fbpx

ଅଧିକ ପ୍ରୋଟିନ ସେବନ ନେଇଯିବ ଜୀବନ: ହାଡ଼ ଡ୍ୟାମେଜ, ରକ୍ତଚାପ, ଅଷ୍ଟିଓପୋରୋସିସ, ଥାଇରଏଡ୍, ହୃଦଘାତ ସମସ୍ୟା ବଢ଼ିବ- ରିସର୍ଚ୍ଚ

ନୂଆଦିଲ୍ଲୀ: ମଣିଷ ଶରୀରର ବିକାଶ ପାଇଁ ବିଭିନ୍ନ ପ୍ରକାରର ଭିଟାମିନ, ମିନେରାଲ, କ୍ୟାଲସିୟମ ଓ ପ୍ରୋଟିନର ଆବଶ୍ୟକତା ପଡ଼ିଥାଏ । ତେବେ ଆଜିକାଲିର ଯୁବପୀଢ଼ି ବିଶେଷ କରି ଜିମ ଯାଉଥିବା ବ୍ୟକ୍ତିମାନେ ନିଜର ସ୍ୱାସ୍ଥ୍ୟକୁ ବଳିଷ୍ଠ କରିବା ପାଇଁ ହାଇ ପ୍ରୋଟିନଯୁକ୍ତ ଖାଦ୍ୟ ସେବନ କରିଥାନ୍ତି । ତେବେ ଅତ୍ୟଧିକ ପ୍ରୋଟିନର ସେବନ ଆଜି ମଣିଷକୁ ବିପଦ ଆଡ଼କୁ ଟାଣି ନେଉଛି । ଏଥିପାଇଁ ଜଣେ ଅଷ୍ଟିଓପୋରୋସିସ ଭଳି ରୋଗରେ ସଂକ୍ରମିତ ହେବାର ଆଶଙ୍କା ଥିବା ଏକ ରିସର୍ଚ୍ଚରୁ ଜଣାପଡ଼ିଛି ।

ବିଶେଷଜ୍ଞଙ୍କ ମତରେ, ଅନେକ ଲୋକ ନିଜ ଶରୀରର ପୋଷକ ତତ୍ତ୍ୱ ଆବଶ୍ୟକତାକୁ ପୂରଣ କରିବା ପାଇଁ ଆନିମଲ ପ୍ରୋଟିନ ସେବନ କରିଥାନ୍ତି । ତେବେ ଏହି ପ୍ରୋଟିନ ଦ୍ୱାରା ଆମର ହାଡ଼ ଡ୍ୟାମେଜ ହେବାର ସମ୍ଭାବନା ରହିଥାଏ । ଶରୀର ପାଇଁ ଯେତିକି ପ୍ରୋଟିନ ଆବଶ୍ୟକ ସେତିକି ସେବନ କରିବା ଠିକ୍ ଅଛି । ମାତ୍ରାଧିକ ସେବନ କରିବା ଦ୍ୱାରା ଏହାର ପ୍ରଭାବ ଆମର ଶରୀର ଉପରେ ପଡ଼ିଥାଏ । ସାଧାରଣ ଭାବେ କହିବାକୁ ଗଲେ ମାଛ, ଚିକେଟ, ରେଡ ମିଟରୁ ହାଇ ପ୍ରୋଟିନ ମିଳିଥାଏ । ଲାଲ ମିଟ ଆମ ଶରୀର ପାଇଁ ବହୁତ କ୍ଷତିକର ଅଟେ ।

ଆମେ ଖାଉଥିବା ମାଂସରେ ଫସଫରସର ମାତ୍ରା ଅଧିକ ରହିଥିବା ବେଳେ ତାହା ହାଡ଼ ପାଇଁ ବହୁତ କ୍ଷତିକାରକ ହୋଇଥାଏ । ଆନିମଲ ପ୍ରୋଟିନ ରକ୍ତକୁ ଏସିଡିକ କରିଦେବା ସହ ହାଡ଼ରୁ କ୍ୟାଲସିୟମରୁ ବାହାର କରିଦେଇଥାଏ । ମାଂସ ଖାଉଥିବା ଲୋକଙ୍କ କ୍ଷେତ୍ରରେ ଅଷ୍ଟିଓପୋରୋସିସ ଓ ହାଡ଼ ଭାଙ୍ଗିବା ସମ୍ଭାବନା ଅଧିକ ରହିଥାଏ । ମାଂସାହାରୀଙ୍କ ଠାରେ ଫାଇବର ହ୍ରାସ ପାଇବା ସହ ସେମାନେ ମେଦବହୁଳତାର ଶିକାର ହୋଇଥାନ୍ତି । ଆନିମଲ ପ୍ରୋଟିନ ମଧୁମେହ ସମସ୍ୟା, ହୃଦଘାତ, ଥାଇରଏଡ୍, ରକ୍ତଚାପ ସମସ୍ୟା ବଢ଼ାଇଥାଏ । ତେଣୁ ସବୁଜ ପନିପରିବା, ଫଳମୂଳ, ସନ୍ତୁଳିତ ଭୋଜନ କରିବା ଆବଶ୍ୟକ ।

Get real time updates directly on you device, subscribe now.