fbpx

ବିଜେପି ହେଡକ୍ୱାର୍ଟରରେ କରୋନା ବିସ୍ଫୋରଣ: ୪୦ରୁ ଅଧିକ କର୍ମଚାରୀ ପଜିଟିଭ୍

ନୂଆଦିଲ୍ଲୀ: କରୋନା ସଂକ୍ରମଣ ଦ୍ରୁତ ଗତିର ମାଡ଼ିଚାଲିଛି । ଏହାରି ମଧ୍ୟରେ ଖବର ମିଳିଛି କି, ବିଜେପିର ଦିଲ୍ଲୀ ସ୍ଥିତ ହେଡକ୍ୱାର୍ଟରରେ କରୋନା ବିସ୍ଫୋରଣ ହୋଇଛି । ଟେଷ୍ଟ ପରେ ମୁଖପାତ୍ରଙ୍କ ସମେତ ୪୦ରୁ ଅଧିକ ଲୋକ ପଜିଟିଭ ହୋଇଥିବା ଜଣାପଡିଛି । କେବଳ ଏତିିକି ନୁହେଁ, ଅଫିସରରେ କାମ କରୁଥିବା କ୍ୟାଣ୍ଟିନ୍ କର୍ମଚାରୀମାନେ ମଧ୍ୟ ପଜିଟିଭ ହୋଇଥିବା ଜଣାପଡିଛି । କୋଭିଡ୍ ରିପୋର୍ଟ ପଜିଟିଭ୍ ବାହାରିବା ପରେ ସମସ୍ତ ଆଇସୋଲେସନରେ ଅଛନ୍ତି ।

ତେବେ ଏହା ପୂର୍ବରୁ କେନ୍ଦ୍ର ମନ୍ତ୍ରୀ ନିତିନ ଗଡ଼କରୀ ସମେତ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଓ ବିଜେପିର ଅନେକ ନେତା କରୋଦା ସଂକ୍ରମିତ ହୋଇଛନ୍ତି । ଦିଲ୍ଲୀ ସ୍ଥିତ ବିଜେପି କାର୍ଯ୍ୟାଳୟରେ ୫ ରାଜ୍ୟରେ ବିଧାନସଭା ନିର୍ବାଚନକୁ ନେଇ ବୈଠକ ହେଉଛି, ଯେଉଁଥିରେ ବଡ଼ ବଡ଼ ନେତାମାନେ ଭାଗ ନେଇଛନ୍ତି । ଆଜି ବି ସେଠାରେ ବୈଠକ ହୋଇଥିଲା । ଏବେ ବିଜେପି ହେଡକ୍ୱାର୍ଟରର କର୍ମଚାରୀ ସଂକ୍ରମିତ ହେବା ଆଗାମୀ ୫ ରାଜ୍ୟ ବିଧାନସଭା ନିର୍ବାଚନ ରଣନୀତି ଉପରେ ପ୍ରଭାବ ପକାଇପାରେ । ଅନେକ ରାଜ୍ୟର ବଡ଼ ବଡ଼ ନେତାମାନେ ବିଜେପିରେ ସାମିଲ ହେବା ପାଇଁ ଦିଲ୍ଲୀ ଦୌଡୁଥିବା ଦେଖିବାକୁ ମିଳୁଛି ।

Get real time updates directly on you device, subscribe now.