fbpx

ଜ୍ୱର-ପୀଡ଼ାରେ ବ୍ୟବହାର କରୁଛନ୍ତି କି Dolo 650, ହୋଇପାରେ ସାଂଘାତିକ ସାଇଡ୍ ଇଫେକ୍ଟ

ନୂଆଦିଲ୍ଲୀ: ଗତ ଦୁଇ ବର୍ଷ ହେବ କୋଭିଡ୍ ମହାମାରୀ ସାରା ବିଶ୍ୱରେ ବ୍ୟାପିରହିଛି । ତା ଉପରେ ପୁଣି ଲଗାତର ଭାବେ ସ୍ୱରୂପ ବଦଳାଉଥିବାରୁ ଚିନ୍ତା ଆହୁରି ବଢ଼ିଯାଇଛି । କୋଭିଡ୍ ଆକ୍ରାନ୍ତଙ୍କୁ ଅଧିକାଂଶ ଜ୍ୱର, ଥଣ୍ଡା, କାଶ ଏବଂ ଲଙ୍ଗସ୍ ଇନଫେକ୍ସନ୍ ଦେଖାଯାଉଛି । ଏବେପର୍ଯ୍ୟନ୍ତ କୋଭିଡ୍ ର ସଠିକ୍ ଭାବରେ ଚିକିତ୍ସା ବାହାରି ପାରିନାହିଁ । ତେବେ ଏହି ସମୟରେ ଲୋକମାନେ ଡାକ୍ତରଙ୍କ ପରାମର୍ଶ ବିନା ଅନେକ ପ୍ରକାର ମେଡିସିନ୍ ର ବ୍ୟବହାର କରିଛନ୍ତି । ଏହା ଭିତରେ ସବୁଠାରୁ ଅଧିକ ବ୍ୟବହାର ହୋଇଥିବା ମେଡିସିନ୍ ମଧ୍ୟରେ ଆଗରେ ରହିଛି ଡୋଲୋ ୬୫୦ ।

ଅନେକ ଲୋକ ବିଶେଷଜ୍ଞଙ୍କ ପରାମର୍ଶ ନନେଇ ସେବନ କରୁଛନ୍ତି ଓ କରିଛନ୍ତି ମଧ୍ୟ । ତେବେ ଏହିପରି ଭାବରେ ମେଡିସିନ୍ ସମ୍ପର୍କରେ ସଠିକ୍ ଭାବରେ ନଜାରି ବ୍ୟବହାର କରିବା ଦ୍ୱାରା ଶରୀର ଉପରେ ଏହାର କୁପ୍ରଭାବ ପଡ଼ିପାରେ । ଏପରି ସ୍ଥଳେ ଡାକ୍ତରଙ୍କ ପରାମର୍ଶକ୍ରମେ ଯେକୌଣସି ଔଷଧର ସେବନ କରିବା ଜରୁରୀ । ଡୋଲୋ ୬୫୦ ର ବ୍ୟବହାର ବଢ଼ିବାର କାରଣ ହେଲା ଏଥିରେ ପାରାସିଟାମଲ୍ ରହିଛି ଯାହା ଜ୍ୱର କମ୍ କରିବାରେ ସହାୟକ ହେଉଛି । ଏହା ବ୍ୟତୀତ ଡୋଲୋ ୬୫୦ କାଶ, ଥଣ୍ଡା, ମୁଣ୍ଡବିନ୍ଧା, ଦାନ୍ତରେ ଯନ୍ତ୍ରଣା, ମାଂସପେଶୀରେ ଯନ୍ତ୍ରଣାରୁ ମଧ୍ୟ ଆରାମ ଦେଇଥାଏ । ଏହି କାରଣରୁ ଏହି ଔଷଧକୁ ନଜାଣି ନ ଶୁଣି ଜୋରଦାର୍ ବ୍ୟବହାର କରାଯାଇଛି ।

ହେଲେ ଏତେ ସବୁ ପରେ ବି ଡୋଲୋ ୬୫୦ର କିଛି ସାଂଘାତିକ ପାଶ୍ୱର୍ ପ୍ରତିକ୍ରିୟା ରହିଛି । ଏ ସମ୍ପର୍କରେ ଆପଣ ମାନେ ଜାଣିବା ନିହାତି ଆବଶ୍ୟକ । ଏଥିରେ କିଛି ସାମାନ୍ୟ ଓ ଅସାମାନ୍ୟ କୁପ୍ରଭାବ ରହିଛି । ତେଣୁ ଡୋଲୋ ୬୫୦ ନେବା ପୂର୍ବରୁ ଏହା ଜନିତ ସାଇଡ୍ ଇଫେକ୍ଟ ବିଷୟରେ ଜାଣିବା ନିହାତି ଆବଶ୍ୟକ । ତାହେଲେ ଚାଲନ୍ତୁ ଜାଣିବା କଣ କଣ ରହିଛି ପାଶ୍ୱର୍ ପ୍ରତିକ୍ରିୟା:

୧. ନିମ୍ନ ରକ୍ତଚାପ

୨. ମୁଣ୍ଡ ବୁଲାଇବା

୩. ଦୁର୍ବଳ ଅନୁଭବ ହେବା

୪. ଅଧିକ ନିଦ ଆସିବା

୫. ଅସୁସ୍ଥ ଅନୁଭବ ହେବା

୬. କଫ

୭. ବେହୋସ୍ ହୋଇଯିବା

୮. ପାଟି ଶୁଖିଯିବା

୯. ୟୁଟିଆଇ

ଏସବୁ ହେଉଛି କିଛି ସାମାନ୍ୟ ପାଶ୍ୱର୍ ପ୍ରତିକ୍ରିୟା । ଏବେ ଜାଣିବା କିଛି ଗମ୍ଭୀର ପାଶ୍ୱର୍ ପ୍ରତିକ୍ରିୟା ବିଷୟରେ:

୧. ହାର୍ଟ ବିଟ୍ ସ୍ଲୋ ହୋଇଯିବା

୨. ଭୋକଲ୍ କର୍ଡ ରେ ଇନଫେକ୍ସନ୍

୩. ଫୁସଫୁସ୍ ସଂକ୍ରମଣ

୪. ନିଶ୍ୱାସ ନେବାରେ ସମସ୍ୟା

୫. ନର୍ଭସ୍ ସିଷ୍ଟମ୍ ପ୍ରଭାବିତ

୬. ହୃଦସ୍ପନ୍ଦନ ବୃଦ୍ଧି

Get real time updates directly on you device, subscribe now.