ଭୁବନେଶ୍ୱର- ସିବିଆଇ ଜେରାରେ ଛାନିଆ ହୋଇଗଲେ ଠିକାଦାର । ବର୍ଷ ବର୍ଷ ଧରି ଗୋଡି, ସିମେଣ୍ଟ ଗିଳିବା ପରେ କେନ୍ଦ୍ରୀୟ ତଦନ୍ତକାରୀ ଟିମର ପଚରା ଉଚରାରେ ହେଉଛି ଝାଡାବାନ୍ତି । ବ୍ରିଜ ଆଣ୍ଡ ରୁଫ କେଳେଙ୍କାରୀ ମାମଲାରେ ରିମାଣ୍ଡରେ ଥିବା ଠିକାଦାର ସନ୍ତୋଷ ମହାରଣାଙ୍କ ଅସୁସ୍ଥତା ପାଇଁ ସୋମବାର ତାଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।
ସିବିଆଇର ୩ ଦିନିଆ ରିମାଣ୍ଡରେ ଥିବା କଣ୍ଟ୍ରାକ୍ଟର ସନ୍ତୋଷ ମହାରଣା, ବ୍ରିଜ ଆଣ୍ଡ ରୁଫ କମ୍ପାନୀ ଲିମିଟେଡ ନିର୍ଦ୍ଦେଶକ ଚଞ୍ଚଳ ମୁଖାର୍ଜୀ ଓ ମଧ୍ୟସ୍ଥି ଦେବଦତ୍ତ ମହାପାତ୍ରଙ୍କୁ ଜୋରଦାର ଜେରା ଚାଲିଛି । ଏମାନଙ୍କ ଜେରା କାଳରେ ସିବିଆଇ ବରିଷ୍ଠ ଆଇଏଏସ ବିଷ୍ଣୁପଦ ସେଠୀଙ୍କ ଲିଙ୍କ ସମ୍ପର୍କରେ ଜାଣିବାକୁ ପାଇଛି । ଅନ୍ୟପଟେ ଆଜି ଏମାନଙ୍କ ରିମାଣ୍ଡ ମିଆଦ ଶେଷ ହେଉଛି । ରିମାଣ୍ଡ ପରେ ଏମାନଙ୍କୁ ହୁଏତ ଝାରପଡା ପଠାଇ ଦିଆଯିବ । ଏହାକୁ ନେଇ ଛାନିଆ ତିନି ଅଭିଯୁକ୍ତ।
ଏହାରି ଭିତରେ କଣ୍ଟ୍ରାକ୍ଟର ମହାରଣା ଜେରା ବେଳେ ଅସୁସ୍ଥ ହୋଇପଡିଥିବା ଜଣାପଡିଛି । ତାଙ୍କ ଅସୁସ୍ଥତା ପାଇଁ ତାଙ୍କୁ ଆଜି କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସେଠାରେ ତାଙ୍କ ଚିକିତ୍ସା ଜାରି ରହିଛି ।
ଗତ ୭ ତାରିଖ ରାତିରେ ଏକ ହୋଟେଲ ସମ୍ମୁଖରେ ବ୍ରିଜ ଆଣ୍ଡ ରୁଫ କମ୍ପାନୀ ଲିମିଟେଡ ନିର୍ଦ୍ଦେଶକ ଚଞ୍ଚଳ ମୁଖାର୍ଜୀ ଜଣେ ଠିକାଦାର ସନ୍ତୋଷ ମହାରଣାଙ୍କଠାରୁ ଲାଞ୍ଚ ନେଉଥିବା ବେଳେ ସିବିଆଇ ଉଭୟଙ୍କ ସହ ମଧ୍ୟସ୍ଥି ଦେବୀଦତ୍ତ ମହାପାତ୍ରଙ୍କୁ ଗିରଫ କରିଥିଲା । ଆଜି ୩ ଜଣଙ୍କ ରିମାଣ୍ଡ ମିଆଦ ଶେଷ ହେଉଛି । ଏହ