fbpx

(Video) Contact Lense କରିଦେବ ଆପଣଙ୍କୁ ଅନ୍ଧ! ନିଦରୁ ଉଠୁଉଠୁ ଯୁବକଙ୍କୁ କିଛି ଦେଖାଗଲାନି, ଗୋଟିଏ ଭୁଲ୍ ଆପଣଙ୍କ ଜୀବନକୁ କରିଦେବ ଅନ୍ଧକାର

Advertisement

ନୂଆଦିଲ୍ଲୀ: ଦିନକୁ ଦିନ ଯୁବପୀଢ଼ିଙ୍କ ଲାଇଫଷ୍ଟାଇଲ ବଦଳିବାରେ ଲାଗିଛି । ଅଧିକାଂଶ ଲୋକ ଏବେ ନିଜର ସ୍ମାର୍ଟଫୋନରେ ହାଇ କ୍ୱାଲିଟି ଫଟୋ ଉତ୍ତୋଳନ କରିବା ପାଇଁ ନୂଆ ନୂଆ ପନ୍ଥା ଆପଣାଉଛନ୍ତି । ସେମାନେ ଚଷମା ବଦଳରେ ବ୍ୟବହାର କରୁଛନ୍ତି କଣ୍ଟାକ୍ଟ ଲେନ୍ସ । ତେବେ ଆପଣମାନେ ହୁଏତ ଜାଣିନଥିବେ ଏହା ଆପଣଙ୍କ ପାଇଁ କେତେ କ୍ଷତିକାରକ । ଏହି କଣ୍ଟ୍ରାକ୍ଟ ଲେନ୍ସ ପାଇଁ ନିକଟରେ ଜଣେ ଯୁବକଙ୍କର ଦୃଷ୍ଟିଶକ୍ତି ଚାଲିଯାଇଛି ।

ତେଣୁ ଆପଣମାନେ ବେଳ ଥାଉ ଥାଉ ସତର୍କ ହେବା ନିହାତି ଜରୁରୀ । ନଚେତ୍ ଆପଣଙ୍କ ସହ ଏପରି କିଛି ଯେ ନ ଘଟିବ ସେକଥା କିଏ କହିପାରିବ । ସୂଚନା ମୁତାବକ, ନିକଟରେ ଆମେରିକାର ଫ୍ଲୋରିଡ଼ାରୁ ଏପର ଏକ ଅଜବ ପ୍ରକାରର ମାମଲା ଆସିଛି । ଜଣେ ଯୁବକ ନିଦରୁ ଉଠିବା ବେଳକୁ ତାଙ୍କୁ କିଛି ଦେଖାଯାଇ ନଥିଲା । ଚାରିଆଡ଼ ଖାଲି ଅନ୍ଧକାର ଆଉ ଅନ୍ଧକାର । ଏହାପରେ ତାଙ୍କର ହୋସ୍ ଉଡ଼ିଯାଇଥିଲା । ତାଙ୍କ ସହିତ କ’ଣ ସବୁ ଘଟିଯାଉଛି ସେ କିଛି ବି ଜାଣିପାରିନଥିଲେ ।

ପରେ ଜଣାପଡ଼ିଥିଲା, ଏହି ଭୟଙ୍କର ଦୁର୍ଘଟଣାର ଶିକାର ହୋଇଥିବା ଯୁବକଙ୍କ ନାମ ହେଉଛି ମାଇକ । ସେ ପୂର୍ବରୁ ଏକାଧିକ ଥର ଆଖିରେ ସଂକ୍ରମଣ ନେଇ ଅନୁଭବ କରିଥିଲେ । ଆଖିରେ ଲେନ୍ସ ଲଗାଇବା କାରଣରୁ ତାଙ୍କଠାରେ ଏପରି ସ୍ଥିତି ଦେଖାଯାଇଥିଲା, ମାତ୍ର ସେ ଏହାକୁ ଅଣଦେଖା କରିଚାଲିଥିଲେ । ଫଳରେ ଗୋଟିଏ ଭୁଲ ପାଇଁ ମାଇକ୍ ସାରା ଜୀବନ ପାଇଁ ଅନ୍ଧ ପାଲଟି ଯାଇଥିଲେ ।

ଲେନ୍ସ କାରଣରୁ ଆଖିରେ ବ୍ୟାକ୍ଟେରିଆ ସୃଷ୍ଟି ହୋଇଥିଲା, ଯାହାକୁ କି ଆକାନ୍ଥାଆମିବା କେରାଟିଟିସ କୁହାଯାଇଥାଏ । ଏହା ଆଖିର ଟିସୁକୁ ନଷ୍ଟ କରିଦେଇଥାଏ । ଫଳରେ ମାଇକ ଆଜି ନିଜର ଦୃଷ୍ଟିଶକ୍ତି ହରାଇଛନ୍ତି । ସଂକ୍ରମଣ ବଢ଼ିବା ସମୟରେ ଆଖିରେ ଫ୍ଲୋଟ ହେଉଥିବା ମାଇକ୍ ଅନୁଭବ କରିଥିଲେ । ଲେନ୍ସ ଲଗାଇ ଶୋଇବା କାରଣରୁ ଆଖିରେ ଅଲସର ହୋଇପାରେ । ତେଣୁ ଆପଣମାନେ କେବେ ବି ଭୁଲରେ ବି ଲେନ୍ସ ଲଗାଇ ଶୁଅନ୍ତୁ ନାହିଁ । ଏହା ଆପଣଙ୍କର ଆଖିର ସ୍ୱାସ୍ଥ୍ୟକୁ ଧୀରେଧୀରେ ବିଗାଡ଼ି ଦେଇଥାଏ ଓ ଦୃଷ୍ଟିଶକ୍ତିକୁ ଲୋପ କରିଦେଇଥାଏ ।

Get real time updates directly on you device, subscribe now.