରେ ଝିଅଟି ଏହି ସବୁ ମାମଲାକୁ ନେଇକୋର୍ଟଙ୍କ ନିକଟରେ ପହଞ୍ଚିଛନ୍ତି ।
କୋର୍ଟ ନିଜ ନିଷ୍ପତ୍ତିର ଶୁଣାଣି କରି କହିଛନ୍ତି ଯେ, ବିବାହ ପରେ ବି ଯଦି ଝିଅର ବୟସ ୧୮ ବର୍ଷରୁ କମ୍, ତେବେ ତା ସହ ସେକ୍ସ କରିବା ଆଇନଗତ ଭାବେ ଏହା ଦୁଷ୍କର୍ମ । ଏହି ନିଷ୍ପତ୍ତି ସେହିମାନଙ୍କ ପାଇଁ, ଯେଉଁମାନେ ନାବାଳିକା ଏବଂ ଧିକା ସହ ଯୌନ ସମ୍ବନ୍ଧ ରଖୁଛନ୍ତି ।