fbpx
BSKY
BJD YOUTH SKY
BJD MS SKY

ମାତ୍ରାଧିକ ଖାଦ୍ୟ ଗ୍ରହଣ କରିବା ପରେ ମଧ୍ୟ ଜଣେ ମୋଟା ହୁଏନାହିଁ, କାହିଁକି

ସାଧାରଣତଃ ଓଜନ ନିୟନ୍ତ୍ରଣ ପାଇଁ ଫିଟନେସ୍ ଓ ଖାଦ୍ୟପେୟ ଉପରେ ବିଶେଷ ଧ୍ୟାନ ଦେବାକୁ କୁହାଯାଇଥାଏ । ମାତ୍ର ଏପରି ଅନେକ ଲୋକ ଅଛନ୍ତି, ଯେଉଁମାନେ କୌଣସି ବ୍ୟାୟାମ କରନ୍ତି ନାହିଁ କିନ୍ତୁ ପ୍ରଚୁର ଖାଦ୍ୟ ଗ୍ରହଣ କରନ୍ତି । ଏପରି ଲୋକମାନଙ୍କର ଓଜନ କେବେ ବି ବୃଦ୍ଧି ହୁଏ ନାହିଁ, ଆସନ୍ତୁ ଜାଣିବା ଏହା ପଛର କାରଣ ବିଷୟରେ ।

– ଏହା ପଛରେ ଅନେକ କାରଣ ରହିଛି । କେବଳ ପୁଷ୍ଟିକର ଖାଦ୍ୟ ସେବନ ଦ୍ୱାରା ଓଜନ ବୃଦ୍ଧି ହୁଏ ନାହିଁ । ଜଣକର ଦୈନନ୍ଦିନ ଜୀବନଶୈଳୀ ମଧ୍ୟ ଓଜନକୁ କିଛି ମାତ୍ରାରେ ପ୍ରଭାବିତ କରିଥାଏ ।

– କିଛି ଲୋକ ପାର୍ଟି, ସାଙ୍ଗ ମେଳରେ ଅଧିକ ଖାଦ୍ୟ ଗ୍ରହଣ କରୁଥିବାର ଦେଖାଯାଏ । କିନ୍ତୁ ବାସ୍ତବରେ ସେମାନଙ୍କର ନିତିଦିନିଆ ଖାଦ୍ୟ ବହୁତ କମ ହୋଇଥାଏ । କ୍ୟାଲୋରୀ ନିୟନ୍ତ୍ରଣ ହେବା କାରଣରୁ ସେମାନଙ୍କର ଓଜନ ବୃଦ୍ଧି ହୋଇନଥାଏ ।

– କିଛି ଲୋକ ଦିନସାରା ବିଭିନ୍ନ ପ୍ରକାର ଶାରୀରିକ ପରିଶ୍ରମ କରିଥାନ୍ତି । ସେମାନେ ଅତ୍ୟଧିକ ଖାଦ୍ୟ ଖାଇଲେ ମଧ୍ୟ ଆଦୌ ମୋଟା ହୋଇନଥାନ୍ତି ।

– ଆପଣ କେତେ ମାତ୍ରାରେ ଆଲକହଲ ସେବନ କରୁଛନ୍ତି, କେତେ ମାତ୍ରାରେ ଜଙ୍କଫୁଡ୍ ଖାଉଛନ୍ତି, କେତେ ସମୟ ବ୍ୟାୟାମ କରୁଛନ୍ତି, ଏହାର ପ୍ରଭାବ ଆପଣଙ୍କର ଓଜନ ଉପରେ ପ୍ରଭାବ ପକାଇଥାଏ ।

Get real time updates directly on you device, subscribe now.