fbpx

ଭଲ ଫିଲ୍ମ, ହଲ୍ କିନ୍ତୁ ଦର୍ଶକଶୂନ୍ୟ: ଜାଣନ୍ତୁ ଏପରି ୧୧ଟି ବଲିଉଡ୍ ଫିଲ୍ମ ବିଷୟରେ

ନୂଆଦିଲ୍ଲୀ: ଭାରତରେ ପ୍ରତ୍ୟେକ ବର୍ଷ ଅନେକ ବଲିଉଡ ସିନେମା ରିଲିଜ୍ ହୋଇଥାଏ । ସେଥିମଧ୍ୟରୁ ଅନେକ ହାଇ ବଜେଟ୍ ହୋଇଥିବା ବେଳେ ଆଉ କିଛି ଲୋ ବଜେଟ୍ ହୋଇଥାଏ । ତେବେ ଅନେକ ଫିଲ୍ମ ଏପରି ଅଛି ଯେଉଁଗୁଡ଼ିକ ଭଲ ଫିଲ୍ମ ହୋଇଥିଲେ ହେଁ ସିନେମା ହଲ କିନ୍ତୁ ଦର୍ଶକ ଶୂନ୍ୟ ପଡ଼ିଥିଲା । ଖରାପ ମାର୍କେଟିଂ, ସମ୍ବେଦନଶୀଳ କଣ୍ଟେଣ୍ଟ, କମ୍ ବଜେଟ୍, ବଏକଟ ଆଦି ବିଭିନ୍ନ କାରଣରୁ ଏହି ଫିଲ୍ମଗୁଡ଼ିକ ଦର୍ଶକୁ ଶୂନ୍ୟ କରିଦେଇଥିଲା ।

୧- ଫାୟାର: ଏହି ଫିଲ୍ମଟି ରିଲିଜ ସମୟରେ ବିକ୍ଷୋଭକାରୀ ମାନେ ବିକ୍ଷୋଭ କରିବା ସହ ସିନେମା ହଲ ଉପରେ ଆକ୍ରମଣ କରିଥିଲେ । ଏହା ଫଳରେ ଫିଲ୍ମଟି ଏକ ପ୍ରକାର ଦର୍ଶକ ଶୂନ୍ୟ ହୋଇଯାଇଥିଲା । ୨- ୱାଟର: ଏହି ଫିଲ୍ମଟି ଶୁଟିଂ ସମୟରେ ହିଂସାତ୍ମକ ଭାବେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା । ଫିଲ୍ମରେ ଶିଶୁ ବିବାହ, ବିଧବାଙ୍କୁ ନେଇ ନିର୍ମିତ ହୋଇଥିଲା । ୩- ଜଗା ଜାସୁସ: ଫିଲ୍ମରେ ରଣବୀର କପୁର ମୁଖ୍ୟ ଭୂମିକାରେ ଆସିଥିଲେ । ଫିଲ୍ମଟିରେ ଭଲ ମ୍ୟୁଜିକ ରହିଥିଲେ ହେଁ ତାହା ଦର୍ଶକଙ୍କୁ ବୋରିଂ କରିଦେଇଥିଲା । ଫଳରେ ପ୍ରଯୋଜକଙ୍କୁ ଏହି ଫିଲ୍ମ ପାଇଁ ୪୦ କୋଟି କ୍ଷତି ସହିବାକୁ ପଡ଼ିଥିଲା ।

୪- ବିଷ୍ଟ: ସାଉଥ ଷ୍ଟାର ଥାଲାପଥି ବିଜୟ ଏଥିରେ ମୁଖ୍ୟ ଭୂମିକାରେ ଆସିଥିଲେ । ଏହି ଫିଲ୍ମଟିର ମର୍ଣ୍ଣିଂ ଶୋ’ରେ ଅନେକ ସିଟ୍ ଖାଲି ପଡ଼ିଥିଲା । ୫- ଫୁଙ୍କ: ରାମ ଗୋପାଳ ବର୍ମାଙ୍କ ଏହି ହରର ଫିଲ୍ମକୁ ଦର୍ଶକ ପସନ୍ଦ କରିନଥିଲେ । ୬- ସଞ୍ଚୁରିୟା: ଏହି ଫିଲ୍ମଟି ସାରା ଭାରତବର୍ଷରେ ମାତ୍ର ୭୭୫ଟି ହଲରେ ରିଲିଜ୍ ହୋଇଥିଲା । ୭- ମ୍ୟାଡ-ଫୁଟି ରୋଡ୍: ଫିଲ୍ମଟି ବକ୍ସ ଅଫିସରେ ଭଲ ବ୍ୟବସାୟ କରିନଥିଲା । ୮- ଲାଲ ସିଂହ ଚଡ୍ଡା: ଆମିର ଖାନଙ୍କ ଏହି ଫିଲ୍ମକୁ ଦର୍ଶକ ବୟକଟ କରିଥିଲେ । ୯- ଲାଲ କପ୍ତାନ: ସୈଫ ଅଲ୍ଲୀ ଖାନଙ୍କ ଏହି ଫିଲ୍ମ ଦର୍ଶକଙ୍କୁ ପସନ୍ଦ ଆସିନଥିଲା । ୧୦- ତୁମ୍ବାଡ: ଏହି ଫିଲ୍ମଟି ଦେଶର ମାତ୍ର ୫ ଶହଟି ସ୍କ୍ରିନରେ ରିଲିଜ୍ ହୋଇଥିଲା । ୧୧- ଦୋବାରା: ଅନୁରାଗ କଶ୍ୟମଙ୍କ ଏହି ଫିଲ୍ମଟୁ ଦର୍ଶକ ପସନ୍ଦ କରିନଥିଲେ ।

Get real time updates directly on you device, subscribe now.