fbpx

ଲକ୍ଷ ଲକ୍ଷ ଭାରତୀୟ ୟୁଜର୍ସଙ୍କୁ ସାଇବର ଠକେଇର ବିପଦ, ଡାର୍କ ୱେବରେ ଲିକ ହେଲା boAt ର ଡାଟା

ନୂଆଦିଲ୍ଲୀ: ଲକ୍ଷ ଲକ୍ଷ ଭାରତୀୟ ୟୁଜର୍ସଙ୍କ ଉପରେ ସାଇବର ଠକେଇର ବିପଦ ରହିଛି । କଂଜ୍ୟୁମର ବ୍ରାଣ୍ଡ ବୋଟ ର ଲକ୍ଷ ଲକ୍ଷ ୟୁଜର୍ସଙ୍କ ଡାଟା ଡାର୍କ ୱେବରେ ଦେକିବାକୁ ମିଳିଛି । ଯେଉଁଥିରେ ପ୍ରାଇଭେଟ ସୂଚନାମାନ ସାମିଲ ରହିଛି । ରିପୋର୍ଟ ମୁତାବକ ହାରାହାରି ୭.୫ ମିଲିୟନ ଅର୍ଥାତ ୭୫ ଲକ୍ଷ ୟୁଜର୍ସଙ୍କ ଡାଟା ଡାର୍କ ୱେବରେ ମିଳିଛି । ଯେଉଁଥିରେ ୟୁଜର୍ସଙ୍କ ନାମ, ଠିକଣା, ଫୋନ ନମ୍ବର, ଇମେଲ ଆଇଡି, କଷ୍ଟମର ଆଇଡି ଇତ୍ୟାଦି ସାମିଲ ରହିଛି ।

Forbes India ମୁତାବକ, ସ୍ମାର୍ଟଫୋନ ଏବଂ ବିୟରବେଲ ଡିଭାଇସ ତିଆରି କରୁଥିବା କମ୍ପାନୀର ଲକ୍ଷ ଲକ୍ଷ ୟୁଜର୍ସଙ୍କ ପ୍ରାଇଭେଟ ଡାଟା ୫ ଏପ୍ରିଲ ୨୦୨୪ରେ ଡାର୍କ ୱେରେ ଦେଖିବାକୁ ମିଳିଛି । ଲିକ ହୋଇଥିବା ଡାଟା ସେନସିଟିଭ୍ ଅଟେ । କାରଣ ଏଥିରେ ପର୍ସନାଲୀ ଆଇଡେଣ୍ଟିଫିଟେବଲ ଇନଫରମେସନ ସାମିଲ ରହିଛି । PII ର ଅର୍ଥ ୟୁଜର୍ସଙ୍କ ଡାଟାରେ ନାମ, ଠିକଣା, ଫୋନ ନମ୍ବର, ଇମେଲ ଆଡ୍ରେସ, customerର ଆଇଡି ଏବଂ ଅନେକ ସୂଚନାମାନ ସାମିଲ ରହିଛି ।

ରିପୋର୍ଟ ମୁତାବକ , ବୋଟ ୟୁଜର୍ସଙ୍କ ଡାଟା ୫ ଏପ୍ରିଲ ୨୦୨୪ରେ ଲିକ ହୋଇଛି । ପାର୍କ ୱେବରେ ShopifyGUY ନାମକ ଜଣେ ୟୁଜର ଏହି ଡାଟା ଲିକ ର ଦାୟିତ୍ୱ ନେଇଛନ୍ତି । ବୋଟ ୟୁଜର୍ସଙ୍କ ଲିକ ହୋଇଥିବା ଡାଟାର ସାଇଜ ୨ଜିବି ଅଟେ, ଯାହାକୁ ହ୍ୟାକର୍ସ ଚୋରାଇ ଡାର୍କ ୱେବ ଫୋରମରେ ପୋଷ୍ଟ କରିଛନ୍ତି । ସିକ୍ୟୁରିଟୀ ଏକ୍ସପର୍ଟସଙ୍କ କହିବାନୁଯାୟୀ, ସାଇବର କ୍ରିମିନାଲ୍ସ ୟୁଜର୍ସଙ୍କ ଏହି ଡାଟାର ବ୍ୟବହାର ସାଇବର ଫ୍ରଡ ପାଇଁ କରାଯାଇପାରେ ।

Get real time updates directly on you device, subscribe now.