fbpx

ମଦ ଧରିବାକୁ ଆସି ହଟହଟା ହେଲେ ପୋଲିସ ବାବୁ, ଅଟକ ରଖିଲେ ଗ୍ରାମବାସୀ

ଚିକିଟି, (ଭାସ୍କର ନ୍ୟୁଜ୍‌) : ଗଞ୍ଜାମ ଜିଲ୍ଲା ଅନ୍ତର୍ଗତ କେ ନୂଆଗାଁ ଥାନା ଅଧିନସ୍ତ ମଧବନ୍ଧ ଗ୍ରାମକୁ ଗୁରୁବାର ସନ୍ଧ୍ୟା ୭ଟା ବେଳେ ମଦ ଚଢ଼ାଉ କରିବାକୁ ଆସିଥିଲେ । ଏହି ସମୟରେ ଗ୍ରାମର କିଛି ଯୁବକ ଓ ଜନ ସାଧାରଣ ପୋଲିସ ବାବାଙ୍କୁ ଅଟକାଇ କାହା ଇଙ୍ଗିତରେ ଚଢ଼ାଉ କରିବାକୁ ଆସିଛନ୍ତି କହି ପଚାରିଥିଲେ । ମାତ୍ର ପୋଲିସ କୌଣସି ଉତ୍ତର ପ୍ରଦାନ ନକରିବାରୁ ଅଟକାଇ ରଖିଥିଲେ ।

ସୂଚନାଥାଉ କି, ଏହି ଗ୍ରାମରେ ଗତ କିଛି ଦିନ ହେବ ପଞ୍ଚାୟତ ନିର୍ବାଚନ ସକାଶେ ବନ୍ଧତୁଠ,ମଶାଣି ପଡିଆ ,ନାଳପାଖରେ ମଦ ବଣ୍ଟନ ଚାଲିଥିବା ବେଳେ ପୋଲିସର କୌଣସି ଧରପଗଡ଼ ହୋଇପାରିନଥିଲା ।

Get real time updates directly on you device, subscribe now.