fbpx

Love Marriage ପାଇଁ ବାଧ୍ୟତାମୂଳକ ହେବ ପିତା-ମାତାଙ୍କ ସହମତି! ମୁଖ୍ୟମନ୍ତ୍ରୀ କରୁଛନ୍ତି ପ୍ଲାନିଙ୍ଗ

ପ୍ରେମରେ ପଡ଼ି ବିବାହ କରିବା ଘଟଣା ବର୍ତ୍ତମାନ ସମୟରେ ପ୍ରାୟତଃ ସାଧାରଣ ଘଟଣା ପାଲଟିଯାଇଛି । ପ୍ରେମରେ ଅନ୍ଧ ହୋଇ ପିତା-ମାତାଙ୍କୁ ଭୁଲି ଯାଉଥିବା ବେଳେ ବିବାହ ପାଇଁ ମଧ୍ୟ ସେମାନଙ୍କ ଅନୁମତିକୁ ଅପେକ୍ଷା କରୁ ନାହାନ୍ତି ଆଜିର ଯୁବପିଢୀ । କିନ୍ତୁ ବର୍ତ୍ତମାନ ଏହି ନିୟମରେ ହୋଇପାରେ ବଡ଼ ପରିବର୍ତ୍ତନ । ଲଭ୍ ମ୍ୟାରେଜ କଲେ ମଧ୍ୟ ବାପା-ମା’ଙ୍କ ଅନୁମତି ନେବା ବାଧ୍ୟତାମୂଳକ କରାଯିବ ବୋଲି କୁହାଯାଉଛି । ଏ ନେଇ ମୁଖ୍ୟମନ୍ତ୍ରୀଙ୍କ ତରଫରୁ ଏକ ନୂଆ ପ୍ଲାନିଙ୍ଗ ହେଉଛି । ଏ ନେଇ ଖୁବଶୀଘ୍ର ଏକ ବଡ଼ ଘୋଷଣା କରାଯାଇପାରେ ।

ସୂଚନା ଅନୁସାରେ, ମେହସାଣା ଜିଲ୍ଲାରେ ପାଟୀଦାର ସମୁଦାୟର ପ୍ରତିନିଧିତ୍ୱ କରୁଥିବା ସର୍ଦ୍ଦାର ପଟେଲ ଗ୍ରୁପ ଦ୍ୱାରା ଏକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ଏଥିରେ ଯୋଗ ଦେଇ ଗୁଜୁରାଟ ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲ ପ୍ରେମ ବିବାହ ମାମଲାକୁ ନେଇ ଏକ ବଡ଼ ରହସ୍ୟ କହିଛନ୍ତି । ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ ଋଷିକେଶ ପଟେଲ ତାଙ୍କୁ ବିବାହ ପାଇଁ ଘର ଛାଡ଼ି ଫେରାର ହୋଇଯାଉଥିବା ମହିଳାଙ୍କ ବିଷୟରେ ଅଧ୍ୟନ କରିବା ପାଇଁ ପରାମର୍ଶ ଦେଇଥିବା କହିଛନ୍ତି ମୁଖ୍ୟମନ୍ତ୍ରୀ । ଏହାଦ୍ୱାରା ପ୍ରେମ ବିବାହ ପାଇଁ ପିତା-ମାତାଙ୍କ ଅନୁମତିକୁ ଅନିବାର୍ଯ୍ୟ କରିବା ପାଇଁ ନୂଆ ନିୟମ ପ୍ରସ୍ତୁତ କରା ଯାଇ ପାରିବ । ଏହି ଅଧ୍ୟୟନ ଦ୍ୱାରା ରାଜ୍ୟରେ ପ୍ରେମ ବିବାହ ପାଇଁ ପ୍ରକୃତରେ ପିତାମାତାଙ୍କ ଅନୁମତିକୁ ବାଧ୍ୟତାମୂଳକ କରାଯାଇ ପାରିବ କି ନାହିଁ, ତାହା ସ୍ପଷ୍ଟ ହୋଇପାରିବ । ସମ୍ବିଧାନ ଯଦି ଏହାକୁ ସମର୍ଥନ କରେ, ତେବେ ଏହାକୁ ବିଚାର କରି ଉଚିତ ବ୍ୟବସ୍ଥା ଲାଗୁ କରାଯିବ ବୋଲି ଆଶା କରାଯାଉଛି ।

ସେପଟେ ବିଧାନସଭାରେ ଏହି ପ୍ରସଙ୍ଗ ଉଠିଲେ ଏହାକୁ ସମର୍ଥନ କରିବେ ବୋଲି କହିଛନ୍ତି କଂଗ୍ରେସ ବିଧାୟକ ଇମରାନ ଖେଡ଼ାୱାଲା । ପ୍ରେମ ବିବାହ ପାଇଁ ପିତାମାତାଙ୍କୁ ଅଣଦେଖା କରିବା ବିରୋଧରେ ସରକାର ସମ୍ବିଧାନକୁ ଦୃଷ୍ଟିରେ ରଖି ବିଶେଷ ପଦକ୍ଷେପ ନେବା ଉପରେ ବିଚାର କରୁଥିବା କହିଛନ୍ତି କଂଗ୍ରେସ ବିଧାୟକ । ଗୁଜୁରାଟ ସରକାର ୨୦୨୧ ମସିହାରେ ଧାର୍ମିକ ସ୍ୱତନ୍ତ୍ରତା ଅଧିନିୟମରେ ସଂଶୋଧନ କରାଇଛନ୍ତି । ଏଥିରେ ବିବାହ ପାଇଁ ଜବରଦସ୍ତ କୌଣସି ବ୍ୟକ୍ତିଙ୍କର ଧର୍ମ ପରିବର୍ତ୍ତନ କରିବାକୁ ଏକ ଦଣ୍ଡନୀୟ ଅପରାଧ ବୋଲି ଘୋଷଣା କରାଯାଇଥିଲା ।

Get real time updates directly on you device, subscribe now.