ଶରୀରକୁ ରୋଗୀଣା କରୁଛି ଗଙ୍ଗାଜଳ, ବେଳ ଥାଉ ହୋଇଯାଆନ୍ତୁ ସାବଧାନ…
ଦୂଷିତ ପାଣି ପାଇଁ ହେଉଛି ନାନା ରୋଗ । ପିଇବା ପୂର୍ବରୁ ପରୀକ୍ଷା କରିବା ଏକାନ୍ତ ଜରୁରୀ ।
ଓଡ଼ିଶା ଭାସ୍କର: ଜଳ ପ୍ରଦୂଷଣ ମାତ୍ରା ବଢ଼ିବାରେ ଲାଗିଛି । ସହରାଞ୍ଚଳ ଏବଂ ଗ୍ରାମାଞ୍ଚଳରେ ବଶୁଦ୍ଧ ପାନୀୟ ଜଳ ମିଳିବା ଏକ ପ୍ରକାର କଷ୍ଟକର ବ୍ୟାପାର ହୋଇଯାଇଛି । ଦୂଷିତ ପାଣି ପିଇବା କାରଣରୁ ଶରୀରରେ ବିଭିନ୍ନ ପ୍ରକାର ରୋଗ ସମସ୍ୟା ଦେଖିବାକୁ ମିଳୁଛି ।
କିଛି କିଛି ସ୍ଥାନରରେ ପାଣି ସ୍ୱଚ୍ଛ ଦେଖାଯାଏ କିନ୍ତୁ ପ୍ରକୃତରେ ସେଥିରେ ବହୁ କ୍ଷତିକାରକ ଜୀବାଣୁ, ଅଣୁଜୀବ ବାସ କରୁଥାନ୍ତି । ଏହି ପାଣି ପିଇବା ଦ୍ୱାରା ଶରୀରେ ବହୁ କ୍ଷତିକରକ ରୋଗ ବର୍ତ୍ତମାନ ସମୟରେ ଦେଖିବାକୁ ମିଳୁଛି ।
ୱାର୍ଲ୍ଡ ହେଲ୍ଥ ଅର୍ଗାନାଇଜେଶନ୍ (ଡବ୍ଲ୍ୟୁଏଚଓ) ଅନୁସାରେ, ବିଶ୍ୱର ସବୁ ବିକାଶୀଳ ଦେଶର ୮୦% ରୋଗର ବାହାକ ବ୍ୟାକ୍ଟେରିଆ । ଏହି ରୋଗ କାରଣରୁ ପାଖାପାଖି ୧/୩ ଲୋକ ପ୍ରାଣ ହାରୁଥିବା ମଧ୍ୟ ଜଣାପଡ଼ିଛି ।
ସେହିପରି ଗଙ୍ଗାଜଳରେ ବହୁ ଜୀବାଣୁ ରହିଛନ୍ତି ଯାହା ମଣିଷ ଶରୀରକୁ ଯାଇ ବିଭିନ୍ନ ପ୍ରକାର ରୋଗ ସୃଷ୍ଟି କରନ୍ତି । ଯେଉଁଥିରେ କ୍ୟାନ୍ସର ମଧ୍ୟ ସାମିଲ ରହିଛି । ଗଙ୍ଗାଜଳରେ ଆର୍ସେନିକ୍ ଓ ସୀସାର ପରିମାଣ ଅଧିକ ରହିବା କାରଣରୁ ଏହା ଆମ ଶରୀରକୁ ଯାଇ କ୍ୟାନ୍ସର ଭଳି ରୋଗ ସୃଷ୍ଟିକରିଥାଏ ।
ଦୂଷିତ ପାଣି ପିଇବା କାରଣରୁ ପେଟ ରୋଗ ହେବାର ଅଧିକ ଆଶଙ୍କା ରହିଛି । ଅନ୍ତନାଡ଼ି ଇନଫେକ୍ସନ ହେବା ସହ ଡଶଇରିଆ ଭଳି ସମସ୍ୟା ଦେଖାଯାଏ । ସେହିପରି କିଡନୀ ଖରାପ ହେବାର ଆଶଙ୍କା ବଢ଼େ । ଯେଉଁଥିରୁ କ୍ୟାନ୍ସର ଭରି ବଡ଼ ରୋଗ ହେବାର ସମସ୍ୟା ଉପୁଜିଥାଏ ।
ଏ ସବୁ ରୋଗରୁ ରକ୍ଷା ପାଇବା ପାଇଁ ଜଳର ଜର୍ମ ଟେଷ୍ଟ ବା କିଟାଣୁ ପରୀକ୍ଷା କରିନେବା ଉଚିତ୍ । ବଜାରରେ ପାଣି ପରୀକ୍ଷଣ ପାଇଁ ଅନେକ ଗୁଡ଼ିଏ ଯନ୍ତ୍ରପାତି ମଧ୍ୟ ଉପଲବ୍ଧ ଯାହାଦ୍ୱାରା ସହଜରେ ପାଣି ପରୀକ୍ଷା କରିହେବ ।