fbpx

ଭାରତରେ ଆକ୍ରାନ୍ତଙ୍କ ସଂଖ୍ୟା ୪୦କୁ ବୃଦ୍ଧି, କେରଳ ପରେ ଚେନ୍ନାଇରେ କରୋନା ଚିହ୍ନଟ

ନୂଆଦିଲ୍ଲୀ,୮ ।୩: ଭାରତରେ କରୋନା ଭାଇରସ୍ ନିଜର କାୟା ବିସ୍ତାର କରିବାରେ ଲାଗିଲାଣି । ଆଜି କେରଳରେ ଆଉ ୫ଟି ମାମଲା ସାମନାକୁ ଆସିଛି । ଭାରତରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୪୦କୁ ବୃଦ୍ଧି ପାଇଛି । କେରଳ ପରେ ଚେନ୍ନାଇରେ ଜଣେ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି ।

ତାମିଲନାଡୁର ସ୍ୱାସ୍ଥ୍ୟ ସଚିବ ବୀଲା ରାଜେଶ କହିଛନ୍ତି ଯେ, କରୋନା ଚିହ୍ନଟ ହୋଇଥିବା ବ୍ୟକ୍ତି ଜଣକ ୨୮ ଫେବ୍ରୁଆରୀରେ ମସ୍କଟରୁ ଆସିଥିଲେ । ମାର୍ଚ୍ଚ ୪ରେ ଜ୍ୱର ହେବା ପରେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା।  ପରେ ତାଙ୍କ ରିପୋର୍ଟ ପଜିଟିଭ୍ ଆସିଥିଲା । ରୋଗୀ ସମେତ ତାର ପରିବାର ଲୋକଙ୍କ ଉପରେ ନଜର ରଖାଯାଇଛି ।’ ତେବେ ବିଦେଶରୁ ଆସିଥିବା ଯାତ୍ରୀମାନଙ୍କ ଉପରେ କଡା ନଜର ରଖାଯାଇଛି ବୋଲି ସ୍ୱାସ୍ଥ୍ୟ ସଚିବ କହିଛନ୍ତି ।

Get real time updates directly on you device, subscribe now.