fbpx
BJD
BJD SKY
BJD SKY

ଓଠ ଓ ନାକ ମଝିରେ ଅଛି କି କଳାଜାଇ?: ଜୀବନରେ ପଡିଥାଏ କିଛି ଏମିତି ପ୍ରଭାବ

ଅଧିକାଂଶ ସମୟରେ ଲୋକମାନେ କୃତ୍ରିମ ଭାବରେ ଓଠରେ କଳାଜାଇ ତିଆରି କରିଥାନ୍ତି । ନିଜ ସୁନ୍ଦରତା ବଢାଇବା ପାଇଁ ଏବଂ ଆକର୍ଷଣୀୟ ଦେଖାହେବା ପାଇଁ ସେମାନେ ଏପରି କରିଥାନ୍ତି । ତେବେ କିଛି ଲୋକଙ୍କ ପାଖରେ ଏହା ପ୍ରାକୃତିକ ହୋଇଥାଏ । କିନ୍ତୁ ଜଣେ ବ୍ୟକ୍ତିଙ୍କ ଜୀବନରେ ଏହା ବିଭିନ୍ନ ପ୍ରକାର ପ୍ରଭାବ ପକାଇଥାଏ । ଜ୍ୟୋତିଶ ଶାସ୍ତ୍ରରେ ଏହାର ଅନେକ ଅର୍ଥ ରହିଛି । ତେବେ ଆସନ୍ତୁ ଜାଣିବା କ’ଣ ରହିଛି ଏହି କଳାଜାଇର ପ୍ରଭାବ ।
ଓଠ ଏବଂ ନାକ ମଝିରେ କଳାଜାଇ ଥିବା ଲୋକମାନେ ପ୍ରାୟତଃ ବଡ ଅସୁବିଧାରେ ପଡିଥାନ୍ତି ନଚେତ ଅନ୍ୟମାନଙ୍କ ଜାଲରେ ଫସି ଯାଆନ୍ତି । ଆଉ ଏହି ଜାଲରୁ ବାହାରିବା ପାଇଁ ଅନେକ ସମୟରେ କିଛି ଭୁଲ କାର୍ଯ୍ୟ କରି ବସନ୍ତି । ଶତ୍ରୁମାନଙ୍କର କିଛି ଅନୈତିକ ଦାବି ଆଗରେ ଏମାନେ ବେସାହାରା ହୋଇ ପଡନ୍ତି ଏବଂ ହାରି ଯାଆନ୍ତି । ଶେଷରେ ଏହି କାମ ପାଇଁ ସେମାନେ ଧିରେ ଧିରେ ଆହୁରି ବିପଦ ଭିତରକୁ ଚାଲି ଯାଇଥାନ୍ତି ।
ତେବେ ମୂଳ ନକ୍ଷତ୍ରରେ ଯଦି ଏମିତି କେହି ବ୍ୟକ୍ତି ଜନ୍ମ ନିଅନ୍ତି, ତେବେ ଏମାନେ ନିଜ ସାଥୀଙ୍କଠାରୁ ଖୁବ ଭିନ୍ନ ହୋଇଥାନ୍ତି ବୋଲି ବିଶ୍ୱାସ କରାଯାଏ । ଏମାନଙ୍କ ବିଚାରରେ ପାର୍ଥକ୍ୟ ରହିଥାଏ । କିନ୍ତୁ ମୂଳ ନକ୍ଷତ୍ରରେ ଜନ୍ମ ନେଇଥିବା ଏହି ପିଲାମାନେ ସ୍ୱଭାବରେ ଖୁବ କ୍ରୋଧୀ ହୋଇଥାନ୍ତି ଏବଂ ଅଧିକାଂଶ ସମୟରେ ଅସୁସ୍ଥ ରହିଥାନ୍ତି । ତେବେ ସଫଳତା ପାଇଁ କିଛି ବି କରି ଦେଖାଇବାର ସାହସ ରଖିଥାନ୍ତି ଏଭଳି ବ୍ୟକ୍ତି ଏବଂ ସର୍ବଦା ନିଜ ଲକ୍ଷ୍ୟକୁ ଦୃଷ୍ଟିରେ ରଖିଥାନ୍ତି ।

Get real time updates directly on you device, subscribe now.