fbpx
BJD
BJD SKY
BJD SKY

ବିବାଦରେ ଫିନଲ୍ୟାଣ୍ଡର ପ୍ରଧାନମନ୍ତ୍ରୀ, ପାର୍ଟୀରେ ମଦ ପିଇ ବନ୍ଧୁଙ୍କ ସହ ଡାନ୍ସକୁ ନେଇ ହଙ୍ଗାମା

ସାଧାରଣତଃ ପ୍ରଧାନମନ୍ତ୍ରୀ ପଦରେ ବସିଥିବା ବ୍ୟକ୍ତି ଗମ୍ଭୀର ପ୍ରବୃତ୍ତିର ହୋଇଥାନ୍ତି । କାରଣ ତାଙ୍କ ଉପରେ ପୂରା ଦେଶର ଉତ୍ତରଦାୟିତ୍ୱ ସହ ପୂରା ଦୁନିଆର ଅନେକ ଦେଶର ନଜର ରହିଥାଏ । କିନ୍ତୁ ଫିନଲ୍ୟାଣ୍ଡ୍ ପ୍ରଧାନମନ୍ତ୍ରୀ ସନା ମରୀନ(Sana Marin)ଙ୍କ ଯେଉଁ ଭିଡିଓ ସାମ୍ନାକୁ ଆସିଛି, ତାହାଦ୍ୱାରା ତାଙ୍କ ନାମ ବଦନାମ ହୋଇଛି । ଏହି ଭିଡିଓରେ ସନା ମରୀନ ନିଜ ବନ୍ଧୁମାନଙ୍କ ସହ ଖୁବ୍ ପାର୍ଟୀ କରୁଛନ୍ତି, ଏବଂ ପାର୍ଟୀର ମଦ ମଧ୍ୟ ପିଉଛନ୍ତି ।

ଫିନଲ୍ୟାଣ୍ଡ(Finland)ର ପ୍ରଧାନମନ୍ତ୍ରୀ ସନା ମରୀନଙ୍କ ଏକ ଭିଡିଓ ଭାଇରାଲ ହେବା ପରେ ଏହାକୁ ନେଇ ଏବେ ଖୁବ୍ ଚର୍ଚ୍ଚା ହେଉଛି । ଭିଡିଓରେ ସେ ମଦ ପିଇ ନିଜ ବନ୍ଧୁଙ୍କ ସହ ଡାନ୍ସ କରୁଛନ୍ତି । ଘଟଣା ବୁଧବାର ବିଳମ୍ବିତ ରାତିରେ ଘଟିଛି । ଏହି ଭିଡିଓ ସାମ୍ନାକୁ ଆସିବା ପରେ ବିରୋଧୀ ଦଳ ଅଭିଯୋଗ କରିଛନ୍ତି ଯେ ସନା ମରୀନ ସାଙ୍ଗମାନଙ୍କ ସହ ଡ୍ରଗ୍ସ ସେବନ କରିଛନ୍ତି । ବିରୋଧୀ ଇସ୍ତଫା ମଧ୍ୟ ଦାବି କରିଛନ୍ତି ।

ସେପଟେ ସନା ମରୀନ ସ୍ୱୀକାର କରିଛନ୍ତି ଯେ ସେ ବନ୍ଧୁମାନଙ୍କ ସହ ମଦ ପିଇଥିଲେ କିନ୍ତୁ ଡ୍ରଗ୍ସ ନେବା କଥାକୁ ସେ ଗୁଜବ ବୋଲି କହିଛନ୍ତି ଏବଂ ଡ୍ରଗ୍ସ ଟେଷ୍ଟ ପାଇଁ ପ୍ରସ୍ତୁତ ଅଛନ୍ତି ବୋଲି କହିଛନ୍ତି । ଏହି ଭିଡିଓ ଭାଇରାଲ ପରେ ସୋସିଆଲ ମିଡିଆରେ ଲୋକମାନେ ମଧ୍ୟ ଭିନ୍ନ ଭିନ୍ନ ପ୍ରତିକ୍ରିୟା ରଖିଛନ୍ତି । କେହି କେହି ତାଙ୍କୁ ପ୍ରଧାନମନ୍ତ୍ରୀ ପଦ ପାଇଁ ଯୋଗ୍ୟ ନୁହେଁ ବୋଲି କହିଛନ୍ତି ।

Get real time updates directly on you device, subscribe now.