fbpx
BJD
BJD SKY
BJD SKY

ମହାରାଷ୍ଟ୍ର ସରକାରଙ୍କ ବଡ଼ ଘୋଷଣା : ଏଣିକି ସପିଂ ମଲ୍‌ ଓ ବୃହତ ଜେନେରାଲ୍‌ ଷ୍ଟୋର୍‌ରେ ମିଳିବ ମଦ

ମୁମ୍ବାଇ : ଏଣିକି ମହାରାଷ୍ଟ୍ରର ସପିଂ ମଲ, ସୁପରମାର୍କେଟ, ବୃହତ ଜେନେରାଲ ଷ୍ଟୋରରେ ବିଦେଶୀ ମଦ ମିଳିବ । ଏଥିପାଇଁ ମହାରାଷ୍ଟ୍ରର ଉଦ୍ଧବ ଠାକରେ ସରକାର ଅନୁମତି ଦେଇଛନ୍ତି । ଏ ସମ୍ପର୍କରେ ସୂଚନା ଦେଇ ମହାରାଷ୍ଟ୍ରର ଦକ୍ଷତା ବିକାଶ ଓ ଉଦ୍ୟମିତା ତଥା ସଂଖ୍ୟାଲଘୁ ବ୍ୟାପାର ମନ୍ତ୍ରୀ ନବାବ ମଲ୍ଲିକ କହିଛନ୍ତି ଯେ ୧ ହଜାର ବର୍ଗଫୁଟରୁ ଅଧିକ ପରିମିତ ଅଞ୍ଚଳରେ ଥିବା ଷ୍ଟୋରରେ ମଦ ବିକ୍ରି କରିବାକୁ ଅନୁମତି ଦିଆଯିବ । ସରକାରଙ୍କ ଏହି ନିଷ୍ପତ୍ତି ଦ୍ୱାରା ରାଜସ୍ୱ ବଢିବା ସହ ମଦ କମ୍ପାନି ଓ ଚାଷୀମାନେ ଉପକୃତ ହୋଇପାରିବେ ।

ମହାରାଷ୍ଟ୍ରରେ ପୂର୍ବରୁ ଥିବା ନିୟମ ଅନୁସାରେ କେବଳ ମଦ ଦୋକାନରେ ମଦ ବିକ୍ରି କରାଯାଇପାରିବ । ଏକ ତଥ୍ୟ ଅନୁସାରେ ଦେଶରେ ଯେତିକି ମଦ କମ୍ପାନି ଅଛନ୍ତି ତାହାର ୬୫ ପ୍ରତିଶତ କେବଳ ମହାରାଷ୍ଟ୍ରରେ ଅଛନ୍ତି । ସେଗୁଡ଼ିକ ମୁଖ୍ୟତଃ ପୁଣେ, ନାସିକ, ସାଂଗଲି, ଅହମଦନଗର, ସୋଲାପୁର, ବୁଲଧାନା ଜିଲ୍ଲାରେ ଅବସ୍ଥିତ । ଏଣୁ ରାଜ୍ୟରେ ମଦ ବିକ୍ରି ବଢିବା ପରେ ରାଜ୍ୟ ସରକାରଙ୍କ ଅବକାରି ରାଜସ୍ୱ ଉଲ୍ଲେଖନୀୟ ଭାବେ ବଢିବାର ସମ୍ଭାବନା ରହିଛି । ଅନ୍ୟପକ୍ଷରେ ସରକାରଙ୍କ ଏହି ନିଷ୍ପତ୍ତିକୁ ବିଜେପି ବିରୋଧ କରିବ ବୋଲି ଘୋଷଣା କରିଛି । ଏଥିପାଇଁ ଦଳ ରାସ୍ତାକୁ ଓହ୍ଲାଇ ବିକ୍ଷୋଭ କରିବ ବୋଲି ଦଳ ଚେତାବନୀ ଦେଇଛି ।

Get real time updates directly on you device, subscribe now.