fbpx

ଗରମରୁ ଆଶ୍ୱସ୍ତି ପାଇଁ ରାମଲଲାଙ୍କ ଗର୍ଭଗୃହରେ ଲାଗିଲା କୁଲର, ଜାଣନ୍ତୁ ଭୋଗରେ କ’ଣ ରହିଛି ସାମିଲ

ଲକ୍ଷ୍ନୌ: ବର୍ତ୍ତମାନ ରାଜ୍ୟ ତଥା ଦେଶର ବିଭିନ୍ନ ସ୍ଥାନରେ ଗ୍ରୀଷ୍ମର ପ୍ରଭାବ ଦେଖିବାକୁ ମିଳୁଛି । ପ୍ରଚଣ୍ଡ ଖରା ପାଇଁ ଜନଜୀବନ ଏକ ପ୍ରକାର ଅସ୍ତବ୍ୟସ୍ତ ହୋଇଯାଇଛି । ଅନେକ ସ୍ଥାନରେ ତାପମାତ୍ରା ୩୦ ଡିଗ୍ରୀ ଉପରେ । ଏଥିମଧ୍ୟରେ ଅଯୋଧ୍ୟା ସ୍ଥିତ ଦିବ୍ୟ ଏବଂ ଭବ୍ୟ ରାମ ମନ୍ଦିରରେ ରାମଲଲାଙ୍କ ପାଇଁ ମଧ୍ୟ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି ।

ଶ୍ରୀରାମ ଜନ୍ମଭୂମି ଆଯାଧ୍ୟାରେ ରାମ ମନ୍ଦିରରେ ୫ ବର୍ଷୀୟ ବାଳକ ସ୍ୱରୂପରେ ରାମଲଲାଙ୍କ ପୂଜାର୍ଚ୍ଚନା କରାଯାଉଛି । ତେଣୁ ମନ୍ଦିର ଟ୍ରଷ୍ଟ ପକ୍ଷରୁ ବାଳକ ରାମଲଲାଙ୍କ ସୁଖ ସୁବିଧା ପ୍ରତି ବିଶେଷ ଗୁରୁତ୍ୱ ଦିଆଯାଉଛି । ଏହି ଭବ୍ୟ ମନ୍ଦିରରେ ବର୍ତ୍ତମାନ ଇଉର ବ୍ୟବସ୍ଥା କରାଯାଇ ନାହିଁ । ତେଣୁ ରାମଲଲାଙ୍କୁ ଗରମରୁ ଆଶ୍ୱସ୍ତି ଦେବା ପାଇଁ କୁଲର ବ୍ୟବସ୍ଥା କରାଯାଇଛି । ଏହା ବ୍ୟତୀତ ରାମଲଲାଙ୍କ ଭୋଜନରେ ମଧ୍ୟ ପରିବର୍ତ୍ତନ କରାଯାଇଛି । ଭଗବାନଙ୍କ ପାଖରେ ଥଣ୍ଡା ଏବଂ ତରଳ ପଦାର୍ଥ ଭୋଗ ଆକାରରେ ଅପର୍ଣ କରାଯାଉଛି । ବିଶେଷ କରି ଏଥିରେ ଦହି ଏବଂ ଥଣ୍ଡାଇ ସାମିଲ ରହିଛି । ଏନେଇ ରାମଲଲାଙ୍କ ମୁଖ୍ୟ ପୂଜାରୀ ଆଚାର୍ଯ୍ୟ ସତ୍ୟେନ୍ଦ୍ର ଦାସ କହିଛନ୍ତି ।

Get real time updates directly on you device, subscribe now.